ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର ଶାସନ ଥାନା ପରମାଣପୁର ଧନୁଯାତ୍ରା ମୀନାବଜାରରେ ଘଟିଛି ଅଘଟଣ। ଆଜି ଭୋରରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା କିଛି ଅସ୍ଥାୟୀ ଦୋକାନୀଙ୍କ ଉପରେ ଏକ ଟ୍ରକ୍ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି।
ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୭ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଖବର ପାଇ ଶାସନ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକ୍ଟି ଘଟଣାସ୍ଥଳରେ ଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ମୃତକମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଦେଶରେ HMPV ଚିହ୍ନଟ ପରେ ଓଡ଼ିଶା ସରକାରଙ୍କ ଛନକା!
ଦେଶରେ HMPV ଚିହ୍ନଟକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି,‘ଚୀନ୍ରୁ HMPV ଆସୁଥିବା ଖବରକୁ WHO ଏଯାବତ ସ୍ପଷ୍ଟ କରିନି। ଭାରତ ସରକାର ମଧ୍ୟ କୌଣସି ଆଡଭାଇଜରୀ ଜାରି କରି ନାହାନ୍ତି। ଯେ କୌଣସି ପ୍ରକାର ସ୍ୱାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ।
Crime
ରାତି ଅନ୍ଧାରରେ ପହାଡ଼ ଉପରେ ଚାଲିଥିଲା ଜୁଆ ଖେଳ; ତା’ପରେ...
ରବିବାର ବିଳମ୍ୱିତ ରାତିରେ କୁମୁଡ଼ା ପାହାଡରେ ଚାଲିଥିଲା ଜୁଆ ଖେଳ। ଜୁଆଡିମାନେ ଜୁଆ ଖେଳରେ ମାତିଥିଲେ। ଏ ସମ୍ପର୍କରେ ଟିଟିଲାଗଡ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଖବର ପାଇଥିଲେ।
Politics
ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ, କଟାକ୍ଷ କଲା ବିଜେପି
ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ଯୋଗଦେଲେ ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତା। ନାଟକ କରୁଛନ୍ତି କହିଲା ବିଜେପି।
Crime
୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣା; ଦୁର୍ଘଟଣା ନୁହେଁ ତାହା ସୁଚିନ୍ତିତ ହତ୍ୟାକାଣ୍ଡ- ଏସ୍ପି
ଆଜି ସନ୍ଧ୍ୟା ସୁଦ୍ଧା଼ ପୂରା ଘଟଣା ଉପରୁ ପରଦା ହଟିବ ଓ ଏହି ହତ୍ୟାକାଣ୍ଡ ପଛରେ କେଉଁମାନେ ଅଛନ୍ତି ତଥା ସେମାନଙ୍କ ଉଦ୍ଦେଶ୍ୟ କ’ଣ ତାହା ସର୍ବସମ୍ମୁଖକୁ ଆସିବ ବୋଲି କହିଛନ୍ତି ଏସ୍ପି।
Accident
ଗଛରେ ପିଟିହେଲା ବାଇକ୍, ଆଖି ବୁଜିଲେ ପିଜି ଛାତ୍ର
ୟୁନିଭରସିଟି ପରିସରରେ ଗଛରେ ପିଟିହେଲା ବାଇକ୍। ବାଇକ୍ରୁ ଛିଟିକି ପଡ଼ିଗଲେ ଛାତ୍ର। ଆଉ ଘଟଣାସ୍ଥଳରେ ଚାଲିଗଲା ଜୀବନ।