ଆଜି ମକର ସଂକ୍ରାନ୍ତି, ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ମକର ସଂକ୍ରାନ୍ତି । କରୋନା କଟକଣା ପାଇଁ କିନ୍ତୁ ଏଥର ମକରରେ ମାନ୍ଦା ପଡ଼ିବ ମଉଜ ।  ନା ସାର୍ବଜନୀନ ଭାବେ ପର୍ବ ପାଳନ କରିହେବ, ନା ମକର ବୁଡ଼ ପକାଇ ହେବ । କରୋନା ନିଜ କାୟା ବିସ୍ତାର କରି ଚାଲିଥିବା ବେଳେ ରାଜ୍ୟରେ ଉତ୍ସବ, ପର୍ବପର୍ବାଣୀ ପାଳନ ଉପରେ କଟକଣା ଜାରି କରିଛନ୍ତି ଏସ୍ଆରସି। ଏଥିରେ ମେଳାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମକର […]

temple

temple

Niharika Rout
  • Published: Friday, 14 January 2022
  • Updated: 14 January 2022, 07:54 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ମକର ସଂକ୍ରାନ୍ତି । କରୋନା କଟକଣା ପାଇଁ କିନ୍ତୁ ଏଥର ମକରରେ ମାନ୍ଦା ପଡ଼ିବ ମଉଜ ।  ନା ସାର୍ବଜନୀନ ଭାବେ ପର୍ବ ପାଳନ କରିହେବ, ନା ମକର ବୁଡ଼ ପକାଇ ହେବ ।

କରୋନା ନିଜ କାୟା ବିସ୍ତାର କରି ଚାଲିଥିବା ବେଳେ ରାଜ୍ୟରେ ଉତ୍ସବ, ପର୍ବପର୍ବାଣୀ ପାଳନ ଉପରେ କଟକଣା ଜାରି କରିଛନ୍ତି ଏସ୍ଆରସି। ଏଥିରେ ମେଳାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମକର ପାଳନ ଉପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ମକର ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ଗଞ୍ଜାମ ଜିଲ୍ଲାର ସମୁଦ୍ର ବେଳାଭୂମି ବନ୍ଦ ରଖାଯାଇଛି  ।

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଗୋପାଳପୁର  ଓ ଅନ୍ୟ ବେଳାଭୂମି ବନ୍ଦ ରହିବ ବୋଲି ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।  ମକର ସଂକ୍ରାନ୍ତି ଅବସରରେ ଚିଲିକାର ମା’ କାଳୀଜାଇଙ୍କ ପୀଠରେ ପ୍ରବଳ ଜନଗହଳି ହୋଇଥାଏ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ୧୪୪ ଧାରା ଜରି କରାଯାଇଥିବେଳେ , କେବଳ ମନ୍ଦିରରେ ନୀତିକାନ୍ତି ପାଇଁ ଅନୁମତି ଦିଆଯାଇଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ମନ୍ଦିର ପରିସରରେ ସାଧାରଣ ଦର୍ଶନ ବାରଣ କରାଯିବା ସହିତ ୧୪୪ ଧାରା ଜାରି କରାଯାଇଛି । କେବଳ ଧାର୍ମିକ ଅନୁଷ୍ଠାନରେ ସର୍ବନିମ୍ନ ପୂଜକ, ସେବକଙ୍କୁ ନେଇ ନୀତିକାନ୍ତି ଆୟୋଜନ ପାଇଁ ଅନୁମତି ମିଳିଛି । ଲୋକମାନଙ୍କୁ ଘରେ ରହି ପୂଜା କିମ୍ବ ଅନ୍ୟାନ୍ୟ ଧାର୍ମିକ ରୀତିନୀତି କରିବାକୁ ପରାମର୍ଶ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos