ବାପଝିଅଙ୍କୁ ପିଟି ରାସ୍ତାକଡ଼କୁ ଓଲଟି ପଡ଼ିଲା ଟ୍ରକ୍‌

ଯାଜପୁର (ଓଡ଼ିଶା ରିପୋର୍ଟର): ୫୩ ନମ୍ବର ଜାତୀୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ବ୍ୟକ୍ତିଙ୍କ ନାଁ ଚିତରଞ୍ଜନ ସ୍ୱାଇଁ। ଗୁରୁତର ଭାବେ ଆହତ ହୋଇଥିବା ତାଙ୍କ ଝିଅଙ୍କ ନାଁ ଅଭିଲିପ୍ସା। ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବାଘୁଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭେଳିଗୋଠ ଗାଁର ଚିତରଞ୍ଜନ ଓ ତାଙ୍କ ଝିଅ ବାଇକ୍‌ରେ ବାରକଣା ଗାଁକୁ […]

truck

truck

Jitendra Garnayak
  • Published: Sunday, 04 November 2018
  • Updated: 04 November 2018, 12:49 PM IST

Sports

Latest News

ଯାଜପୁର (ଓଡ଼ିଶା ରିପୋର୍ଟର): ୫୩ ନମ୍ବର ଜାତୀୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅଙ୍କ ଅବସ୍ଥା ଗୁରୁତର ରହିଛି।

ମୃତ ବ୍ୟକ୍ତିଙ୍କ ନାଁ ଚିତରଞ୍ଜନ ସ୍ୱାଇଁ। ଗୁରୁତର ଭାବେ ଆହତ ହୋଇଥିବା ତାଙ୍କ ଝିଅଙ୍କ ନାଁ ଅଭିଲିପ୍ସା।

ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବାଘୁଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

bike

ଭେଳିଗୋଠ ଗାଁର ଚିତରଞ୍ଜନ ଓ ତାଙ୍କ ଝିଅ ବାଇକ୍‌ରେ ବାରକଣା ଗାଁକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଚିତରଞ୍ଜନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।

ଅଭିଲିପ୍ସାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲା।
ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos