ଲାଞ୍ଚ ନେଇ ଫସିଗଲେ ରାଜସ୍ୱ ସହାୟକ ଓ କନିଷ୍ଠ କିରାଣି

ଖଲ୍ଲିକୋଟ/ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଦୁଇ ଜଣ ସରକାରୀ କର୍ମଚାରୀ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅଫିସର ବରିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ। ଅନ୍ୟ ଜଣେ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା କୃଷି ବିଭାଗର କନିଷ୍ଠ କିରାଣି ଅଜୟ ପାଣ୍ଡେ। କୋଦଳା ତହସିଲ ଅନ୍ତର୍ଗତ ବି. ନୂଆଗାଁର ଦଣ୍ଡପାଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଘରବାରି ପଟ୍ଟା କରାଇ ଦେବା ନାଁରେ […]

bribe

bribe

Jitendra Garnayak
  • Published: Tuesday, 22 November 2022
  • Updated: 22 November 2022, 05:31 PM IST

Sports

Latest News

ଖଲ୍ଲିକୋଟ/ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଦୁଇ ଜଣ ସରକାରୀ କର୍ମଚାରୀ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅଫିସର ବରିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ। ଅନ୍ୟ ଜଣେ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା କୃଷି ବିଭାଗର କନିଷ୍ଠ କିରାଣି ଅଜୟ ପାଣ୍ଡେ।

କୋଦଳା ତହସିଲ ଅନ୍ତର୍ଗତ ବି. ନୂଆଗାଁର ଦଣ୍ଡପାଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଘରବାରି ପଟ୍ଟା କରାଇ ଦେବା ନାଁରେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସଞ୍ଜୟ କୁମାର ସେଠୀଙ୍କୁ ଧରିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍।

ଘରବାରି ପଟ୍ଟା କରାଇ ଦେବା ପାଇଁ ଦଣ୍ଡପାଣିଙ୍କୁ ବରିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ ୬ ହଜାର ଟଙ୍କା ମାଗିଥିଲେ। କୋଦଳାର ଏକ ହୋଟେଲ୍‌ରେ ଆଣି ଟଙ୍କା ଦେବାକୁ ସେ ଦଣ୍ଡପାଣିଙ୍କୁ କହିଥିଲେ। ସଞ୍ଜୟ କୁମାର ସେଠୀ ଲାଞ୍ଚ ମାଗୁଥିବା ନେଇ ଦଣ୍ଡପାଣି ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ଯୋଜନା ମୁତାବକ ଆଜି ସଞ୍ଜୟ କୋଦଳାର ଏକ ହୋଟେଲରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ତାଙ୍କୁ ଭିଜିଲାନ୍ସ କର୍ମଚାରୀମାନେ ଧରିଥିଲେ। ସଞ୍ଜୟ ୬ ହଜାର ଟଙ୍କା ସହ ଅଭିଯୋଗକାରୀଙ୍କ ଠାରୁ ବାଦାମ ଓ ମୁଗ ମଧ୍ୟ ଦେଇଥିଲେ।

ସଞ୍ଜୟଙ୍କୁ ଲାଞ୍ଚ ଟଙ୍କା ସହିତ ଧରିବା ପରେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ କୋଦଳା ତହସିଲ କାର୍ଯ୍ୟାଳୟକୁ ଆଣି ଖୋଳତାଡ଼ କରିଥିଲେ ଓ ପରେ ତାଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିଲା।

ସେହିପରି ଖରିଫ ଫସଲ ବୀମା କରାଇ ଦେବାକୁ ଜଣେ ଚାଷୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା କୃଷି ବିଭାଗର କନିଷ୍ଠ କିରାଣି ଅଜୟ ପାଣ୍ଡେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos