ସ୍ପଞ୍ଜ ଆଇରନ୍‌ କାରଖାନାରେ ଅଣନିଃଶ୍ୱାସୀ ହୋଇ ଦୁଇ ଶ୍ରମିକ ମୃତ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଆଇଡିସି ଅଞ୍ଚଳରେ ଥିବା ‘ପୂଜା’ ସ୍ପଞ୍ଜ ଆଇରନ କାରଖାନାରେ ଅଣନିଃଶ୍ୱାସୀ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଅଜୟ ସମଦ ଏବଂ ଫ୍ରାନସିସ୍ କେର୍କେଟା। ଗତକାଲି ଅଜୟ ଓ ଫ୍ରାନସିସ୍ କାରଖାନାର ଫରନେସ୍‌ ସଫା କଲା ବେଳେ ଅଣନିଃଶ୍ୱାସୀ ହୋଇ ସଂଜ୍ଞାହୀନ ହୋଇଯାଇଥିଲେ। ଉଭୟଙ୍କୁ ପ୍ରାୟ ରାତି ସାଢ଼େ ନଅଟା ବେଳେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର […]

rkl

rkl

Jyoshna Pradhan
  • Published: Tuesday, 07 January 2020
  • Updated: 07 January 2020, 08:36 AM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଆଇଡିସି ଅଞ୍ଚଳରେ ଥିବା ‘ପୂଜା’ ସ୍ପଞ୍ଜ ଆଇରନ କାରଖାନାରେ ଅଣନିଃଶ୍ୱାସୀ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଅଜୟ ସମଦ ଏବଂ ଫ୍ରାନସିସ୍ କେର୍କେଟା।

ଗତକାଲି ଅଜୟ ଓ ଫ୍ରାନସିସ୍ କାରଖାନାର ଫରନେସ୍‌ ସଫା କଲା ବେଳେ ଅଣନିଃଶ୍ୱାସୀ ହୋଇ ସଂଜ୍ଞାହୀନ ହୋଇଯାଇଥିଲେ। ଉଭୟଙ୍କୁ ପ୍ରାୟ ରାତି ସାଢ଼େ ନଅଟା ବେଳେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ କାରଖାନା ପରିସରରେ ଓ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସକାଳେ ମଧ୍ୟ କାରଖାନା ସମ୍ମୁଖରେ ଶ୍ରମିକ ଓ ସ୍ଥାନୀୟ ଲୋକେମାନେ ଏକତ୍ରିତ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ୍‌ ମୁତୟନ ହୋଇଛନ୍ତି।  ଏଥିସହ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos