ଉଲିବୁରୁ ଖଣି ଦୁର୍ନୀତି:  ନିଲମ୍ୱିତ ଖଣି ଉପନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର:  ଉଲିବୁରୁ ଖଣି ମହାଦୁର୍ନୀତି ମାମଲାରେ ନିଲମ୍ୱିତ ଯୋଡ଼ା ଖଣି ଉପ-ନିର୍ଦ୍ଦେଶକ ମାନସ ରଞ୍ଜନ ମହାନ୍ତି ଗିରଫ ହୋଇଛନ୍ତି । ଭୁବନେଶ୍ୱରରୁ ମାନସଙ୍କୁ ଗତକାଲି ରାତିରେ ଭିଜିଲାନ୍ସ ସେଲ୍ ଦ୍ୱାରା ଗିରଫ କରାଯାଇଛି। ଏ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ତାଙ୍କୁ କେନ୍ଦୁଝର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ବାଲେଶ୍ୱର ଭିଜିଲାନ୍ସ ଥାନାରେ  ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା। ସୂଚନାଯୋଗ୍ୟ ୨୦୧୩ ଜୁନ୍ ୨୫ ତାରିଖରେ ଓଟିଭିରେ ପ୍ରଥମେ ୧୮ ଶହ […]

khani

khani

Rakesh Mallick
  • Published: Saturday, 27 June 2015
  • Updated: 27 June 2015, 08:16 AM IST

Sports

Latest News

ଭୁବନେଶ୍ୱର:  ଉଲିବୁରୁ ଖଣି ମହାଦୁର୍ନୀତି ମାମଲାରେ ନିଲମ୍ୱିତ ଯୋଡ଼ା ଖଣି ଉପ-ନିର୍ଦ୍ଦେଶକ ମାନସ ରଞ୍ଜନ ମହାନ୍ତି ଗିରଫ ହୋଇଛନ୍ତି । ଭୁବନେଶ୍ୱରରୁ ମାନସଙ୍କୁ ଗତକାଲି ରାତିରେ ଭିଜିଲାନ୍ସ ସେଲ୍ ଦ୍ୱାରା ଗିରଫ କରାଯାଇଛି। ଏ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ତାଙ୍କୁ କେନ୍ଦୁଝର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ବାଲେଶ୍ୱର ଭିଜିଲାନ୍ସ ଥାନାରେ  ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା।

ସୂଚନାଯୋଗ୍ୟ ୨୦୧୩ ଜୁନ୍ ୨୫ ତାରିଖରେ ଓଟିଭିରେ ପ୍ରଥମେ ୧୮ ଶହ କୋଟି ଟଙ୍କାର ଉଲିବୁରୁ ଖଣି ଲୁଟ୍ ସମ୍ପର୍କିତ ଖବର ପ୍ରସାରଣ କରିଥିଲା। ଏହାର ଦୁଇଦିନ ପରେ ତଦନ୍ତ ଆରମ୍ଭ ହୋଇଥିଲା। ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ସମେତ ୨୫ଜଣଙ୍କ ନାଁରେ ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ୨୦୧୩ ମସିହା ଜୁଲାଇ ମାସ ୧୩ ତାରିଖରେ ମାନସଙ୍କୁ ଚାକିରୀରୁ ନିଲମ୍ୱନ କରାଯାଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos