୨୦ରେ ଓଡ଼ିଶା ଆସିବେ ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୨୦ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ମୁଖ୍ୟମନ୍ତ୍ରୀ ହେବାପରେ ସେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସି ଭବାନୀପାଟଣା ଓ ନାଚୁଣୀଠାରେ ବିଜେପିର ଦୁଇଟି ବିଶାଳ କର୍ମକର୍ତ୍ତା ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୧୪ରୁ ୨୦ତାରିଖ ମଧ୍ୟରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ରାମକୃପାଳ […]

56

56

Tapas Behera
  • Published: Sunday, 10 February 2019
  • Updated: 10 February 2019, 06:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୨୦ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ମୁଖ୍ୟମନ୍ତ୍ରୀ ହେବାପରେ ସେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସି ଭବାନୀପାଟଣା ଓ ନାଚୁଣୀଠାରେ ବିଜେପିର ଦୁଇଟି ବିଶାଳ କର୍ମକର୍ତ୍ତା ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆଜି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୧୪ରୁ ୨୦ତାରିଖ ମଧ୍ୟରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ରାମକୃପାଳ ଯାଦବ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ୧୪ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ଟିଟିଲାଗଡ଼ ଓ ରାଉରକେଲାରେ ବିଜେପିର ପରିବର୍ତ୍ତନ ସମାବେଶରେ ଯୋଗ ଦେବେ।

୧୫ତାରିଖରେ ସମ୍ବଲପୁରରେ ଦଳୀୟ କାର୍ଯ୍ୟକ୍ରମରେ ଜାତୀୟ ଅଧ୍ୟକ୍ଷ ଶ୍ରୀ ଶାହ ଓ ୧୭ତାରିଖରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଭଦ୍ରକରେ ସାଧାରଣ ସଭାରେ ଯୋଗ ଦେବେ। ତା’ପରେ ୨୦ତାରିଖରେ ଯୋଗୀ ଆଦିତ୍ୟନାଥ ଓଡ଼ିଶା ଆସିବେ। ପୂର୍ବ ଭାରତର ବିକାଶ ତଥା ନୂଆ ଭାରତ ଏବଂ ନୂଆ ଓଡ଼ିଶା ଗଠନ ପାଇଁ ବିଜେପି ପ୍ରାଧାନ୍ୟ ଦେଇ ଆସୁଥିବାରୁ ମିଶନ ୧୨୦+ ଲକ୍ଷ୍ୟରେ ବିଜେପି ଆଗେଇ ଚାଲିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos