ଭାରତ-ଆର୍ଜେଣ୍ଟିନା ସେମିଫାଇନାଲ: ବର୍ଷାକୁ ଖାତିର ନାହିଁ, କାଉଣ୍ଟର ଆଗରେ ଭିଡ଼

ଭୁବନେଶ୍ୱର: କ୍ୟାପିଟାଲ୍ ସିଟିରେ ହକି ଫିଭର୍। ଆଜି ଭାରତ-ଆର୍ଜେଣ୍ଟିନା ସେମିଫାଇନାଲ୍ ଟକ୍କର ଦେଖିବାକୁ ସକାଳୁ ସକାଳୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ନିକଟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।  କାଉଣ୍ଟର୍ ଆଗରେ ଲମ୍ବା ଲାଇନରେ ଠିଆ ହୋଇ ଲୋକେ ଟିକେଟ୍ କାଟୁଛନ୍ତି। ହାଲ୍‌କା ବର୍ଷା ହେଉଥିଲେ ମଧ୍ୟ ସମସ୍ତେ ଉତ୍ସାହିତ।  ହୋମ୍ ଟିମର ଖେଳାଳିଙ୍କୁ ଚିୟର୍ ଅପ୍ କରିବା ପାଇଁ ସମସ୍ତେ ପ୍ରସ୍ତୁତ।