ଧାମନଗର ଉପନିର୍ବାଚନ: ବଦଳିଲେ ଦୁଇ ବ୍ଲକ ବିଡିଓ, ଟୋଲ୍ ଫ୍ରି ନମ୍ବର ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ନିମନ୍ତେ ଧାମନଗର ଓ ତିହିଡ଼ି ବ୍ଲକ ବିଡ଼ିଓଙ୍କୁ ବଦଳି କରାଯାଇଛି । ଉଭୟ ବ୍ଲକର ବିଡିଓଙ୍କୁ ତୁରନ୍ତ ରିଲିଭ୍ କରିବାକୁ ଭଦ୍ରକ ଜିଲ୍ଲାପାଳଙ୍କୁ ପଂଚାୟତିରାଜ ବିଭାଗ ନିର୍ଦ୍ଦେଶ ଦେଇଥିବାବେଳେ ସେମାନଙ୍କ ସ୍ଥାନରେ ନୂଆ ବିଡିଓଙ୍କୁ ତତ୍କାଳ ଦାୟିତ୍ୱ ଗ୍ରହଣ ପାଇଁ କୁହାଯାଇଛି । ରାଜ୍ୟ ପଂଚାୟତିରାଜ ବିଭାଗ ପକ୍ଷରୁ ଗତକାଲି ପ୍ରକାଶ ପାଇଥିବା ବିଜ୍ଞପ୍ତି […]

election

election

Niranjan Mishra
  • Published: Saturday, 08 October 2022
  • Updated: 08 October 2022, 10:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ନିମନ୍ତେ ଧାମନଗର ଓ ତିହିଡ଼ି ବ୍ଲକ ବିଡ଼ିଓଙ୍କୁ ବଦଳି କରାଯାଇଛି । ଉଭୟ ବ୍ଲକର ବିଡିଓଙ୍କୁ ତୁରନ୍ତ ରିଲିଭ୍ କରିବାକୁ ଭଦ୍ରକ ଜିଲ୍ଲାପାଳଙ୍କୁ ପଂଚାୟତିରାଜ ବିଭାଗ ନିର୍ଦ୍ଦେଶ ଦେଇଥିବାବେଳେ ସେମାନଙ୍କ ସ୍ଥାନରେ ନୂଆ ବିଡିଓଙ୍କୁ ତତ୍କାଳ ଦାୟିତ୍ୱ ଗ୍ରହଣ ପାଇଁ କୁହାଯାଇଛି ।

ରାଜ୍ୟ ପଂଚାୟତିରାଜ ବିଭାଗ ପକ୍ଷରୁ ଗତକାଲି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଲକ୍ଷ୍ମୀପୁର ତହସିଲଦାର ବନବିହାରୀ ଧିଣ୍ଡାଙ୍କୁ ଧାମନଗର ବ୍ଲକ ବିଡିଓ ଓ କେସିଙ୍ଗା ତହସିଲଦାର ଜ୍ୟୋର୍ତିମୟ କରଙ୍କୁ ତିହିଡ଼ି ବ୍ଲକ ବିଡିଓ ଭାବେ ବଦଳି କରାଯାଇଛି । ଉଭୟ ଅଫିସରଙ୍କୁ ତୁରନ୍ତ ରିଲିଭ୍ କରିବା ନିମନ୍ତେ ଯଥାକ୍ରମେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ଉଭୟ ଅଫିସର ନିର୍ବାଚନ କାର୍ଯ୍ୟ ତୁଲାଇପାରିବେ । ସେହିପରି ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ଓ ତିହିଡ଼ି ବିଡିଓ ବସନ୍ତ କୁମାର ସାହାଣୀଙ୍କୁ ରାଜ୍ୟ ପଂଚାୟତିରାଜ ବିଭାଗରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଧାମନଗର ଉପନିର୍ବାଚନ ତାରିଖ ଘୋଷଣା ସହ ଭଦ୍ରକ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।

ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାମନଗର ଉପନିର୍ବାଚନ ନିମନ୍ତେ କଂଟ୍ରୋଲ ରୁମ୍ ଖୋଲିଛି। ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ନେଇ ଏହି କଂଟ୍ରୋଲ ରୁମକୁ ସାଧାରଣ ଲୋକେ ଅଭିଯୋଗ ଓ ଅବଗତ କରିପାରିବେ। ଏଥିପାଇଁ ଜାରି ଟୋଲ୍ ଫ୍ରି ନମ୍ବର ହେଲା- ୧୯୫୦ ଓ ୮୪୮୦୯୪୬୮୨୩ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଉପନିର୍ବାଚନ ପାଇଁ ଏବେ ଶାସକ ବିଜେଡି ସେଠାରେ ପ୍ରଚାର ଅଭିଯାନ ଜୋରଦାର କରିଥିବାବେଳେ ଆସନ୍ତାକାଲି ଦଳର ରାଜ୍ୟସ୍ତରୀୟ ନେତାମାନେ ଧାମନଗରରେ ପଦଯାତ୍ରା କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos