ପୁଲିସକୁ ଖୋଲା ଚ୍ୟାଲେଞ୍ଜ, ବନ୍ଧୁକ ମୁନରେ ଲୁଟିଲେ କାର୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମିଶନରେଟ୍‌ ପୁଲିସକୁ ଲୁଟେରା କରିଛନ୍ତି ଖୋଲା ଚ୍ୟାଲେଞ୍ଜ। ନିର୍ଭୟରେ ରାଜଧାନୀ ଭୁବନେଶ୍ୱରରୁ ଖୁଲମଖୁଲା କାର୍‌ ଲୁଟୁଛନ୍ତି। ରାସ୍ତାରେ ନୁହେଁ, ସିଧା ନିଜ ଘର ପାଖରେ ବନ୍ଧୁକ ମୁନରେ ପୋଖରୀପୁଟ ଅନନ୍ତବିହାର ଫେଜ-୨ରେ ଡ୍ରାଇଭର ମକରଧ୍ୱଜ ନାୟକଙ୍କୁ ଲହୁ ଲୁହାଣ କରି କାର ଲୁଟ କରିଛନ୍ତି ଲୁଟେରା। ଯାହା ସିସିଟିଭିରେ କଏଦ ହୋଇଛି। ଗତକାଲି ରାତିରେ ଡ୍ରାଇଭର ମକରଧ୍ୱଜ କାର ରଖି ଘର ଭିତରକୁ ଯାଉଥିଲେ। ଠିକ୍‌ ଏତିକି ବେଳେ ବାଇକରେ ଲୁଟେରାମାନେ ଆସି […]

car-loot

car-loot

Manoranjan Sial
  • Published: Saturday, 29 June 2019
  • Updated: 29 June 2019, 07:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମିଶନରେଟ୍‌ ପୁଲିସକୁ ଲୁଟେରା କରିଛନ୍ତି ଖୋଲା ଚ୍ୟାଲେଞ୍ଜ। ନିର୍ଭୟରେ ରାଜଧାନୀ ଭୁବନେଶ୍ୱରରୁ ଖୁଲମଖୁଲା କାର୍‌ ଲୁଟୁଛନ୍ତି। ରାସ୍ତାରେ ନୁହେଁ, ସିଧା ନିଜ ଘର ପାଖରେ ବନ୍ଧୁକ ମୁନରେ ପୋଖରୀପୁଟ ଅନନ୍ତବିହାର ଫେଜ-୨ରେ ଡ୍ରାଇଭର ମକରଧ୍ୱଜ ନାୟକଙ୍କୁ ଲହୁ ଲୁହାଣ କରି କାର ଲୁଟ କରିଛନ୍ତି ଲୁଟେରା। ଯାହା ସିସିଟିଭିରେ କଏଦ ହୋଇଛି।

ଗତକାଲି ରାତିରେ ଡ୍ରାଇଭର ମକରଧ୍ୱଜ କାର ରଖି ଘର ଭିତରକୁ ଯାଉଥିଲେ। ଠିକ୍‌ ଏତିକି ବେଳେ ବାଇକରେ ଲୁଟେରାମାନେ ଆସି ତାଙ୍କୁ ଆକ୍ରମଣ କରିଥିଲେ ଓ ସେ ଚଳାଉଥିବା ଏକ 'ଡଷ୍ଟର' କାର୍‌ ଧରି ଚମ୍ପଟ ମାରିଥିଲେ ଲୁଟେରା।

ରାଜଧାନୀରେ ଏପରି ଢ଼ଙ୍ଗରେ ଗୋଟିଏ ପରେ ଗୋଟିଏ କାର ଲୁଟ ହେଉଛି। ହେଲେ ପୁଲିସ ଲୁଟେରାଙ୍କ ପାଖରେ ପହଞ୍ଚି ପାରୁନାହିଁ। ଯାହାକୁ ନେଇ ରାଜଧାନୀବାସୀ ଏବେ ଭୟଭୀତ ହୋଇପଡ଼ିଛନ୍ତି। ରାଜଧାନୀର ବିଭିନ୍ନ ଛକରେ ଘନ ଘନ ଚେକିଂ କରି ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ପୁଲିସ ରଖୁଛି ବୋଲି କୁହାଯାଉଛି। ଆଉ ଏପଟେ କାର ଲୁଟ ଘଟଣା ଘଟି ଚାଲୁଛି। ଏବେବି ଖଣ୍ଡିଗିରିରୁ ଲୁଟ ହୋଇଥିବା 'ଇନୋଭା' କାରର ପତ୍ତା ପାଉନି ପୁଲିସ। ନଖରାରୁ ଲୁଟ ହୋଇଥିବା କାର ବ୍ୟବହାର କରି ୩୫ ଲକ୍ଷ ଟଙ୍କା ଲୁଟ ଘଟଣାର ସୁରାଗ ପାଉନି ପୁଲିସ। ଏବେ ପୁଣି ପୁଲିସକୁ ଚ୍ୟାଲେଞ୍ଜ କରି କାର ଲୁଟ କରିଛନ୍ତି ଦୁର୍ବୃତ୍ତ। ଯାହାକୁ ନେଇ ପୁଲିସର ପାରିବା ପଣିଆ ଉପରେ ଆଙ୍ଗୁଳି ଉଠିଛି।

ଏଠି ପ୍ରଶ୍ନ ଉଠୁଛି, ରାଜଧାନୀରେ ଆନ୍ତଃରାଜ୍ୟ କାର ଲୁଟ ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି କି? ନା ଲୁଟ କାରକୁ ନେଇ ନିଶା କାରବାର, ଡକାୟତି ଅବା ବଡ଼ ବଡ଼ ଅପରାଧରେ ନିୟୋଜିତ କରୁଛନ୍ତି ? ଜେଲରୁ ଏପରି କେତୋଟି ଗ୍ୟାଙ୍ଗର ସଦସ୍ୟ ମୁକୁଳିଛନ୍ତି, ସେନେଇ ପୁଲିସ ପାଖରେ ତଥ୍ୟ ନାହିଁ କି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story