ମାଆ ବେକରୁ ସୁନା ଚେନ୍‌ ଝାମ୍ପି ନେଉଥିଲା ଦୁର୍ବୃତ୍ତ, ଧରିପକାଇଲେ ପୁଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ୫ଟି ଏନକାଉଣ୍ଟର ପରେ ମଧ୍ୟ ସକ୍ରିୟ ଅଛନ୍ତି ଲୁଟେରା। ଦିନ ଦି’ପହରରେ ଜଣେ ମହିଳାଙ୍କ ଠାରୁ ଚେନ ଲୁଟ ବେଳେ ତାଙ୍କ ସହ ଥିବା ପୁଅର ଉପସ୍ଥିତ ବୁଦ୍ଧି ଯୋଗୁ ଧରାପଡ଼ିଛନ୍ତି ଦୁଇ ଲୁଟେରା। ଏହି ଘଟଣା ମଞ୍ଚେଶ୍ୱର ଥାନା ଭାଗବତ ସଂଧାନ ନିକଟରେ ଘଟିଛି। ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ଲୁଟେରାଙ୍କୁ ଧରି ପୁଲିସ ଜିମା ଦେଇଛନ୍ତି। ସୁବ୍ରତ ଓଝା ଓ ତାଙ୍କ ମାଆ […]

loot-in-bbsr

loot-in-bbsr

Manoranjan Sial
  • Published: Wednesday, 14 August 2019
  • Updated: 14 August 2019, 07:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ୫ଟି ଏନକାଉଣ୍ଟର ପରେ ମଧ୍ୟ ସକ୍ରିୟ ଅଛନ୍ତି ଲୁଟେରା। ଦିନ ଦି’ପହରରେ ଜଣେ ମହିଳାଙ୍କ ଠାରୁ ଚେନ ଲୁଟ ବେଳେ ତାଙ୍କ ସହ ଥିବା ପୁଅର ଉପସ୍ଥିତ ବୁଦ୍ଧି ଯୋଗୁ ଧରାପଡ଼ିଛନ୍ତି ଦୁଇ ଲୁଟେରା। ଏହି ଘଟଣା ମଞ୍ଚେଶ୍ୱର ଥାନା ଭାଗବତ ସଂଧାନ ନିକଟରେ ଘଟିଛି। ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ଲୁଟେରାଙ୍କୁ ଧରି ପୁଲିସ ଜିମା ଦେଇଛନ୍ତି।

ସୁବ୍ରତ ଓଝା ଓ ତାଙ୍କ ମାଆ ମନୋରମା ଓଝା ଏକ ଅଟୋରେ ବମିଖାଲ କେନାଲ ରୋଡ୍‌ରେ ଯାଉଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ମନୋରମାଙ୍କ ବେକରୁ ଚେନ ଝାମ୍ପି ବାଇକରେ ଖସିଯିବାକୁ ଉଦ୍ୟମ କରୁଥିଲେ। ଠିକ୍‌ ଏତିକି ବେଳେ ଅଟୋରୁ ଡେଇଁ ପଡ଼ିଥିଲେ ସୁବ୍ରତ। ପରେ ଲୁଟେରାଙ୍କ ବାଇକର ପଛ ପାଖକୁ ଧରି ପକାଇଥିଲେ। ଫଳରେ ବାଇକରେ ବସିଥିବା ଦୁଇ ଲୁଟେରା ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ। ମାଆ ଓ ପୁଅଙ୍କ ପାଟି ଶୁଣି ସ୍ଥାନୀୟ ଭାଗବତ ସଂଧାନ ଅଞ୍ଚଳର ଲୋକେ ଦୁଇ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ତେବେ ଅନ୍ୟ ବାଇକରେ ଥିବା ଜଣେ ଲୁଟେରା ଖସିଯଇଥିଲା। ଧରା ପଡ଼ିଥିବା ଦୁଇ ଲୁଟେରାଙ୍କୁ ସ୍ଥାନୀୟ ଲୋକେ ନିର୍ଦ୍ଧୁମ ଛେଚିଥିଲେ।

କିଛିଦିନ ତଳେ ମଞ୍ଚେଶ୍ୱର ଥାନା ଅଧିନ ରସୁଲଗଡ ସ୍ଥିତ ତୃପ୍ତି ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କଠାରୁ ଟଙ୍କା ଲୁଟ ହୋଇଥିଲା। ଏହାସହ ଭୁବନେଶ୍ୱର-ପୁରୀ ବାଇପାସ ରୋଡରେ କାର ଶୋ’ ରୁମର ମାଲିକ ଓ ଗ୍ରାହକଙ୍କୁ ଆକ୍ରମଣ କରି ଲୁଟ କରିଥିଲେ ଦୁର୍ବୃତ୍ତ। ଲୁଟେରାଙ୍କୁ ସାବାଡ୍‌ କରିବାକୁ ପୁଲିସ ୫ ଜଣଙ୍କୁ ଏନକାଉଣ୍ଟର କରିଛି। ୧୪ ଜଣ ଦୁର୍ବୃତ୍ତଙ୍କୁ ମଧ୍ୟ ଗିରଫ କରିସାରିଛି ପୁଲିସ। ତଥାପି ରାଜଧାନୀରେ ଲୁଟେରାଙ୍କ ଦୌରାତ୍ମ୍ୟ ଉପରେ ଅଙ୍କୁଶ ଲାଗିନି। ଏବେ ବମିଖାଲ ଘଟଣା ପରେ ପୁଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos