ଭରା ନଦୀରେ ଭୟଙ୍କର ଯାତ୍ରା, ଦେଖନ୍ତୁ ଦୟନୀୟ ଚିତ୍ରର ଏକ୍ସକ୍ଲୁସିଭ ଭିଡିଓ

ଗଜପତି: ଗାଁର ଏକମାତ୍ର ସାହାରା କାଠ ପୋଲ।  ନଦୀର ଏପାଖରୁ ସେପାଖ ଯିବା ପାଇଁ ପ୍ରତିଦିନ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର କରନ୍ତି ଗ୍ରାମବାସୀ । ଗଜପତି ଜିଲ୍ଲା ମୋହନାର କାକତବନ୍ଧା ଗାଁରେ ନା ପହଞ୍ଚି ପାରୁଛି ବିକାଶ ନାଁ ସରକାରୀ ସୁବିଧା ସୁଯୋଗ।  ସେପଟେ ସ୍ଥାୟୀ ପୋଲ ପାଇଁ ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଅଞ୍ଚଳବାସୀ।  ଏଦୃଶ୍ୟ ଦେଖିବାକୁ ଯେତେ ରୋମାଞ୍ଚକର ତାଠୁ ଢେର ଅଧିକ ଦୟନୀୟ।  ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଉଦୟପୁର ପଞ୍ଚାୟତର କାକବନ୍ଧା ଗାଁର ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଚିତ୍ର ବୟାନ କରୁଛି କେତେ ଅବହେଳିତ ଗାଁର ଅବସ୍ଥା।

ନିତି ଦିନିଆ ରାସ୍ତା ହେଉଛି ଏହି କାଠ ଗଣ୍ଡି। ନଦୀ ଏପଟୁ ସେପଟକୁ ଯିବା ପାଇଁ ଏକମାତ୍ର ସାହାରା ଏହି କାଠ ଗଣ୍ଡି । ଦିନେ କିମ୍ବା ଦୁଇ ଦିନ ନୁହଁ ବର୍ଷ ତମାମ ଏପରି ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହୁଅନ୍ତି ଗ୍ରାମବାସୀ। କାକବନ୍ଧା ଗାଁକୁ ଅନ୍ୟ ଅଞ୍ଚଳ ସହ ଯୋଡ଼ିବା ପାଇଁ ଏହା ଏକମାତ୍ର ରାସ୍ତା ।

ତେବେ ବର୍ଷା ଦିନେ ଏହି ପୋଲର ଅବସ୍ଥା କହିଲେ ନ ସରେ । ବର୍ଷା ଋ଼ତୁରେ କାକବନ୍ଧା ଗାଁ ଅନ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ପାଲଟି ଯାଏ। ନା ଛାତ୍ରଛାତ୍ରୀ ସ୍କୁଲ ଯାଇ ପାରନ୍ତି, ନା କୌଣସି କୌଣସି ସରକାରୀ ଅଧିକାରୀ ଗାଁକୁ ଆସିପାରନ୍ତି।  ତେବେ ଦୀର୍ଘ ଦିନରୁ ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଗ୍ରାମବାସୀ।  ନଦୀ ଉପରେ ପୋଲ ପାଇଁ ଦାବି କରିଥିଲେ ବି ଫଳ ଶୂନ।  ସେପଟେ ରାଜସ୍ୱ ବିଭାଗକୁ ଏନେଇ ପ୍ରସ୍ତାବ ଦିଆଯାଇଛି । ଖୁବ୍ ଶୀଘ୍ର ପୋଲ ନିର୍ମାଣ ହେବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ନୂଆଗଡ଼ ବିଡିଓ।

Ordigital Desk
• Published: Tuesday, 19 December 2017
• Updated: 19 December 2017, 08:53 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos