ଲୋକ କଳା ଓ ଲୋକ ସଂଗୀତରେ କମ୍ପିଲା ଉତ୍କଳ ମଣ୍ଡପ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଲୋକକଳା ଓ ଲୋକ ସଂଗୀତ ମହୋତ୍ସବ। ୩ଦିନ ଧରି ହେବାକୁ ଥିବା ଏହି ମହୋତ୍ସବର ଗତକାଲି ଥିଲା ପ୍ରଥମ ସଂଧ୍ୟା।&nbsp; ସମ୍ବଲପୁରର ସାଲସା ନୃତ୍ୟ, କେନ୍ଦୁଝରର ଛଉ ନୃତ୍ୟ ଏବଂ ଏବଂ ଗଞ୍ଜାମ ଜିଲ୍ଲାର ଯୋଢି ଶଙ୍ଖ &zwnj;ଆଦି ପରିବେଷଣ ହୋଇଥିଲା। ପରେ ନୂଆପଡ଼ା, ମୟୂରଭଞ୍ଜ, କଳାହାଣ୍ଡି, ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ ଓ ପୁରୀ ଆଦି ଜିଲ୍ଲାର ଲୋକ ସଂଗୀତ ଏବଂ ଲୋକ କଳା ନୃତ୍ୟ ପରିବେଷଣ ହୋଇଥିଲା।&nbsp; ୩ଦିନରେ ୩୦ଟି ଜିଲ୍ଲାର ଲୋକ କଳା ଓ ଲୋକ ନୃତ୍ୟ ପରିବେଷଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ ଲୋକ କଳା ଓ ଲୋକ ସଂଗୀତକୁ ବଞ୍ଚାଇବା ଓ ଲୋକପ୍ରିୟ କରାଇବା କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ।</p>

Ordigital Desk
  • Published: Tuesday, 03 April 2018
  • Updated: 03 April 2018, 07:56 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଲୋକକଳା ଓ ଲୋକ ସଂଗୀତ ମହୋତ୍ସବ। ୩ଦିନ ଧରି ହେବାକୁ ଥିବା ଏହି ମହୋତ୍ସବର ଗତକାଲି ଥିଲା ପ୍ରଥମ ସଂଧ୍ୟା।&nbsp; ସମ୍ବଲପୁରର ସାଲସା ନୃତ୍ୟ, କେନ୍ଦୁଝରର ଛଉ ନୃତ୍ୟ ଏବଂ ଏବଂ ଗଞ୍ଜାମ ଜିଲ୍ଲାର ଯୋଢି ଶଙ୍ଖ &zwnj;ଆଦି ପରିବେଷଣ ହୋଇଥିଲା। ପରେ ନୂଆପଡ଼ା, ମୟୂରଭଞ୍ଜ, କଳାହାଣ୍ଡି, ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ ଓ ପୁରୀ ଆଦି ଜିଲ୍ଲାର ଲୋକ ସଂଗୀତ ଏବଂ ଲୋକ କଳା ନୃତ୍ୟ ପରିବେଷଣ ହୋଇଥିଲା।&nbsp; ୩ଦିନରେ ୩୦ଟି ଜିଲ୍ଲାର ଲୋକ କଳା ଓ ଲୋକ ନୃତ୍ୟ ପରିବେଷଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ ଲୋକ କଳା ଓ ଲୋକ ସଂଗୀତକୁ ବଞ୍ଚାଇବା ଓ ଲୋକପ୍ରିୟ କରାଇବା କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos