ଲୋକସେବା ଭବନ ଭିତରେ ରହିପାରିବନି ଗାଡ଼ି, ଲାଗିଲା କଟକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଦ୍ଧାଙ୍କ ସମ୍ମାନରେ ଆସନ୍ତାକାଲି ଅପରାହ୍ନ ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେବାପରେ ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଲୋକସେବା ଭବନରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକସେବା ଭବନ ପରିସରରେ ରହୁଥିବା ସମସ୍ତ ଗାଡ଼ିକୁ ହଟାଇ ଦିଆଯାଇଛି ଓ ଆଜି ସନ୍ଧ୍ୟା ସାଢ଼େ ୬ଟାରୁ ଆସନ୍ତାକାଲି ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଲୋକସବା ଭବନ ପରିସରରେ କୌଣସି ଗାଡ଼ି ପାର୍କିଂ କରିପାରିବ ନାହିଁ ବୋଲି […]

lokasevabhaban

lokasevabhaban

Manoranjan Sial
  • Published: Friday, 29 May 2020
  • Updated: 29 May 2020, 08:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଦ୍ଧାଙ୍କ ସମ୍ମାନରେ ଆସନ୍ତାକାଲି ଅପରାହ୍ନ ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେବାପରେ ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଲୋକସେବା ଭବନରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକସେବା ଭବନ ପରିସରରେ ରହୁଥିବା ସମସ୍ତ ଗାଡ଼ିକୁ ହଟାଇ ଦିଆଯାଇଛି ଓ ଆଜି ସନ୍ଧ୍ୟା ସାଢ଼େ ୬ଟାରୁ ଆସନ୍ତାକାଲି ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଲୋକସବା ଭବନ ପରିସରରେ କୌଣସି ଗାଡ଼ି ପାର୍କିଂ କରିପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ପ୍ରାୟ ଦୀର୍ଘ ଅଢ଼େଇ ମାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନକୁ ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା ହେଉଥିବା ଚର୍ଚ୍ଚା।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ନିର୍ଦ୍ଦେଶନାମା ଜାରି କରି କୁହାଯାଇଛି ଯେ, ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବା କାର୍ଯ୍ୟକ୍ରମକୁ ଲୋକସେବା ଭବନ ସମେତ ସମସ୍ତ ସରକାରୀ ଅଫିସରେ ଭଲ ଭାବେ ପାଳନ କରାଯିବ। ଏହି ସମୟରେ ସାମାଜିକ ଦୂରତ୍ୱ ଓ ଅନ୍ୟ ପ୍ରୋଟୋକଲ ପାଳନ ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ(୩୦ତାରିଖ ସନ୍ଧ୍ୟା ସାଢ଼େ ୬ଟା) ଲୋକସେବା ଭବନ ସମ୍ମୁଖରେ ଥିବା ଖାଲି ସ୍ଥାନଗୁଡ଼ିକରେ ଚାରିଚକିଆ ଓ ଦୁଇଚକିଆ ଯାନକୁ ପାର୍କିଂ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଫିସରମାନଙ୍କୁ ଲୋକସେବା ଭବନ ଭିତରେ ଗାଡ଼ି ଛାଡ଼ିବା ଓ ନେବା କାର୍ଯ୍ୟ କରିପାରିବ କିନ୍ତୁ ଉକ୍ତ ଗାଡ଼ି ଲୋକସେବା ଭବନ ଭିତରେ ରହିବ ନାହିଁ। ଲୋକସେବା ଭବନ ପଛପଟେ ଥିବା ପାର୍କିଂ ସ୍ଥାନଗୁଡ଼ିକରେ ଗାଡ଼ି ରଖିବାକୁ ପରାମର୍ଶ ଦିଆଯାଇଛି । ଏହାସହିତ ଲୋକସେବା ଭବନର କର୍ମଚାରୀମାନେ ନିଜ ନିଜର ଗାଡ଼ି କେଉଁଠି ରଖିବେ ସେନେଇ ମଧ୍ୟ ବନ୍ଦୋବସ୍ତ ହୋଇଛି।

ସୂଚନା ଅନୁସାରେ ସମସ୍ତ ଚାରିଚକିଆ ଯାନ ଲୋକସେବା ଭବନର ଗେଟ୍ ନମ୍ବର-୫ ବାହାରେ ଥିବା ପାର୍କିଂ ଅଞ୍ଚଳ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ପାଖ, ଓଏସଆରଟିସି ଗ୍ୟାରେଜ୍ , ଜୟଦେବ ଭବନ, ଇନ୍ଦିରା ପାର୍କ ସମ୍ମୁଖ ଖାଲି ସ୍ଥାନ, ପାଣି ଟାଙ୍କି ଅଫିସ ଓ ଇଡକଲ ଅଡିଟୋରିୟମ ନିକଟରେ ରଖିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସମସ୍ତ ଦୁଇଚକିଆ ଯାନକୁ ଗେଟ୍ ନମ୍ବର-୫ ବାହାରେ ଥିବା ଖାଲି ଅଞ୍ଚଳ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ସମ୍ମୁଖ ଓ ଏଜି ଛକସ୍ଥିତ ଟ୍ରାଫିକ ପୁଲିସ୍ ଥାନା ପଛ ପଟ ଅଞ୍ଚଳରେ ଗାଡ଼ିକୁ ପାର୍କିଂ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଆଜି ଲୋକସେବା ଭବନ ପରିସରକୁ ରଙ୍ଗୀନ ଆଲୋକରେ ସୁସଜ୍ଜିତ କରାଯିବା ସହ ବଡ଼ ବଡ଼ ସାଉଣ୍ଡ ବକ୍ସ ଅଣାଯାଇ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ବାଜିବାର ପରୀକ୍ଷାନିରୀକ୍ଷା କରାଯାଉଛି। ଏହାସହିତ ଲୋକସେବା ଭବନ ପରିସରରେ ଥିବା ଫାଙ୍କା ସ୍ଥାନ ଓ ସମ୍ମୁଖସ୍ଥ ରାସ୍ତାରେ ଲୋକମାନେ କେଉଁଠି ଛିଡ଼ା ହେଲେ ସାମାଜିକ ଦୂରତ୍ୱ ବଜାୟ ରହିବ ସେଥିପାଇଁ ଧଳା ଚୂନରେ ମାର୍କିଂ ମଧ୍ୟ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos