ବଜାର ଆସୁଥିଲେ ଦୁଇ ଯୁବକ, ଘରକୁ ଫେରିପାରିଲେନି

ନୂଆପଡା(ମାୟାଧର ସରାଫ): ବାଇକ୍‌ରେ ବଜାର ଆସୁଥିଲେ ଦୁଇ ଯୁବକ। ହେଲେ ଘରକୁ ଫେରିପାରିଲେନି। ଅନ୍ଧାର ରାତିରେ ଅନ୍ୟ ବାଇକ୍‌ ସେମାନଙ୍କ ବାଇକ୍‌କୁ ଧକ୍କା ଦେବାରୁ ରାସ୍ତାରେ ଚାଲିଗଲା ଜୀବନ। ଅନ୍ୟ ଜଣେ ଗୁରୁତର ଆହତ ହୋଇଛି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅଞ୍ଚଳରେ ଘଟିଛି। ଗତକାଲି ବିଳମ୍ୱିତ ରାତିରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ତା ଥାନା ଫୁଗୁଡା ଗାଁର ଦିଲ୍ଲୀପ ଭୋଇ ଓ କିଶୋର ସାହୁ ଏକ ବାଇକ୍‌ରେ କୌଣସି କାମରେ ଖଡିଆଳ […]

bike-accident-in-nuapada

bike-accident-in-nuapada

Manoranjan Sial
  • Published: Wednesday, 13 November 2019
  • Updated: 13 November 2019, 04:44 PM IST

Sports

Latest News

ନୂଆପଡା(ମାୟାଧର ସରାଫ): ବାଇକ୍‌ରେ ବଜାର ଆସୁଥିଲେ ଦୁଇ ଯୁବକ। ହେଲେ ଘରକୁ ଫେରିପାରିଲେନି। ଅନ୍ଧାର ରାତିରେ ଅନ୍ୟ ବାଇକ୍‌ ସେମାନଙ୍କ ବାଇକ୍‌କୁ ଧକ୍କା ଦେବାରୁ ରାସ୍ତାରେ ଚାଲିଗଲା ଜୀବନ। ଅନ୍ୟ ଜଣେ ଗୁରୁତର ଆହତ ହୋଇଛି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅଞ୍ଚଳରେ ଘଟିଛି।

ଗତକାଲି ବିଳମ୍ୱିତ ରାତିରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ତା ଥାନା ଫୁଗୁଡା ଗାଁର ଦିଲ୍ଲୀପ ଭୋଇ ଓ କିଶୋର ସାହୁ ଏକ ବାଇକ୍‌ରେ କୌଣସି କାମରେ ଖଡିଆଳ ଅଭିମୁଖେ ଆସୁଥିଲେ। ତେବେ ଖଡ଼ିଆଳ ଥାନା ମହରା ଗାଁ ଛକ ନିକଟରେ ସମ୍ମୁଖରୁ ଆସୁଥିବା ବିଳାଶ ଚିନାଗୁନଙ୍କ ବାଇକ୍‌ ସହ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଦିଲ୍ଲୀପ ଓ କିଶୋରଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ବିଳାଶ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାର ଉଦ୍ଧାର କରାଯାଇ ଖଡ଼ିଆଳ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହତ ଯୁବକଙ୍କ ଘର ଫୁଗୁଡା ଗାଁର ବୋଲି ଜଣାପଡ଼ିଛି। ସେ ରାତିରେ ଘରକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos