ଉଦୟପୁର ବେଳାଭୂମି ଅଶାନ୍ତ: ୨ ଡଙ୍ଗା ଭାଙ୍ଗିଲା, ଗୋଟେ ଭାସିଗଲା

ବାଲେଶ୍ୱର: ଲଗାଣ ବର୍ଷାରେ ବାଲେଶ୍ୱର ଜିଲ୍ଲାରେ ପ୍ରବଳ କ୍ଷତି ହୋଇଛି। ଭୋଗରାଇର ଉଦୟପୁର ବେଳାଭୂମିରେ ସମୁଦ୍ର ଅଶାନ୍ତ ରହିଛି। ଉଚ୍ଚ ଢେଉ ଓ ପବନରେ ୨ ଜଣ ମତ୍ସ୍ୟଜୀବୀଙ୍କ ଡଙ୍ଗା ଭାଙ୍ଗି ଯାଇଥିବା ବେଳେ ଗୋଟିଏ ସମୁଦ୍ର ଭିତରରୁ ଭାସି ଯାଇଥିବା ଅଭିଯୋଗ ହୋଇଛି।

ବର୍ଷା ଓ ପବନ ଯୋଗୁଁ ଶତାଧିକ ଝାଉଁ ଗଛ ନଷ୍ଟ ହୋଇଥିବା ଜଣାପଡ଼ିଛି।

ମତ୍ସ୍ୟଜୀବୀଙ୍କ ଡଙ୍ଗା ଥଇଥାନ ଓ ସୁରକ୍ଷା ପାଇଁ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରାଯାଉ ନଥିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।