ନବୀନଙ୍କ କୋପଦୃଷ୍ଟିରେ ଭର୍ତ୍ତୃହରି ମହତାବ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏବେ ବିଜେଡି ସୁପ୍ରିମୋ ଓ ରଣନୀତିକାରଙ୍କ କୋପଦୃଷ୍ଟିର ଶିକାର ହୋଇଛନ୍ତି। ସୁଚିନ୍ତିତ ରଣନୀତି ଆଧାରରେ ଭର୍ତ୍ତୃହରିଙ୍କ ଭଳି ବରିଷ୍ଠ ନେତାଙ୍କୁ ବିଜେଡି କୋଣଠେସା କରିଥିବା ଚର୍ଚ୍ଚା ହେଉଛି। ଲୋକସଭା ଉପବାଚସ୍ପତି ପଦରେ ଭର୍ତ୍ତୃହରିଙ୍କୁ ଅବସ୍ଥାପିତ କରାଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାକୁ ଜୋରଦାର କରାଇବା ପଛରେ ବିଜେଡିର ହାତ ଥିବା ଦଳୀୟ ମହଲରେ ଆଲୋଚନା ଚାଲିଛି। ବିଜେଡି ସୂତ୍ର ଅନୁସାରେ, ଚଳିତ ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରୁ […]

Veteran-BJD-MP-is-now-unwanted-in-BJD-say-party-sources

Manoranjan Sial
  • Published: Wednesday, 12 June 2019
  • Updated: 12 June 2019, 08:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏବେ ବିଜେଡି ସୁପ୍ରିମୋ ଓ ରଣନୀତିକାରଙ୍କ କୋପଦୃଷ୍ଟିର ଶିକାର ହୋଇଛନ୍ତି। ସୁଚିନ୍ତିତ ରଣନୀତି ଆଧାରରେ ଭର୍ତ୍ତୃହରିଙ୍କ ଭଳି ବରିଷ୍ଠ ନେତାଙ୍କୁ ବିଜେଡି କୋଣଠେସା କରିଥିବା ଚର୍ଚ୍ଚା ହେଉଛି। ଲୋକସଭା ଉପବାଚସ୍ପତି ପଦରେ ଭର୍ତ୍ତୃହରିଙ୍କୁ ଅବସ୍ଥାପିତ କରାଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାକୁ ଜୋରଦାର କରାଇବା ପଛରେ ବିଜେଡିର ହାତ ଥିବା ଦଳୀୟ ମହଲରେ ଆଲୋଚନା ଚାଲିଛି।

ବିଜେଡି ସୂତ୍ର ଅନୁସାରେ, ଚଳିତ ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରୁ ଭର୍ତ୍ତୃହରିଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ନେତୃତ୍ୱ ଚାହୁଁନଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ କୁହାଯାଇଥିଲା। ମାତ୍ର ସେଥିରେ ସେ ରାଜି ନହେବାରୁ ଭର୍ତ୍ତୃହରିଙ୍କୁ ଦଳ ପ୍ରାର୍ଥୀ କରିଥିଲା। ତେଣୁ ଭର୍ତ୍ତୃହରିଙ୍କୁ ବିଲକୁଲ ପ୍ରାର୍ଥୀ କରିବାକୁ ଚାହୁଁନଥିବା ବିଜେଡି ଯେ ତାଙ୍କୁ ଲୋକସଭା ଉପବାଚସ୍ପତି ପଦରେ ଅବସ୍ଥାପିତ କରିବ ତାକୁ ନେଇ ଶଙ୍କା ଲାଗି ରହିଥିଲା। ଅବଶ୍ୟ ଭର୍ତ୍ତହରିଙ୍କଠୁ ସଂସଦୀୟ ଦଳ ନେତା ପଦ କାଢ଼ି ନେଇ ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଥିଲା। ତେବେ ଦଳୀୟ ନିଷ୍ପତ୍ତିରେ କାଳେ ଭର୍ତ୍ତୃହରି କ୍ଷୁବ୍ଧ ହେବେ, ସେଥିପାଇଁ ଜାତୀୟ ଗଣମାଧ୍ୟମକୁ ଆୟୁଧ କରି ବିଜେଡି ସୁଚିନ୍ତିତ ଢଙ୍ଗରେ ‘ଉପବାଚସ୍ପତି ପଦ ଅଫର’ ପ୍ରସଙ୍ଗ ଉଠାଇଥିଲା। ଭର୍ତ୍ତୃହରିଙ୍କ ବିଜେପି ସହ ସମ୍ପର୍କ ଥିବା ସନ୍ଦେହ ଏବେ ତାଙ୍କ ପାଇଁ ସମସ୍ୟା ପାଲଟିଛି। ଯାହାକୁ ବିଜେଡି ସୁପ୍ରିମୋ ସହଜରେ ହଜମ କରିପାରୁନାହାନ୍ତି ଓ ଭର୍ତ୍ତୃହରିଙ୍କୁ ଅଣଦେଖା କରୁଥିବା ଚର୍ଚ୍ଚା ହେଉଛି ।

ଅବଶ୍ୟ ଗତ ୩ଦିନ ତଳେ ନିଜେ ଭର୍ତ୍ତୃହରି ପ୍ରତିକ୍ରିୟା ଦେଇ କହିଥିଲେ ଯେ, “ ସେ ଲୋକସଭା ଉପବାଚସ୍ପତି ହେବେ ବୋଲି ହେଉଥିବା ଚର୍ଚ୍ଚାର କୌଣସି ଆଧାର ନାହିଁ। ଗଣମାଧ୍ୟମରେ ଏହା କେବଳ ଚର୍ଚ୍ଚା ହେଉଛି। ତାଙ୍କ ଦଳ(ବିଜେଡି)ରେ କିମ୍ବା ସଂସଦୀୟ ଦଳ ବୈଠକରେ ଏନେଇ କୌଣସି ଆଲୋଚନା ହୋଇନାହିଁ। କିମ୍ବା ଦଳର ସଭାପତି ନବୀନ ପଟ୍ଟନାୟକ ଏନେଇ କିଛି ସୂଚନା ମଧ୍ୟ ଦେଇନାହାନ୍ତି।”

ତେବେ ପ୍ରଶ୍ନ ଉଠୁଛି, ଯଦି ବିଜେଡିକୁ ଏଭଳି ଅଫର ବିଜେପି ପକ୍ଷରୁ ଦିଆଯାଇ ନାହିଁ ତା’ହେଲେ ଭର୍ତ୍ତୃହରି ଉପବାଚସ୍ପତି ପାଇଁ ମୁଖ୍ୟ ଦାବିଦାର ବୋଲି ଚର୍ଚ୍ଚା ଆସିଲା କେମିତି? ଭର୍ତ୍ତୃହରିଙ୍କ ଭଳି ବରିଷ୍ଠ ନେତାଙ୍କୁ ସଂସଦୀୟ ଦଳ ନେତା ପଦରେ ଆସୀନ କରାଇ ନଥିବା ବିଜେଡି ଉଦ୍ଦେଶ୍ୟମୂଳକ ଭାବେ ଏଭଳି ଚର୍ଚ୍ଚା(ଲୋକସଭା ଉପବାଚସ୍ପତି ପଦ)କୁ ଜୋରଦାର କରାଇଥିଲା ବୋଲି ବିଜେଡିରେ ଆଲୋଚନା ଚାଲିଛି। ସଂସଦୀୟ ଦଳ ନେତା ପଦରୁ ବଞ୍ଚିତ ହେବାକୁ ନେଇ ଭର୍ତ୍ତୃହରି କ୍ଷୁବ୍ଧ ଅଛନ୍ତି।

ରାଜନୀତିକ ବିଶ୍ଲେଷକଙ୍କ ମତରେ ଏସବୁ ପାରିପାଶ୍ୱିର୍କ ସ୍ଥିତି ଓ ପ୍ରସଙ୍ଗକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଲୋକସଭା ଉପବାଚସ୍ପତି ପଦ ବିଜେଡିକୁ ଅଫର କରାଯାଇନାହିଁ। ବିଜେପି ପକ୍ଷରୁ ଉପବାଚସ୍ପତି ପଦ ୱାଇଏସଆର-କଂଗ୍ରେସକୁ ଅଫର କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ତା’ଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଗତକାଲି ସାକ୍ଷାତ କରିବାବେଳେ ଲୋକସଭା ଉପବାଚସ୍ପତି ପଦକୁ ନେଇ କୌଣସି ଆଲୋଚନା ହୋଇନଥିବା ନବୀନ ନିଜେ ସ୍ପଷ୍ଟ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story