ନବୀନଙ୍କ ଶାସନରେ ଅବସର ପୂର୍ବରୁ ପଦ ଛାଡ଼ିଲେଣି ୩ ମୁଖ୍ୟ ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ନିଜର ଅବସର ପର୍ଯ୍ୟନ୍ତ କାର୍ଯ୍ୟ କରିବାରେ ରାଜ୍ୟର ମୁଖ୍ୟ ସଚିବମାନେ ସକ୍ଷମ ହୋଇପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମାତ୍ରାଧିକ ହସ୍ତକ୍ଷେପ ଓ କାର୍ଯ୍ୟ କରିବାରେ ସ୍ୱାଧୀନତା ନଥିବା ଯୋଗୁ ନବୀନଙ୍କ ଶାସନ କାଳରେ ନିଜର ଅବସର ପୂର୍ବରୁ ମୁଖ୍ୟ ସଚିବ ପଦରୁ ୩ଜଣ ବରିଷ୍ଠ ଆଇଏଏସ୍ ଓହରି ଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ନବୀନଙ୍କ ଶାସନ କାଳରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ରାଜ୍ୟର ପ୍ରଶାସନିକ କାର୍ଯ୍ୟରେ ମୁଖ୍ୟ […]

three-secritry

three-secritry

Manoranjan Sial
  • Published: Wednesday, 14 August 2019
  • Updated: 14 August 2019, 08:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ନିଜର ଅବସର ପର୍ଯ୍ୟନ୍ତ କାର୍ଯ୍ୟ କରିବାରେ ରାଜ୍ୟର ମୁଖ୍ୟ ସଚିବମାନେ ସକ୍ଷମ ହୋଇପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମାତ୍ରାଧିକ ହସ୍ତକ୍ଷେପ ଓ କାର୍ଯ୍ୟ କରିବାରେ ସ୍ୱାଧୀନତା ନଥିବା ଯୋଗୁ ନବୀନଙ୍କ ଶାସନ କାଳରେ ନିଜର ଅବସର ପୂର୍ବରୁ ମୁଖ୍ୟ ସଚିବ ପଦରୁ ୩ଜଣ ବରିଷ୍ଠ ଆଇଏଏସ୍ ଓହରି ଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ନବୀନଙ୍କ ଶାସନ କାଳରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ରାଜ୍ୟର ପ୍ରଶାସନିକ କାର୍ଯ୍ୟରେ ମୁଖ୍ୟ ସଚିବମାନଙ୍କର କ୍ଷମତା ଓ କାର୍ଯ୍ୟକୁ ଗୌଣ କରାଯାଉଥିବାରୁ ବରିଷ୍ଠ ଆଇଏଏସମାନେ ଅଣନିଶ୍ୱାସୀ ହୋଇ ପଦ ଛାଡ଼ିବାକୁ ପଛାଉନାହାନ୍ତି। ଗୋଟିଏ ରାଜ୍ୟର ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବା ପ୍ରତ୍ୟେକ ଆଇଏଏସଙ୍କ ସ୍ୱପ୍ନ ଥାଏ ଓ ଚାକିରିର ଶେଷ ପର୍ଯ୍ୟାୟରେ ହିଁ ସେମାନଙ୍କୁ ମୁଖ୍ୟ ସଚିବ ପଦରେ କାର୍ଯ୍ୟ କରିବାର ସୁଯୋଗ ମିଳିଥାଏ। କିନ୍ତୁ ନବୀନଙ୍କ ଶାସନ କାଳରେ ସମାନ୍ତରାଳ କ୍ଷମତାକେନ୍ଦ୍ର ପାଲଟିଥିବା ବ୍ୟକ୍ତିମାନଙ୍କ ଗୋଡ଼ାଣିଆ ହୋଇନପାରିବାର ଫଳ ଅଧିକାଂଶ ଆଇଏଏସଙ୍କୁ ଭୋଗିବାକୁ ପଡ଼ିଥିବା ଜଣାପଡ଼ିଛି। ଯେଉଁଥିପାଇଁ ନିଜ ଚାକିରି କାଳ ଶେଷ ହେବାପୂର୍ବରୁ ଅନେକ ବରିଷ୍ଠ ଆଇଏଏସ୍ ରାଜ୍ୟ ପ୍ରଶାସନିକ କଳ ନିୟନ୍ତ୍ରଣରୁୁ ନିଜକୁ ମୁକ୍ତ କରିବାକୁ ପଛାଇ ନଥାନ୍ତି।

ଖୋଳତାଡ଼ରୁ ଜଣାପଡ଼ିଛି ଯେ, ୨୦୦୦ ମସିହା ମାର୍ଚ୍ଚ ୫ତାରିଖରେ ନବୀନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାପରଠୁ ତାଙ୍କ ଅଧୀନରେ ରାଜ୍ୟରେ ୧୦ଜଣ ମୁଖ୍ୟ ସଚିବ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଡଃ ସୁବାସ ପାଣି, ଯୁଗଳ କିଶୋର ମହାପାତ୍ର ଓ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ନିଜ ଅବସର ସମୟ ପୂର୍ବରୁ ମୁଖ୍ୟ ସଚିବ ପଦ ଛାଡ଼ିବାକୁ ପଡ଼ିଛି। ଡଃ ପାଣି ଓ ଶ୍ରୀ ମହାପାତ୍ର ମୁଖ୍ୟ ସଚିବ ପଦରୁ ଓହରି କେନ୍ଦ୍ରୀୟ ଡେପୁଟେସନରେ ପଳାଇଥିବାବେଳେ ଶ୍ରୀ ପାଢ଼ୀ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ନବୀନ ସରକାରର ଦ୍ୱିତୀୟ ପାଳି ଆରମ୍ଭର ମାତ୍ର ୫ମାସ ପରେ ଅର୍ଥାତ ୨୦୦୪ ସେପ୍ଟେମ୍ବର ୧ରେ ୧୯୭୨ ବ୍ୟାଚ ଆଇଏଏସ ଡଃ ପାଣି ରାଜ୍ୟର ମୁଖ୍ୟ ସଚିବ ଦାୟିତ୍ୱ ନେଇଥିଲେ। ସେ ୨୦୦୯ ଫେବୃୟାରୀ ମାସରେ ସରକାରୀ ଚାକିରିରୁ ଅବସର ନେଇଥିଲେ। ନବୀନଙ୍କ ବିଶ୍ୱସ୍ତ ଭାବେ ଡଃ ପାଣି ନିଜର ଅବସର ସମୟ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟ ସଚିବ ରହିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ତତ୍କାଳୀନ କ୍ଷମତାକେନ୍ଦ୍ର ପ୍ୟାରୀମୋହନ ମହାପାତ୍ରଙ୍କ ସହ ତିକ୍ତତା ଯୋଗୁ ତାଙ୍କୁ ମାତ୍ର ୨ବର୍ଷ ମଧ୍ୟରେ ଏହି ପଦ ଛାଡ଼ି କେନ୍ଦ୍ରୀୟ ଡେପୁଟେସନରେ ଚାଲିଯାଇଥିଲେ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ଆଇଏଏସ୍ ବିଜୟ କୁମାର ପଟ୍ଟନାୟକଙ୍କ ଅବସର ପରେ ବରିଷ୍ଠତା ଭିତ୍ତିରେ ୧୯୭୭ ଆଇଏଏସ୍ ଯୁଗଳ କିଶୋର ମହାପାତ୍ର ୨୦୧୩ ଜୁଲାଇ ପହିଲାରେ ରାଜ୍ୟର ମୁଖ୍ୟ ସଚିବ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ତାଙ୍କର ଅବସର ସମୟ ୨୦୧୬ ଫେବୃୟାରୀ ପର୍ଯ୍ୟନ୍ତ ମୁଖ୍ୟ ସଚିବ ଭାବେ ରହିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମାତ୍ରାଧିକ ହସ୍ତକ୍ଷେପ ଓ ସେଠାରେ ଥିବା ଜୁନିୟର ଅଫିସରଙ୍କ ମନମୁଖୀ କାରବାରରେ ଅତିଷ୍ଠ ହୋଇ ସେ ମାତ୍ର ବର୍ଷକ ପରେ କେନ୍ଦ୍ରୀୟ ଡେପୁଟେସନରେ ପଳାଇଥିଲେ।

ସେହିପରି ୧୯୮୩ ବ୍ୟାଚ୍ ଆଇଏଏସ୍ ଶ୍ରୀ ପାଢ଼ୀ ୨୦୧୫ ଡିସେମ୍ବର ୧ ତାରିଖରେ ରାଜ୍ୟର ମୁଖ୍ୟ ସଚିବ ଦାୟିତ୍ୱ ସମ୍ଭାଳିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସେ ଦୀର୍ଘବର୍ଷ ଧରି ରହିଥିବାରୁ ସେ ନିଜ ଅବସର ଅର୍ଥାତ ୨୦୨୦ ଫେବୃୟାରୀ ମାସ ପର୍ଯ୍ୟନ୍ତ ଏହି ପଦରେ ରହିବେ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ଗତ ପ୍ରାୟ ଦେଢ଼ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମାତ୍ରାଧିକ ହସ୍ତକ୍ଷେପ ଓ ମୁଖ୍ୟ ସଚିବଙ୍କ କ୍ଷମତାକୁ ଅଘୋଷିତ ଭାବେ ଗୌଣ କରାଯିବା ସତ୍ତେ୍ୱ ସେ ନିଜ ପଦବୀରେ ରହିଥିଲେ। କିନ୍ତୁ ସାଧାରଣ ନିର୍ବାଚନ ପରେ ତାଙ୍କୁ ଏହି ପଦରୁ ହଟିବା ପାଇଁ ପରୋକ୍ଷରେ ସୂଚନା ଦିଆଯାଇଥିଲା। ଯେଉଁଥିପାଇଁ ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ସେ ୨ସପ୍ତାହ ଛୁଟିରେ ଯାଇଥିଲେ ଓ ଫେରିବା ପରେ ସେ ତାଙ୍କୁ ମୁଖ୍ୟ ସଚିବ ପଦ ଛାଡ଼ି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରିବେ ବୋଲି ସ୍ପଷ୍ଟ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story