ହାଟ ସାରି ଫେରୁଥିଲେ, ଓଲଟି ପଡ଼ିଲା ଭ୍ୟାନ୍‌

ନାରାୟଣପାଟଣା(ଓଡ଼ିଶା ରିପୋର୍ଟର): ହାଟ ସଉଦା କରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌। ଫଳରେ ୧୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଆଜି ସନ୍ଧ୍ୟାବେଳେ ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କୋରାପୁଟ ଜିଲ୍ଲା ନକ୍ସଲ ପ୍ରବଣ ଲକ୍ଷ୍ମୀପୁରରେ ଘଟିଛି। ଲକ୍ଷ୍ମୀପୁର ବ୍ଲକ ବିରିଗୁଡା ଓ କୋଡିଙ୍ଗା ଗାଁର କେତେକ ଲୋକ କାକିରିଗୁମା ସାପ୍ତାହିକି ହାଟକୁ ଯାଇଥିଲେ। ହାଟ ସାରି ୧୪ ଜଣ […]

van-accident-lakshimpur-in-koraput-district

Manoranjan Sial
  • Published: Monday, 21 October 2019
  • , Updated: 21 October 2019, 09:31 PM IST

ନାରାୟଣପାଟଣା(ଓଡ଼ିଶା ରିପୋର୍ଟର): ହାଟ ସଉଦା କରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌। ଫଳରେ ୧୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଆଜି ସନ୍ଧ୍ୟାବେଳେ ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କୋରାପୁଟ ଜିଲ୍ଲା ନକ୍ସଲ ପ୍ରବଣ ଲକ୍ଷ୍ମୀପୁରରେ ଘଟିଛି।

ଲକ୍ଷ୍ମୀପୁର ବ୍ଲକ ବିରିଗୁଡା ଓ କୋଡିଙ୍ଗା ଗାଁର କେତେକ ଲୋକ କାକିରିଗୁମା ସାପ୍ତାହିକି ହାଟକୁ ଯାଇଥିଲେ। ହାଟ ସାରି ୧୪ ଜଣ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଘରକୁ ଫେରୁଥିଲେ। ତେବେ ଚମ୍ପା ଗାଁ ନିକଟରେ ପିକ୍‌ଅପ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୧୪ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଲକ୍ଷ୍ମୀପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ସ୍ଥିତ ଲକ୍ଷ୍ମଣ ନାଏକ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

Related story