ଯାଜପୁର(ଗୁଲାମ ଗସ୍): ସେଲ୍ଫି ନେବା ହେଲା କାଳ। ଗାଧୋଇବାକୁ ଯାଇ ସେଲ୍ଫି ନେଉଥିବା ବେଳେ ବୁଡିଗଲେ ୨ ଭଉଣୀ । ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛି । ଏଭଳି ଅଘଟଣ ଘଟିଛି ସଦର ଥାନା ଖରଶ୍ରୋତା ନଦୀର ତନ୍ତିଘାଇଠାରେ ।
ସ୍ଥାନୀୟ ଏରବାଙ୍କ ଗ୍ରାମର ୨ ସମ୍ପର୍କୀୟ ଭଉଣୀ ନାଜରିନ ବେଗମ(୧୯) ଓ ସାଇସ୍ତା ବେଗମ(୧୭) ଗତକାଲି ନିକଟସ୍ଥ ତନ୍ତିଘାଇକୁ ଗାଧୋଇବାକୁ ଯାଇଥିଲେ। ହେଲେ ସେଠାରେ ଫଟୋ ଉଠାଉଥିବା ବେଳେ ଉଭୟ ନଦୀ ଭିତରକୁ ଖସି ପଡିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ନାଜରିନଙ୍କୁ ଉଦ୍ଧାର କରିଥିବା ବେଳେ ସାଇସ୍ତା ଏବେବି ନିଖୋଜ ଅଛି ।
ସୂଚନାଯୋଗ୍ୟ ଯେ, ସପ୍ତାହ ତଳେ ବାହା ହୋଇଥିବା ନାଜରିନ ବାପ ଘରକୁ ବୁଲିବାକୁ ଆସିଥିଲେ । ହେଲେ ସେ ନୂଆ କରି ଘର ସଂସାର ଆରମ୍ଭ କରିବା ପୂର୍ବରୁ ତାଙ୍କ ସହ ଏମିତି ଘଟିବ ବୋଲି ସେ କେବେ କଳ୍ପନା ବି କରି ନ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ନୂଆବର୍ଷ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟାଳୟ ଆଜି ଏସମ୍ପର୍କରେ ସୂଚନା ଦେଇ କହିଛି ଯେ, ଆସନ୍ତା ଇଂରାଜୀ ନୂଆବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କୌଣସି ଉତ୍ସବ ଓ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ନାହିଁ ।
Politics
ବୀମା କରିନଥିବା ଚାଷୀ ଓ ଭାଗଚାଷୀଙ୍କୁ ସିଧାସଳଖ ସରକାର ଦେବେ ସହାୟତା: ରାଜସ୍ୱ ମନ୍ତ୍ରୀ
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ବୀମାଭୁକ୍ତ ହୋଇନଥିବା ଚାଷୀଙ୍କୁ ସହାୟତା ଦେବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେବଳ ଧାନ ନୁହେଁ ପନିପରିବାର, କପା, ଚିନାବାଦାମ ଫସଲ ମଧ୍ୟ କ୍ଷତି ହୋଇଛି ।
Crime
ଗଚ୍ଛିତ ଥିଲା ଦେଢ଼ ହଜାର କ୍ୱିଣ୍ଟାଲ୍ ଧାନ, ସିଲ୍ କଲା ଯୋଗାଣ ବିଭାଗ
କପ୍ତିପଦା ଥାନା ଗୌଡ଼ଗାଁ ଗାଁରେ ଥିବା ଏକ ଗୋଦାମରେ ବିପୁଳ ପରିମାଣରେ ଧାନ ଗଚ୍ଛିତ ରହିଥିଲା। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାରଙ୍କ ଉପସ୍ଥିତିରେ ଯୋଗାଣ ବିଭାଗ ଓ ପୁଲିସ ମିଳିତ ଭାବେ ସେହି ଗୋଦାମରେ ଚଢ଼ଉ କରିଥିଲା।
Miscellaneous
ଜାନୁୟାରୀ ୩ରୁ ଭୁବନେଶ୍ୱରରୁ ଆଉ ୫ ସହରକୁ ସିଧାସଳଖ ବିମାନ ସେବା
ପୂର୍ବରୁ ପ୍ରାୟ ଦେଢ଼ମାସ ତଳେ ଏହି ସିଧାସଳଖ ବିମାନ ସେବା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଥିଲେ ।
Crime
ଜବରଦସ୍ତ ଲୁକ୍ସ... ହାଇପ୍ରୋଫାଇଲ୍ ଗେଟଅପ୍...
ରାଜଧାନୀର ଛାତି ଉପରେ ଖେଳୁଥିଲେ ଚୁନା ଲଗାଇବାର ଖେଳ। ହଜାରେ କି ଲକ୍ଷେ ନୁହେଁ, କୋଟି କୋଟି ଟଙ୍କା ଚୁନା ଲଗାଉଥିଲେ ଅତି ଚତୁରତାର ସହ। ନିଜକୁ ପତି-ପତ୍ନୀର ପରିଚୟ ଦେବା ସହ ଚଳାଇଥିଲେ ରାକେଟ୍।