ଲୁଗା କିଣି ଫସିଗଲେ ନକଲି ପୋଲିସ୍‌

<p>ଯାଜପୁର (ଓଡ଼ିଶା ରିପୋର୍ଟର): ନିଜକୁ ପୋଲିସର ପରିଚୟ ଦେଇ ଦୋକାନୀକୁ ଚକମା ଦେଇ ଧରାପଡିଛନ୍ତି ଜଣେ ନକଲି ଆଇଆଇସି ଓ ତାଙ୍କ ସହଯୋଗୀ। ଏଭଳି ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳରୁ। ଏହି ଘଟଣାରେ ଅଭିଯୁକ୍ତ ଅନୁଗୋଳର ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଭଦ୍ରକ ଆଖୁଆପଦାର ପାର୍ଥସାରଥୀ ଦଳାଇଙ୍କୁ ଗିରଫ କରିଛି ପାଣିକୋଇଲି ପୋଲିସ।</p> <p>ଗତକାଲି ରାତିରେ ଦୁହେଁ ପାଣିକୋଇଲି ବଜାରର ଏକ ଲୁଗା ଦୋକାନରେ ପହଞ୍ଚି ଲୁଗାପଟା କିଣିଥିଲେ। ଦୋକାନୀ ଜଣକ ଟଙ୍କା ମାଗିବାରୁ ନିଜକୁ ପୋଲିସର ପରିଚୟ ଦେଇ ଥାନାରୁ ଟଙ୍କା ନେଇଆସିବାକୁ ଦୋକାନୀକୁ କହିଥିଲେ। ଦୋକାନୀ ଜଣକ ଥାନାରେ ପହଞ୍ଚି ଏନେଇ କହିବା ପରେ ଘଟଣା ପଦାକୁ ଆସିଥିଲା। ପୋଲିସ ଚଢାଉ କରି ସଠୀପୁର ନିକଟରୁ ଦୁହିଁଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୋଲିସ ଏକ ନକଲି ବନ୍ଧୁକ ସହ ଲୁଗାପଟା ଜବତ କରିଛି।</p>

Ordigital Desk
  • Published: Sunday, 03 December 2017
  • Updated: 03 December 2017, 05:48 PM IST
<p>ଯାଜପୁର (ଓଡ଼ିଶା ରିପୋର୍ଟର): ନିଜକୁ ପୋଲିସର ପରିଚୟ ଦେଇ ଦୋକାନୀକୁ ଚକମା ଦେଇ ଧରାପଡିଛନ୍ତି ଜଣେ ନକଲି ଆଇଆଇସି ଓ ତାଙ୍କ ସହଯୋଗୀ। ଏଭଳି ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳରୁ। ଏହି ଘଟଣାରେ ଅଭିଯୁକ୍ତ ଅନୁଗୋଳର ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଭଦ୍ରକ ଆଖୁଆପଦାର ପାର୍ଥସାରଥୀ ଦଳାଇଙ୍କୁ ଗିରଫ କରିଛି ପାଣିକୋଇଲି ପୋଲିସ।</p><p>ଗତକାଲି ରାତିରେ ଦୁହେଁ ପାଣିକୋଇଲି ବଜାରର ଏକ ଲୁଗା ଦୋକାନରେ ପହଞ୍ଚି ଲୁଗାପଟା କିଣିଥିଲେ। ଦୋକାନୀ ଜଣକ ଟଙ୍କା ମାଗିବାରୁ ନିଜକୁ ପୋଲିସର ପରିଚୟ ଦେଇ ଥାନାରୁ ଟଙ୍କା ନେଇଆସିବାକୁ ଦୋକାନୀକୁ କହିଥିଲେ। ଦୋକାନୀ ଜଣକ ଥାନାରେ ପହଞ୍ଚି ଏନେଇ କହିବା ପରେ ଘଟଣା ପଦାକୁ ଆସିଥିଲା। ପୋଲିସ ଚଢାଉ କରି ସଠୀପୁର ନିକଟରୁ ଦୁହିଁଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୋଲିସ ଏକ ନକଲି ବନ୍ଧୁକ ସହ ଲୁଗାପଟା ଜବତ କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos