୩୦ ପର୍ଯ୍ୟନ୍ତ ବଢ଼ିଲା ଭୋଟର ତାଲିକା ଯାଞ୍ଚ ଅବଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଲୁ ରହିଥିବା ଭୋଟର ତାଲିକା ଯାଞ୍ଚ ପ୍ରକ୍ରିୟାକୁ ଚଳିତମାସ ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ ଆଜି ସମସ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଅବଧି ବୃଦ୍ଧି ସମ୍ପର୍କରେ ସୂଚନା ଦେଇଥିଲେ। ଚଳିତମାସ ୩୦ତାରିଖ ସୁଦ୍ଧା ଶତପ୍ରତିଶତ ଆବଶ୍ୟକ ଫର୍ମ ସଂଗ୍ରହ କରିବାକୁ […]

vote2

vote2

Manoranjan Sial
  • Published: Friday, 15 November 2019
  • Updated: 15 November 2019, 07:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଲୁ ରହିଥିବା ଭୋଟର ତାଲିକା ଯାଞ୍ଚ ପ୍ରକ୍ରିୟାକୁ ଚଳିତମାସ ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ ଆଜି ସମସ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଅବଧି ବୃଦ୍ଧି ସମ୍ପର୍କରେ ସୂଚନା ଦେଇଥିଲେ।

ଚଳିତମାସ ୩୦ତାରିଖ ସୁଦ୍ଧା ଶତପ୍ରତିଶତ ଆବଶ୍ୟକ ଫର୍ମ ସଂଗ୍ରହ କରିବାକୁ ସିଇଓ ଶ୍ରୀ ଲୋହାନୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ସୁଦ୍ଧା ମୋଟ ୪,୮୫,୨୪୧ଟି ଅର୍ଥାତ ଶତକଡ଼ା ୯୦.୭୭% ଫର୍ମ ସଂଗ୍ରହ କରାଯାଇଛି। ଭୋଟର ତାଲିକାରେ ସାମିଲ, ବାଦ୍ ପଡ଼ିବା ଓ ଆବଶ୍ୟକ ସଂଶୋଧନ ନିମନ୍ତେ ବିଭିନ୍ନ ପ୍ରକାରର ଫର୍ମ ମାଧ୍ୟମରେ ଆବେଦନ କରାଯାଉଛି। ରାଜ୍ୟରେ ୨୦୧୯ ଡିସେମ୍ବର ୧୬ତାରିଖରେ ଚିଠା ଭୋଟର ତାଲିକା ଓ ୨୦୨୦ ଫେବୃୟାରୀ ୭ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି। ଚିଠା ଭୋଟର ତାଲିକା ପ୍ରକାଶ ପାଇବା ପରେ କୌଣସି ଦାବି ଅବା ଆପତ୍ତି ଥିଲେ ତାହା ଗ୍ରହଣ କରାଯାଇ ୨୦୨୦ ଜାନୁୟାରୀ ୨୭ତାରିଖ ମଧ୍ୟରେ ସମାଧାନ କରାଯିବ ବୋଲି ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos