ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିବେ ନେପାଳ ନରେଶ: ସକାଳ ସାଢ଼େ ୯ଟାରୁ ସାଧାରଣ ଦର୍ଶନ ବନ୍ଦ

<p>ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ ନେପାଳ ନରେଶ&nbsp; ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ।&nbsp; ନେପାଳ ନରେଶ ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଭୂଷିତ କରିବା ସହ କର୍ପୂର ଆଳତି ଓ ନୈବେଦ୍ୟ ଅର୍ପଣ କରିବେ।&nbsp; ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଠାକୁରଙ୍କ ନୀତିକାନ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି।&nbsp; ସକାଳ ସାଢ଼େ ୯ଟାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ।&nbsp; ଦିନ ପ୍ରାୟ ୧୧ଟାରେ ଦକ୍ଷିଣ ଦ୍ୱାର ନିକଟରେ ପହଞ୍ଚିବେ ନେପାଳ ନରେଶ।</p> <p>ଗତକାଲି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପଟ୍ଟାଭିଷେକର ୨୫ ବର୍ଷ ପୂର୍ତ୍ତି ଅବସରରେ ନେପାଳ ରାଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ସାମିଲ ହୋଇଥିଲେ।&nbsp; ଏହି ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ୪ ଶଙ୍କରାଚାର୍ଯ୍ୟ ପୀଠ ସ୍ଥାପନର ଉଦ୍ଦେଶ୍ୟ, ଆଦି ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ, ଶ୍ରୀମନ୍ଦିର ସହ ଶଙ୍କରାଚାର୍ଯ୍ୟ ପୀଠର ସମ୍ପର୍କ ଏବଂ ସନାତନ ଧର୍ମର ପ୍ରଚାର ପ୍ରସାର ନେଇ ବିସ୍ତୃତ ତଥା ସାରଗର୍ଭକ ଆଲୋଚନା କରାଯାଇଥିଲା।</p>

Ordigital Desk
  • Published: Sunday, 11 February 2018
  • Updated: 11 February 2018, 08:01 AM IST

Sports

Latest News

<p>ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ ନେପାଳ ନରେଶ&nbsp; ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ।&nbsp; ନେପାଳ ନରେଶ ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଭୂଷିତ କରିବା ସହ କର୍ପୂର ଆଳତି ଓ ନୈବେଦ୍ୟ ଅର୍ପଣ କରିବେ।&nbsp; ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଠାକୁରଙ୍କ ନୀତିକାନ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି।&nbsp; ସକାଳ ସାଢ଼େ ୯ଟାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ।&nbsp; ଦିନ ପ୍ରାୟ ୧୧ଟାରେ ଦକ୍ଷିଣ ଦ୍ୱାର ନିକଟରେ ପହଞ୍ଚିବେ ନେପାଳ ନରେଶ।</p><p>ଗତକାଲି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପଟ୍ଟାଭିଷେକର ୨୫ ବର୍ଷ ପୂର୍ତ୍ତି ଅବସରରେ ନେପାଳ ରାଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ସାମିଲ ହୋଇଥିଲେ।&nbsp; ଏହି ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ୪ ଶଙ୍କରାଚାର୍ଯ୍ୟ ପୀଠ ସ୍ଥାପନର ଉଦ୍ଦେଶ୍ୟ, ଆଦି ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ, ଶ୍ରୀମନ୍ଦିର ସହ ଶଙ୍କରାଚାର୍ଯ୍ୟ ପୀଠର ସମ୍ପର୍କ ଏବଂ ସନାତନ ଧର୍ମର ପ୍ରଚାର ପ୍ରସାର ନେଇ ବିସ୍ତୃତ ତଥା ସାରଗର୍ଭକ ଆଲୋଚନା କରାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos