ଟ୍ୟାଙ୍କର ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଘରକୁ ବାଇକରେ ଫେରୁଥିବା ବେଳେ ତେଲ ଟ୍ୟାଙ୍କର ପିଟିଦେବାରୁ ରାସ୍ତାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଝାରସୁଗୁଡ଼ା-ସମ୍ବଲପୁର ବାଇପାସ୍‌ରେ ଘଟିଛି। ଝାରସୁଗୁଡ଼ା ଜିଲ୍ଲାର ଗୌରପଡ଼ାର ସୁମିତ ସାହୁ ନିଜର ସମ୍ପର୍କୀୟ ଭାଇ ଡୁଙ୍ଗୁରିପାଲିର ନୀତିନ ସରାଫଙ୍କ ସହ ବାଇକ୍‌ରେ ରେଙ୍ଗାଲିରୁ ନିଜ ଘରକୁ ବାଇକରେ ଫେରୁଥିଲେ। ବଡ଼ମାଳ ଥାନା ଝାରସୁଗୁଡ଼ା-ସମ୍ବଲପୁର ବାଇପାସ୍‌ରେ ଏକ ତେଲ ଟ୍ୟାଙ୍କର ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ରାସ୍ତାରେ ଦୁଇ ଭାଇଙ୍କ […]

two-brothers-killed-as-an-oil-tanker-rams-into-their-bike

two-brothers-killed-as-an-oil-tanker-rams-into-their-bike

Manoranjan Sial
  • Published: Saturday, 06 July 2019
  • Updated: 06 July 2019, 09:02 PM IST

Sports

Latest News

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଘରକୁ ବାଇକରେ ଫେରୁଥିବା ବେଳେ ତେଲ ଟ୍ୟାଙ୍କର ପିଟିଦେବାରୁ ରାସ୍ତାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଝାରସୁଗୁଡ଼ା-ସମ୍ବଲପୁର ବାଇପାସ୍‌ରେ ଘଟିଛି।

ଝାରସୁଗୁଡ଼ା ଜିଲ୍ଲାର ଗୌରପଡ଼ାର ସୁମିତ ସାହୁ ନିଜର ସମ୍ପର୍କୀୟ ଭାଇ ଡୁଙ୍ଗୁରିପାଲିର ନୀତିନ ସରାଫଙ୍କ ସହ ବାଇକ୍‌ରେ ରେଙ୍ଗାଲିରୁ ନିଜ ଘରକୁ ବାଇକରେ ଫେରୁଥିଲେ। ବଡ଼ମାଳ ଥାନା ଝାରସୁଗୁଡ଼ା-ସମ୍ବଲପୁର ବାଇପାସ୍‌ରେ ଏକ ତେଲ ଟ୍ୟାଙ୍କର ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ରାସ୍ତାରେ ଦୁଇ ଭାଇଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ତେଲ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା। ଟ୍ୟାଙ୍କର ଡ୍ରାଇଭର ଓ ହେଲ୍‌ପର ଫେରାର ହୋଇଯାଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ କରିଥିଲେ। ଏପରିକି ବାଇପାସ୍‌ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଫଳରେ ସେହି ରାସ୍ତାରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos