ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧିକାରୀ ଅଭିନବ ଡାଳୁଆଙ୍କୁ ବଦଳି ପ୍ରତିବାଦରେ ଆଜି ତିର୍ତ୍ତୋଲରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ତିର୍ତ୍ତୋଲ ସଚେତନ ନାଗରିକ ମଞ୍ଚ, ଜନଜାଗରଣ ମଞ୍ଚ, ବରିଷ୍ଠ ନାଗରିକ ମଞ୍ଚ ଓ ଆମ ପୋଲିସ୍ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି। ଶତାଧିକ ଲୋକ ମଟର ସାଇକେଲ ଶୋଭାଯାତ୍ରାରେ ସମଗ୍ର ଅଞ୍ଚଳରେ ବୁଲି ପ୍ରତିବାଦ ଜଣାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।