ଟ୍ରାକ୍‌ରୁ ଖସିଲା ମାଲ୍‌ଗାଡ଼ି, ବହୁ ଟ୍ରେନ୍‌ ବାତିଲ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ମାଳିଗୁଡ଼ା ରେଳଷ୍ଟେସନ ନିକଟରେ ଆଜି ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଫଳରେ କୋରାପୁଟ ଓ ଜଗଦଲପୁର ମଧ୍ୟରେ ଟ୍ରେନ୍‌ ଚଳାଚଳ ବ୍ୟାଘାତ ହୋଇଛି। ଉକ୍ତ ରୁଟ୍‌ରେ ଆଜି ପାଇଁ ସମସ୍ତ ପାସେଞ୍ଜର ଟ୍ରେନକୁ ବାତିଲ କରି ଦିଆଯାଇଥିବା କୋରାପୁଟ ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି। ଆଜି ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ କୋରପୁଟଠାରେ ଅଟକିଛି। ଆଜି ସନ୍ଧ୍ୟାରେ ଏହି ଟ୍ରେନଟି ଭୁବନେଶ୍ୱର ଅଭିମୁଖେ ତାହା […]

trains-cancelled-along-koraput-and-jeypore-route-after-a-goods-train-derails

trains-cancelled-along-koraput-and-jeypore-route-after-a-goods-train-derails

Manoranjan Sial
  • Published: Monday, 03 June 2019
  • Updated: 03 June 2019, 05:02 PM IST

Sports

Latest News

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ମାଳିଗୁଡ଼ା ରେଳଷ୍ଟେସନ ନିକଟରେ ଆଜି ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଫଳରେ କୋରାପୁଟ ଓ ଜଗଦଲପୁର ମଧ୍ୟରେ ଟ୍ରେନ୍‌ ଚଳାଚଳ ବ୍ୟାଘାତ ହୋଇଛି। ଉକ୍ତ ରୁଟ୍‌ରେ ଆଜି ପାଇଁ ସମସ୍ତ ପାସେଞ୍ଜର ଟ୍ରେନକୁ ବାତିଲ କରି ଦିଆଯାଇଥିବା କୋରାପୁଟ ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି।

ଆଜି ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ କୋରପୁଟଠାରେ ଅଟକିଛି। ଆଜି ସନ୍ଧ୍ୟାରେ ଏହି ଟ୍ରେନଟି ଭୁବନେଶ୍ୱର ଅଭିମୁଖେ ତାହା ଯାତ୍ରା କରିବ। ଠିକ୍‌ ସେହିପରି ରାଉରକେଲା ଏକ୍ସପ୍ରେସ୍‌ କୋରାପୁଟ୍‌ ଯିବ ବୋଲି ରେଳ ବିଭାଗ କହିଛି। ବିଶାଖାପାଟଣାରୁ ଆସିଥିବା ଟ୍ରେନ୍‌ଟି କୋରାପୁଟରୁ ଫେରି ଯାଇଛି।

ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ରେଳ ଟ୍ରାକ ଠିକ୍‌ ହୋଇଯିବ ବୋଲି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos