ଦୁଇ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଓଡିଶାର ବୀରମିତ୍ରପୁର, ଝାରଖଣ୍ଡ ଓ ଛତିଶଗଡ଼ରେ ସକ୍ରିୟ ଥିବା ପିଏଲ୍‌ଏଫ୍‌ଆଇ ସଙ୍ଗଠନର ଜେନେରାଲ କମାଣ୍ଡର ସଚିତ ସିଂ ଓ ତା’ ସହଯୋଗୀ ଜନ ସୁରିନ ଗିରଫ ହୋଇଛନ୍ତି। ଝାରଖଣ୍ଡ ରାଜ୍ୟର ସିମଡେଗା ଥାନା ପୁଲିସ ଆଜି ଉଭୟଙ୍କ ଗିରଫ କରିବା ସହିତ ବହୁ ମାରଣାସ୍ତ୍ର ଜବତ କରିଛି। ଅଭିଯୋଗରୁ ପ୍ରକାଶ, ସିମଡେଗା ଥାନା ଅଞ୍ଚଳର ଜଲଡେଗା ଜଙ୍ଗଲରେ ସଚିତ କ୍ୟାମ୍ପ କରିଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ପୁଲିସକୁ ଦେଖି ସଚିତ ଗୁଳି […]

plfi

plfi

Manoranjan Sial
  • Published: Wednesday, 27 May 2020
  • Updated: 27 May 2020, 10:24 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଓଡିଶାର ବୀରମିତ୍ରପୁର, ଝାରଖଣ୍ଡ ଓ ଛତିଶଗଡ଼ରେ ସକ୍ରିୟ ଥିବା ପିଏଲ୍‌ଏଫ୍‌ଆଇ ସଙ୍ଗଠନର ଜେନେରାଲ କମାଣ୍ଡର ସଚିତ ସିଂ ଓ ତା’ ସହଯୋଗୀ ଜନ ସୁରିନ ଗିରଫ ହୋଇଛନ୍ତି। ଝାରଖଣ୍ଡ ରାଜ୍ୟର ସିମଡେଗା ଥାନା ପୁଲିସ ଆଜି ଉଭୟଙ୍କ ଗିରଫ କରିବା ସହିତ ବହୁ ମାରଣାସ୍ତ୍ର ଜବତ କରିଛି।

ଅଭିଯୋଗରୁ ପ୍ରକାଶ, ସିମଡେଗା ଥାନା ଅଞ୍ଚଳର ଜଲଡେଗା ଜଙ୍ଗଲରେ ସଚିତ କ୍ୟାମ୍ପ କରିଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ପୁଲିସକୁ ଦେଖି ସଚିତ ଗୁଳି ଚଳାଇଥିଲା। ପୁଲିସ ପାଲଟା ଫାୟାରିଂ କରି ଉଭୟଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସଚିତ ନାଁରେ ଝାରଖଣ୍ଡ ସରକାରଙ୍କ ତରଫରୁ ଦୁଇ ଲକ୍ଷ ଟଙ୍କା ପୁରସ୍କାର ରହିଛି। ଏହି ଦଳର ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଛି ବୋଲି ସିମଡେଗା ଏସ୍‌ପି ସଂଜୀବ କୁମାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos