ଶବଦାହ କରି ଫେରୁଥିବା ବେଳେ ଚାଲିଗଲା ୨ ଜୀବନ

କେନ୍ଦୁଝର(ପ୍ରଣୟ ପାଣି): ଶବଦାହ କରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଚାଲିଗଲା ଦୁଇ ଜୀବନ। ୧୫ ଜଣ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲ୍‌ରେ ଭର୍ତ୍ତି ହୋଇଛି। ଆଜି ସନ୍ଧ୍ୟାବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ବଲାଣି ଥାନା ବେସ୍‌ କ୍ୟାମ୍ପ ନିକଟରେ ଘଟିଛି। କିରିବୁରୁ ଗାଁର କିଛି ଲୋକ ଶବଦାହ କରିବା ପାଇଁ ବଲାଣୀ ନିକଟସ୍ଥ ଶ୍ମଶାନକୁ ଯାଇଥିଲେ। ଶବଦାହ କରି ଘରକୁ ଫେରୁଥିବା ବେଳେ ଘାଟିରାସ୍ତାରେ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା। ଫଳରେ […]

van-accident-in-balani-base-camp

van-accident-in-balani-base-camp

Manoranjan Sial
  • Published: Friday, 23 August 2019
  • Updated: 23 August 2019, 09:04 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ଶବଦାହ କରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଚାଲିଗଲା ଦୁଇ ଜୀବନ। ୧୫ ଜଣ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲ୍‌ରେ ଭର୍ତ୍ତି ହୋଇଛି। ଆଜି ସନ୍ଧ୍ୟାବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ବଲାଣି ଥାନା ବେସ୍‌ କ୍ୟାମ୍ପ ନିକଟରେ ଘଟିଛି।

କିରିବୁରୁ ଗାଁର କିଛି ଲୋକ ଶବଦାହ କରିବା ପାଇଁ ବଲାଣୀ ନିକଟସ୍ଥ ଶ୍ମଶାନକୁ ଯାଇଥିଲେ। ଶବଦାହ କରି ଘରକୁ ଫେରୁଥିବା ବେଳେ ଘାଟିରାସ୍ତାରେ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା। ଫଳରେ ଭ୍ୟାନ ଭିତରେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେଥିରୁ ୧୦ ଜଣଙ୍କୁ ବଡ଼ବିଲ୍‌ ସରକାରୀ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ୫ ଜଣଙ୍କୁ କିରିବୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos