ଅଚଳ ହୋଇଗଲା ଟିକେଟ କାଉଣ୍ଟର, ସୂର୍ଯ୍ୟମନ୍ଦିରକୁ ଧସେଇ ପଶିଲେ ପର୍ଯ୍ୟଟକ

କୋର୍ଣାକ (ସଞ୍ଜୟ ପତି): ଏକ ଘଣ୍ଟା ଧରି ଅଚଳ ହୋଇଗଲା ଟିକେଟ କାଉଣ୍ଟର। ଫାଟକ ନିକଟରେ ଠିଆ ହୋଇ ଧୈର୍ଯ୍ୟହରା ହୋଇଗଲେ ପର୍ଯ୍ୟଟକ। ଆଉ ଶେଷରେ ବାରଣ ସତ୍ତ୍ୱେ ଘରୋଇ ସିକ୍ୟୁରିଟି ଗାର୍ଡଙ୍କୁ ଠେଲି ସୂର୍ଯ୍ୟମନ୍ଦିରକୁ ପ୍ରବେଶ କଲେ ହଜାର ହଜାର ପର୍ଯ୍ୟଟକ। ଆଜି ସକାଳେ ଏପରି ଘଟଣା ଦେଖିବାକୁ ମିଳିଛି ଘଟିଛି କୋଣାର୍କରେ। ଏବେ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ବୁଲିବାକୁ ଦେଶବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି । ଆଜି […]

Konark

Konark

Tapaswini Nayak
  • Published: Tuesday, 28 December 2021
  • Updated: 28 December 2021, 02:16 PM IST

Sports

Latest News

କୋର୍ଣାକ (ସଞ୍ଜୟ ପତି): ଏକ ଘଣ୍ଟା ଧରି ଅଚଳ ହୋଇଗଲା ଟିକେଟ କାଉଣ୍ଟର। ଫାଟକ ନିକଟରେ ଠିଆ ହୋଇ ଧୈର୍ଯ୍ୟହରା ହୋଇଗଲେ ପର୍ଯ୍ୟଟକ। ଆଉ ଶେଷରେ ବାରଣ ସତ୍ତ୍ୱେ ଘରୋଇ ସିକ୍ୟୁରିଟି ଗାର୍ଡଙ୍କୁ ଠେଲି ସୂର୍ଯ୍ୟମନ୍ଦିରକୁ ପ୍ରବେଶ କଲେ ହଜାର ହଜାର ପର୍ଯ୍ୟଟକ। ଆଜି ସକାଳେ ଏପରି ଘଟଣା ଦେଖିବାକୁ ମିଳିଛି ଘଟିଛି କୋଣାର୍କରେ।

ଏବେ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ବୁଲିବାକୁ ଦେଶବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି । ଆଜି ସକାଳେ ମଧ୍ୟ ହଜାର ହଜାର ପର୍ଯ୍ୟଟକ କୋଣାର୍କ ମନ୍ଦିର ବୁଲିବାକୁ ଆସିଥିଲେ। ତେବେ ସର୍ଭର ଡାଉନ୍‌ ହୋଇଯିବା ଯୋଗୁ କୋଣାର୍କ ମନ୍ଦିରରେ ଥିବା ଟିକେଟ କାଉଣ୍ଟର ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ଅଚଳ ହୋଇଯାଇଥିଲା। ପର୍ଯ୍ୟଟକମାନେ ଟିକେଟ କାଉଣ୍ଟର ପାଖରେ ଠିଆହୋଇ ଧୈର୍ଯ୍ୟ ହରା ହୋଇ ପଡ଼ିଥିଲେ। ଶେଷରେ ମୁଖ୍ୟ ଫାଟକରେ ଠିଆ ହୋଇଥିବା ଘରୋଇ ସିକ୍ୟୁରିଟି ଗାର୍ଡଙ୍କୁ ଠେଲି ଭିତରକୁ ଧସେଇ ପଶିଯାଇଥିଲେ। ପରେ ମନ୍ଦିର ନିକଟରେ ଥିବା ଫାଟକକୁ ବନ୍ଦ କରି ଦିଆଯାଇଥିଲା। ତେବେ ପର୍ଯ୍ୟଟକ ମାନେ ପାଚେରି ଡେଇଁ ଭିତରକୁ ପଶି ଯାଇଥିଲେ।

ଏକ ଘଣ୍ଟା ପରେ ଟିକେଟ୍‌ କାଉଣ୍ଟର କାମ କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ଏହି ଘଟଣା ପରେ ପ୍ରତ୍ନତତ୍ତ୍ୱ ବିଭାଗ ଓ ଜିଲ୍ଲା ପ୍ରଶାସନ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story