ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼, ଭିମ୍‌ସାର ଡାକ୍ତରଙ୍କ ନାଁରେ ମାମଲା

ସମ୍ୱଲପୁର(ସଞ୍ଜୟ ଜେନା): ପୁଣି ଥରେ ଚର୍ଚ୍ଚାରେ ରହିଛି ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଭିମ୍‌ସାର୍‌)। ଏଥର ଜଣେ ରୋଗୀଙ୍କ ସଂପର୍କୀୟ ଓ ଡାକ୍ତର ମାଡ଼ ମରାମରି ଭିଡିଓକୁ ନେଇ ଚର୍ଚ୍ଚାରେ ରହିଛି। ଯେଉଁଥିରେ ଦେଖିବାକୁ ମିଳିଛି ଡାକ୍ତରଙ୍କ ଦାଦାଗିରି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଘଟଣାରେ ଆଜି ଭିମ୍‌ସାରରେ ଜଣେ ଡାକ୍ତରଙ୍କ ନାଁରେ ମାମଲା ରୁଜୁ ହୋଇଛି। ମାଡ଼ ଖାଇଥିବା ଯୁବକଙ୍କ ବାପାଙ୍କ ଏତଲା ଆଧାରରେ […]

case-filed-against-docter

Manoranjan Sial
  • Published: Monday, 21 October 2019
  • , Updated: 21 October 2019, 05:05 PM IST

ସମ୍ୱଲପୁର(ସଞ୍ଜୟ ଜେନା): ପୁଣି ଥରେ ଚର୍ଚ୍ଚାରେ ରହିଛି ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଭିମ୍‌ସାର୍‌)। ଏଥର ଜଣେ ରୋଗୀଙ୍କ ସଂପର୍କୀୟ ଓ ଡାକ୍ତର ମାଡ଼ ମରାମରି ଭିଡିଓକୁ ନେଇ ଚର୍ଚ୍ଚାରେ ରହିଛି। ଯେଉଁଥିରେ ଦେଖିବାକୁ ମିଳିଛି ଡାକ୍ତରଙ୍କ ଦାଦାଗିରି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଘଟଣାରେ ଆଜି ଭିମ୍‌ସାରରେ ଜଣେ ଡାକ୍ତରଙ୍କ ନାଁରେ ମାମଲା ରୁଜୁ ହୋଇଛି। ମାଡ଼ ଖାଇଥିବା ଯୁବକଙ୍କ ବାପାଙ୍କ ଏତଲା ଆଧାରରେ ଦଫା ୫୦୬, ୩୨୩, ୩୪୧ ଓ ୩୪(IPC)ରେ ପୁଲିସ ମାମଲା ରୁଜୁ କରିଛି।

ଅନ୍ୟପଟେ ଡିଆଇଜି ହିମାଂଶୁ ଲାଲ୍‌ କହିଛନ୍ତି, ଆସନ୍ତାକାଲି ଏନେଇ ସମୀକ୍ଷା କରାଯିବ। ଯିଏ ଦୋଷୀ ପ୍ରମାଣିତ ହେବେ, ତାଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବ ବୋଲି ଡିଆଇଜି କହିଛନ୍ତି।

ଗତକାଲି ବୁର୍ଲା ଭୀମ୍‌ସାର୍‌ରେ ଡାକ୍ତରଙ୍କ ଦାଦାଗିରିର ଭିଡିଓ ଭାଇରାଲ୍ ହୋଇଥିଲା। ଭାଇରାଲ୍ ହୋଇଥିବା ଭିଡିଓରେ ଜଣେ ଯୁବକକୁ ଗାଳିଗୁଲଜ ସହ ତାଙ୍କୁ କାନ ଧରି ଉଠବସ୍ କରାଯାଉଥିବା ଦେଖିବାକୁ ମିଳିଥିଲା। ଏପରିକି ଯୁବକଙ୍କ ସାର୍ଟ ଚିରି ଦିଆଯାଇଥିବା ବେଳେ ଗାଳିଗୁଲଜ କରାଯିବା ସହ ଜଣେ ଡାକ୍ତରଙ୍କ ଗୋଡ଼ ଧରି ଭୁଲ୍ ମଗା ଯାଉଥିବା ଭିଡିଓରେ ଦେଖିବା ମିଳିଥିଲା। ତେବେ ଏସବୁ ଘଟଣା ପୁଲିସ୍ ଉପସ୍ଥିତିରେ ଘଟିଥିଲା। ଯାହା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା।

ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଡାକ୍ତରମାନେ ପାଲଟା ଅଭିଯୋଗ କରିଥିଲେ। ଡ୍ୟୁଟିରେ ଥିବା ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କୁ ଦୁଇ ଜଣ ଯୁବକ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ସେ ଭିତରୁ ପୁଲିସ ଜଣଙ୍କୁ ଧରିଥିଲା। ଆଉ ଇଏ ତା’ ପରର ଦୃଶ୍ୟ ବୋଲି କୁହାଯାଉଛି। ଡାକ୍ତରୀଛାତ୍ରମାନେ ପୁଲିସ ଉପସ୍ଥିତିରେ ସଂପୃକ୍ତ ଯୁବକଙ୍କୁ ଏଭଳି ନିର୍ଯାତନା ଦେବା ସହ ଅନ୍ୟ ଜଣଙ୍କୁ ଧରିବା ପାଇଁ ଦାବି କରିଥିଲେ। ଏହାପରେ ପୁଲିସ୍ ସଂପୃକ୍ତ ଯୁବକଙ୍କୁ ଅଟକ ରଖିଛି।

ଅଟକ ଥିବା ଅଭିଯୁକ୍ତର ଜଣେ ସଂପର୍କୀୟ ବୁର୍ଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ କୁଆଡ଼େ ସଂପୃକ୍ତ ଡାକ୍ତର (ଡାକ୍ତର ପାଟ୍ଟଯୋଶୀ) ଚିକିତ୍ସା କରୁଥିଲେ। ତେବେ ସେଠାରେ ଚିକିତ୍ସା ସୁବିଧା ନଥିବା ଦର୍ଶାଇ ସମ୍ପୃକ୍ତ ଡାକ୍ତର ଏକ ନର୍ସିଂହୋମ୍‌କୁ ଯିବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଥିଲା। ଡାକ୍ତର ପରାମର୍ଶରେ ଭିମ୍‌ସାର ନିକଟରେ ଥିବା ଏକ ନର୍ସିଂହୋମ୍‌ରେ ଭର୍ତ୍ତି ହୋଇଥିଲେ ସମ୍ପୃକ୍ତ ରୋଗୀ। ଆଉ ସେଠାରେ ତାଙ୍କୁ ଚିକିତ୍ସା କରିଥିଲେ ଭିମ୍‌ସାର୍‌ ଡାକ୍ତର(ଯିଏ ତାଙ୍କୁ ନର୍ସିଂହୋମ୍‌କୁ ପଠାଇଥିଲେ)। ଭିମ୍‌ସାରରେ ଉନ୍ନତମାନର ଯନ୍ତ୍ରାଂଶ ଥିବା ସତ୍ତ୍ୱେ ରୋଗୀ ଜଣକ ବାହାରେ ୫୦୦୦ ଟଙ୍କା ଦେଇ ଏମ୍‌ଆର କରାଇଥିଲେ। ଯେଉଁଥିପାଇଁ ତାଙ୍କୁ ଅଜଥାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥିଲା।

ଭିମ୍‌ସାର ଓ ନିର୍ସିଂହୋମ୍‌ ଭିତରେ ଥିବା ମଧୁଚନ୍ଦ୍ରିକାର ଇଏ ହେଉଛି ପରଦା ପଛର କାହାଣୀ ବୋଲି ସାଧାରଣରେ ଆଲୋଚନା ହେଉଛି।

Related story