ଆପଣା ସୁନା ତ ଭେଣ୍ଡି, କାହାକୁ କହିବା... କିନ୍ତୁ ମୋ ବୋହୂ ବହୁତ ଭଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ବାବୁଶାନ ମହାନ୍ତି ପରିବାରିକ କଳିରେ ଛନ୍ଦି ହୋଇପଡ଼ିଛନ୍ତି। ସ୍ୱାମୀ-ସ୍ତ୍ରୀଙ୍କ କହଳ ଚାରି କାନ୍ଥ ଭିତରୁ ବାହାରି ରାସ୍ତାରେ ପହଞ୍ଚିଛି। ବାବୁଶାନଙ୍କ ଚରିତ୍ରକୁ ସନ୍ଦେହ କରିଛନ୍ତି ତାଙ୍କ ପତ୍ନୀ ତୃପ୍ତି। ଆଜି ସକାଳେ ବାବୁଶାନ ଓ ତାଙ୍କ ସହ କଳାକାର ପ୍ରକୃତି ମିଶ୍ରଙ୍କୁ କାର୍‌ ଭିତରେ ଦେଖି ଚିଡି ଯାଇଥିଲେ। କାର୍‌ ଭିତରୁ ଉଭୟଙ୍କୁ ଟାଣି ଆଣି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଆଜି ଦିନ ତମାମ ଏହି ହାଇଡ୍ରାମା ଚାଲିଥିବା […]

Uttam-Mohanty

  • Published: Saturday, 23 July 2022
  • , Updated: 24 July 2022, 10:35 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ବାବୁଶାନ ମହାନ୍ତି ପରିବାରିକ କଳିରେ ଛନ୍ଦି ହୋଇପଡ଼ିଛନ୍ତି। ସ୍ୱାମୀ-ସ୍ତ୍ରୀଙ୍କ କହଳ ଚାରି କାନ୍ଥ ଭିତରୁ ବାହାରି ରାସ୍ତାରେ ପହଞ୍ଚିଛି। ବାବୁଶାନଙ୍କ ଚରିତ୍ରକୁ ସନ୍ଦେହ କରିଛନ୍ତି ତାଙ୍କ ପତ୍ନୀ ତୃପ୍ତି। ଆଜି ସକାଳେ ବାବୁଶାନ ଓ ତାଙ୍କ ସହ କଳାକାର ପ୍ରକୃତି ମିଶ୍ରଙ୍କୁ କାର୍‌ ଭିତରେ ଦେଖି ଚିଡି ଯାଇଥିଲେ। କାର୍‌ ଭିତରୁ ଉଭୟଙ୍କୁ ଟାଣି ଆଣି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଆଜି ଦିନ ତମାମ ଏହି ହାଇଡ୍ରାମା ଚାଲିଥିବା ବେଳେ ବାବୁଶାନଙ୍କ ବାପା ଉତ୍ତମ ମହାନ୍ତି ଏନେଇ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ମୋ ବୋହୂ ତୃପ୍ତି ବହୁତ ଭଲ। ବାବୁଶାନ ଓ ତୃପ୍ତି ପରସ୍ପରକୁ ବହୁତ ଭଲ ପାଆନ୍ତି। ପ୍ରକୃତି ସହ ସଂପର୍କକୁ ନେଇ ତୃପ୍ତି ପାଖରେ ପ୍ରମାଣ ଥାଇ ପାରେ। ତୃପ୍ତି ବହୁତ ଭଲ ଛାତ୍ରୀ। ତାଙ୍କର ଅଭିନୟ ସହ କୌଣସି ସଂପର୍କ ନାହିଁ। ଚଳଚ୍ଚିତ୍ରର ରୋମାଣ୍ଟିକ ଦୃଶ୍ୟକୁ ସେ ଭଲ ପାଏ ନାହିଁ। ବାବୁଶାନଙ୍କୁ ଅନେକ ଥର ବୁଝାଇବାକୁ ଚେଷ୍ଟା କରିଛି। ଆପଣା ସୁନା ତ ଭେଣ୍ଡି, କାହାକୁ କହିବା। ମୁଁ ଅନେକ ଥର ବୁଝାଇଛି। ପ୍ରକୃତିକୁ ଛାଡ଼ି ଦେବାକୁ କହିଛି। ବାବୁ ମୋତେ କହିଥିଲା; ସେ ମୁମ୍ବାଇ ଚାଲିଯିବ, ମୁଁ ଏଠି କାମ କରିବି ବୋଲି ଉତ୍ତମ ମହାନ୍ତି କହିଛନ୍ତି।

ଅନ୍ୟପକ୍ଷରେ ଆଜି ଅପରାହ୍ନରେ ବାବୁଶାନଙ୍କ ମାଆ ଅଭିନେତ୍ରୀ ଅପରାଜିତା ମହାନ୍ତି ବୋହୂ ତୃପ୍ତିଙ୍କ ବାପ ଘରେ ପହଞ୍ଚିଥିଲେ। ସେଠାରେ ସେ ପ୍ରାୟ ଅଧ ଘଣ୍ଟାଏରୁ ଅଧିକ ସମୟ ଧରି ରହିଥିଲେ। ପରେ ବୋହୂ ତୃପ୍ତି, ତୃପ୍ତିଙ୍କ ମାଉସୀଙ୍କ ସହିତ ଅପରାଜିତା ଖାରବେଳନଗର ଥାନାରେ ପହଞ୍ଚି ଥିଲେ। ସେମାନେ ଏତଲା ଦେଇଥିଲେ। ତୃପ୍ତିଙ୍କ ଅଭିଯୋଗ ଆଧାରରେ କମିଶରେଟ୍‌ ପୁଲିସ ମାମଲା ରୁଜୁ କରିଛି।

ଅପରାଜିତା ଥାନାକୁ ଯିବା ନେଇ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି, ଟିକି ଅପା(ଅପରାଜିତା) ଥାନାକୁ ଏକା କାହିଁକି ଗଲେ? ପୁଅକୁ ନେଇ ଗଲେନି। ଟିକି ଅପା ତାଙ୍କ ପୁଅକୁ ଆଗେ ବୁଝାଇବା କଥା। ଆପଣଙ୍କ ପୁଅ ଯଦି ନବୁଝିଲା, ତାହା ଆପଣଙ୍କ ସମସ୍ୟା। ଆପଣ ସମାଧାନ କରନ୍ତୁ।

ପୂର୍ବରୁ ଅପରାଜିତା ଓ ତୃପ୍ତି ତାଙ୍କ ପାଖକୁ ଆସିଥିବା ସ୍ୱୀକାର କରିଛନ୍ତି ମନ୍ମଥ। ସେ କହିଛନ୍ତି, ସେମାନେ ଆସିଥିଲେ, ମୁଁ ସେମାନଙ୍କୁ ଆସ୍ୟୁର କରିଥିଲି। ପ୍ରକୃତି ଓ ବାବୁଶାନଙ୍କୁ ପଚାରିଥିଲି। ସେମାନେ ପିଓର ଫ୍ରେଣ୍ଡସିପ୍ କହିଥିଲେ। ଝିଅକୁ ମୁଁ ବିଶ୍ୱାସ କରିଛି। ଏହାକୁ ଝିଅ କେବଳ ବନ୍ଧୁତ୍ୱ କହିଛି ବୋଲି ମନ୍ମଥ କହିଛନ୍ତି।

 ଆଜି ସକାଳେ ବାବୁଶାନ ଓ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଟିଏ ଗାଡ଼ିରେ ଦେଖି ରାସ୍ତାରେ ଚିତ୍କାର କଲେ ତୃପ୍ତି। ରାସ୍ତା ଉପରେ ସେ ବାବୁସାନଙ୍କ ସାର୍ଟ ଧରି ଝିଙ୍କିବା ସହ ଅଭିନେତ୍ରୀ ପ୍ରକୃତିଙ୍କ ଚୁଟି ଟାଣି ଗୋଡ଼ାଇଥିଲେ। ଯାହାର ଭିଡିଓ ଭାଇରାଲ୍‌ ହୋଇଛି। 

Related story