ନୟାଗଡ଼: ପୋଖରୀରେ ବୁଡ଼ି ୨ ବାଳକ ମୃତ

ନୟାଗଡ଼: ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ୨ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ନୟାଗଡ଼ ରଣପୁର ବ୍ଲକ ଶିଖରପୁରରେ। ମୃତ ଶିଶୁ ହେଲେ ଶୁଭମ ପରିଡ଼ା(୮) ଏବଂ ସିପୁ ପରିଡା (୩)ବର୍ଷ। ଦୁଇଟିଯାକ ମୃତଦେହକୁ ଉଦ୍ଧାର କରାଯାଇଛି। ସିପୁ ପରିଡାଙ୍କ ମୃତଦେହ ରଣପୁର ଡାକ୍ତରଖାନାରେ ରଖାଯାଇଛି।