କେନ୍ଦ୍ରାପଡ଼ା: ଭାରତୀୟ ସଂସ୍କୃତିରେ ଗୁରୁ ଓ ଶିଷ୍ୟ ପରମ୍ପରା କେଉଁ କାଳରୁ ରହିଆସିଛି। ମାତ୍ର କେତେକଙ୍କ ପାଇଁ ଆଜି ଗୁରୁ ଓ ଶିଷ୍ୟ ପରମ୍ପରା କଳଙ୍କିତ ହୋଇଛି। ଏହାର ନମୂନା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ। କ୍ରୁର ଟ୍ୟୁସନ୍ ଦିଦିଙ୍କ ପନିକି ଚୋଟରେ ଆହତ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
କେନ୍ଦ୍ରାପଡ଼ା ଟାଉନ୍ ଅଞ୍ଚଳର ଦ୍ୱିତୀୟ ଶ୍ରଣୀ ଛାତ୍ରୀ ସସ୍ମିତା ଦାସଙ୍କୁ ଜଣେ ଯୁବତୀ ଟ୍ୟୁସନ୍ କରୁଥିଲେ। ମାତ୍ର ସସ୍ମିତା ମା’ ନିୟମିତ ଟ୍ୟୁସନ୍ ଫି’ ଦେଉନଥିଲେ। ଏହାକୁ ନେଇ ଆଜି ଛାତ୍ରୀଙ୍କ ମା’ ଓ ଦିଦିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଟ୍ୟୁସନ୍ ଦିଦି ଏକ ପନିକିରେ ଛାତ୍ରୀଙ୍କ ବେକକୁ କାଟିବାକୁ ଉଦ୍ୟମ କରିଥିଲେ। ଦିଦିଙ୍କ ବାପା ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଏବେ ମଧ୍ୟ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଟ୍ୟୁସନ୍ ଦିଦିଙ୍କୁ ଅଟକ ରଖିଛି।