ଉମରକୋଟରେ ଗୋଚାଲାଣକୁ ବିରୋଧ କରିବାରୁ ୩ ଗ୍ରାମବାସୀଙ୍କୁ ଉଠାଇ ନେଲେ ଦଲାଲ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଗୋଚାଲାଣକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି । ଗୋଚାଲାଣକୁ ବିରୋଧ କରିବାରୁ ଗୋରୁ ଦଲାଲମାନେ ଉମରକୋଟ ବ୍ଲକ ବେହେରା ଗ୍ରାମର ୩ଜଣ ଗ୍ରାମବାସୀଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ରାୟଘର-ଉମରକୋଟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

um

um

Rakesh Mallick
  • Published: Friday, 07 August 2015
  • Updated: 07 August 2015, 05:40 AM IST

Sports

Latest News

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଗୋଚାଲାଣକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି । ଗୋଚାଲାଣକୁ ବିରୋଧ କରିବାରୁ ଗୋରୁ ଦଲାଲମାନେ ଉମରକୋଟ ବ୍ଲକ ବେହେରା ଗ୍ରାମର ୩ଜଣ ଗ୍ରାମବାସୀଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ରାୟଘର-ଉମରକୋଟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।um1

ସୂଚନାଯୋଗ୍ୟ, ଗତକାଲି ରାତିରେ ଗୋଚାଲାଣ ହେଉଥିବା ବେଳେ ବେହେରା ଗ୍ରାମବାସୀ ବିରୋଧ କରିଥିଲେ । ଏହି ସମୟରେ ଦୁଇଟି ବୋଲେରୋରେ ୨୦ରୁ ଊର୍ଦ୍ଧ୍ୱ ଗୋରୁ ଦଲାଲ ଓ ସେମାନଙ୍କ ସମର୍ଥକ ବିଭିନ୍ନ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚି ଥିଲେ । ସେମାନେ ଗ୍ରାମରେ ପହଞ୍ଚି ମାରଣାସ୍ତ୍ର ଦେଖାଇ ଗ୍ରାମବାସୀଙ୍କୁ ଧମକଚମକ ଦେଇଥିଲେ । ପରେ ସେମାନେ ୩ ଜଣ ଗ୍ରାମବାସୀଙ୍କୁ ଗୋଟିଏ ବୋଲେରୋରେ ଉଠାଇ ନେଇଥିଲେ । ତେବେ ଗ୍ରାମବାସୀ ଅନ୍ୟ ଗୋଟିଏ ବୋଲେରୋ ଓ ଚାଳକଙ୍କୁ ଅଟକ ରଖିଥିଲେ । ଏ ନେଇ ରାତିରେ ପୋଲିସକୁ ସୂଚନା ଦିଆଯାଇଥିଲା । ଖବର ପାଇ ପୋଲିସ ଗ୍ରାମରେ ପହଞ୍ଚି ବୋଲେରୋକୁ ଜବତ କରିବା ସହ ଅଟକ ଡ୍ରାଇଭରକୁ ଥାନାକୁ ନେଇ ପଚରାଉଚରା କରୁଛି । ଏହି ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶତାଧିକ ଲୋକ ରାୟଘର-ଉମରକୋଟ ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି । ଉଠାଇ ନିଆଯାଇଥିବା ୩ଜଣ ଗ୍ରାମବାସୀଙ୍କୁ ତୁରନ୍ତ ଉଦ୍ଧାର କରାଯିବା ସହ ଅଞ୍ଚଳରେ ଗୋଚାଲାଣ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story