ଗୋଟିଏ ଦିନରେ ଦୁଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

<p>ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଆଜି ଗୋଟିଏ ଦିନରେ ବଲାଙ୍ଗିର ଜିଲ୍ଲାରେ ଦୁଇ ଜଣ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପ୍ରଥମ ଘଟଣା ଘଟିଛି ସଦର ବ୍ଲକ କୁଟୁମଢ଼ୁଲା ଗାଁରେ। ଗାଁର ଗୁପ୍ତେ ରଣା ନାମକ ଜଣେ ଚାଷୀ ଚକଡ଼ା ପୋକ ଲାଗି ଫସଲହାନୀ ହେବାରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଚକଡ଼ା ପୋକ ଲାଗି ଗୁପ୍ତେଙ୍କ ୬ ଏକର ଚାଷଜମି ନଷ୍ଟ ହେବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି। ଚାଷ ପାଇଁ ସେ ୨୦ହଜାର ଟଙ୍କା ହାତ ଉଧାରୀ କରିଥିବା ସୂଚନା ମିଳିଛି।</p> <p>ସେହିପରି ଟିଟିଲାଗଡ଼ ବ୍ଲକ ଶଗଡ଼ଘାଟ ପଞ୍ଚାୟତର ଶିଆଲଝୁଡୁଙ୍ଗି ଗାଁର କୁଦୋ ବାଗ୍ ନାମକ ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେ ୨ ଏକର ଜମିରେ &nbsp;ଧାନ ଏବଂ ୩ ଏକର ଜମିରେ କପା ଚାଷ କରିଥିଲେ। ଏ ବାବଦକୁ ସେ ମହାଜନୀ ଏବଂ କୋଅପରେଟିଭ୍ ସୋସାଇଟିରୁ ଋଣ ମଧ୍ୟ ଆଣିଥିଲେ। ଫସଲହାନୀ ହେବା ପରେ ସେ କୀଟନାଶକ ପିଇ ଦେଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।</p>

Ordigital Desk
  • Published: Friday, 24 November 2017
  • Updated: 24 November 2017, 11:04 PM IST

Sports

Latest News

<p>ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଆଜି ଗୋଟିଏ ଦିନରେ ବଲାଙ୍ଗିର ଜିଲ୍ଲାରେ ଦୁଇ ଜଣ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପ୍ରଥମ ଘଟଣା ଘଟିଛି ସଦର ବ୍ଲକ କୁଟୁମଢ଼ୁଲା ଗାଁରେ। ଗାଁର ଗୁପ୍ତେ ରଣା ନାମକ ଜଣେ ଚାଷୀ ଚକଡ଼ା ପୋକ ଲାଗି ଫସଲହାନୀ ହେବାରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଚକଡ଼ା ପୋକ ଲାଗି ଗୁପ୍ତେଙ୍କ ୬ ଏକର ଚାଷଜମି ନଷ୍ଟ ହେବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି। ଚାଷ ପାଇଁ ସେ ୨୦ହଜାର ଟଙ୍କା ହାତ ଉଧାରୀ କରିଥିବା ସୂଚନା ମିଳିଛି।</p><p>ସେହିପରି ଟିଟିଲାଗଡ଼ ବ୍ଲକ ଶଗଡ଼ଘାଟ ପଞ୍ଚାୟତର ଶିଆଲଝୁଡୁଙ୍ଗି ଗାଁର କୁଦୋ ବାଗ୍ ନାମକ ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେ ୨ ଏକର ଜମିରେ &nbsp;ଧାନ ଏବଂ ୩ ଏକର ଜମିରେ କପା ଚାଷ କରିଥିଲେ। ଏ ବାବଦକୁ ସେ ମହାଜନୀ ଏବଂ କୋଅପରେଟିଭ୍ ସୋସାଇଟିରୁ ଋଣ ମଧ୍ୟ ଆଣିଥିଲେ। ଫସଲହାନୀ ହେବା ପରେ ସେ କୀଟନାଶକ ପିଇ ଦେଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos