ଟ୍ରକ, ଟିପ୍ପର ସଂଘ ଆନ୍ଦୋଳନ ତୃତୀୟ ଦିନରେ: ଖଣି ଅଞ୍ଚଳରେ ମାଲ ପରିବହନ ଠପ୍

ସୁନ୍ଦରଗଡ/କେନ୍ଦୁଝର; ପରିବହନ ଦର ନିର୍ଦ୍ଧାରଣ ପ୍ରକ୍ରିୟାକୁ ବିରୋଧ କରି ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଚାଲିଥିବା ଟ୍ରକ୍ ଓ ଟିପ୍ପର ସଂଘର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନ ଫଳରେ ଖଣି ଅଞ୍ଚଳରେ ମାଲ୍ ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ୩ ଦିନ ହେଲା ଶହ ଶହ ଟ୍ରକ୍ ଓ ଟିପ୍ପର ଠିଆ ହୋଇ ରହିଛି। ସଂଘର ଆନ୍ଦୋଳନ ଯୋଗୁ ଖଣିଜ ପଦାର୍ଥ ଉପରେ ନିର୍ଭର କରୁଥିବା ଶିଳ୍ପସଂସ୍ଥାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଆଜି କୋଇଡାରେ […]

track

Rakesh Mallick
  • Published: Wednesday, 22 July 2015
  • , Updated: 22 July 2015, 03:35 PM IST

ସୁନ୍ଦରଗଡ/କେନ୍ଦୁଝର; ପରିବହନ ଦର ନିର୍ଦ୍ଧାରଣ ପ୍ରକ୍ରିୟାକୁ ବିରୋଧ କରି ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଚାଲିଥିବା ଟ୍ରକ୍ ଓ ଟିପ୍ପର ସଂଘର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନ ଫଳରେ ଖଣି ଅଞ୍ଚଳରେ ମାଲ୍ ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ୩ ଦିନ ହେଲା ଶହ ଶହ ଟ୍ରକ୍ ଓ ଟିପ୍ପର ଠିଆ ହୋଇ ରହିଛି। ସଂଘର ଆନ୍ଦୋଳନ ଯୋଗୁ ଖଣିଜ ପଦାର୍ଥ ଉପରେ ନିର୍ଭର କରୁଥିବା ଶିଳ୍ପସଂସ୍ଥାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଆଜି କୋଇଡାରେ ଦୁଇ ଜିଲ୍ଲାର ୧୯ଟି ଟ୍ରକ ଓ ଟିପ୍ପର ଆସୋସିଏଶନର ଏକ ବୈଠକ ବସିଥିଲା। ବୈଠକରେ ଦର ନିର୍ଧାରଣ ପ୍ରକ୍ରିୟାକୁ ବିରୋଧ କରାଯିବା ସହ ପୁରୁଣା ଦର ଧାର୍ଯ୍ୟ କରିବା ପାଇଁ ଦାବି ହୋଇଥିଲା ।

ଜୁନ ୧୭ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜୁଲାଇ ପହିଲାରୁ ସିଲିଂ ପ୍ରାଇସ ଲାଗୁ ନେଇ ନିଷ୍ପତି ହୋଇଥିଲା। ପରିବହନ ବାବଦକୁ ସର୍ବାଧିକ ଭଡ଼ା କେତେ ହେବ ତାହା ଧାର୍ଯ୍ୟ ହେବ। ଏହାଠାରୁ ପରିବହନ ସଂସ୍ଥା ଅଧିକ ଭଡ଼ା ନେଇ ପାରିବେ ନାହିଁ। ନିୟମ ଉଲ୍ଲଂଘନ କଲେ ପରିବହନ ଲାଇସେନ୍ସ ରଦ୍ଦ ହେବ। ଖଣି ବିଭାଗର ଆଇଥ୍ରୀଏମ୍ଏସର ପଞ୍ଜୀକୃତ ଟ୍ରକ ଗୁଡିକ ବିଭିନ୍ନ ସ୍ଥାନକୁ ପରିବହନ କଲାବେଳେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଭଡ଼ା ନେବେ । ଇ-ଟେଣ୍ଡର ବ୍ୟବସ୍ଥାରେ ଏହି ଦର ନିର୍ଦ୍ଧାରଣ ହେବ। ସାରା ରାଜ୍ୟ ପାଇଁ ଗୋଟିଏ ବ୍ୟବସ୍ଥା ଲାଗୁହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା  ଖଣିଜ ପଦାର୍ଥ ପରିବହନ ଦର ଧାର୍ଯ୍ୟ ହୋଇପାରିନାହିଁ । ଶୀଘ୍ର ଦର ଧାର୍ଯ୍ୟ ହେବ ବୋଲି ପରିବହନ ମନ୍ତ୍ରୀ କହୁଥିବା ବେଳେ ଖଣି ମନ୍ତ୍ରୀ କହିଛନ୍ତି ଦର ଧାର୍ଯ୍ୟ ପରେ ମୋଡାଲିଟି ପ୍ରସ୍ତୁତ ହେବ।

Related story