‘ଥାନା ଅଧିକାରୀଙ୍କ ଉପରୁ ଭରସା ତୁଟିଲା, ଏବେ ଏସ୍‌ପି ଭରସା’

ଭଦ୍ରକ(ପାର୍ଥ ସାରଥୀ ନାୟକ): ଗ୍ରାମର ୨ ଯୁବକ ମାଡ଼ ମାରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଛନ୍ତି । ଏପରିକି ସର୍ବସମ୍ମୁଖରେ ଅଶାଳୀନ ବ୍ୟବହାର ମଧ୍ୟ କରୁଛନ୍ତି ।  ହେଲେ ଶୁଣୁନି ପୁଲିସ୍‌ । ବାରମ୍ବାର ଦୌଡ଼ିବା ପରେ ବି ଭଦ୍ରକ ପୁରୁଣା ବଜାର ଥାନା ପୁଲିସ୍‌ କୌଣସି ପଦକ୍ଷେପ ଗ୍ରହଣ କରୁଛନ୍ତି। ଥାନା ଅଧିକାରୀଙ୍କ ଉପରୁ ଆସ୍ଥା ତୁଟାଇ ଶେଷରେ ପୀଡ଼ିତା ମହିଳାଜଣଙ୍କ ଆଜି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୀଡ଼ିତା ମହିଳାଜଣକ ହେଲେ ସହରର ଉତ୍ତରବାହିନୀ […]

sakuntala

sakuntala

Niharika Rout
  • Published: Wednesday, 10 November 2021
  • Updated: 10 November 2021, 02:05 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ଗ୍ରାମର ୨ ଯୁବକ ମାଡ଼ ମାରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଛନ୍ତି । ଏପରିକି ସର୍ବସମ୍ମୁଖରେ ଅଶାଳୀନ ବ୍ୟବହାର ମଧ୍ୟ କରୁଛନ୍ତି ।  ହେଲେ ଶୁଣୁନି ପୁଲିସ୍‌ । ବାରମ୍ବାର ଦୌଡ଼ିବା ପରେ ବି ଭଦ୍ରକ ପୁରୁଣା ବଜାର ଥାନା ପୁଲିସ୍‌ କୌଣସି ପଦକ୍ଷେପ ଗ୍ରହଣ କରୁଛନ୍ତି। ଥାନା ଅଧିକାରୀଙ୍କ ଉପରୁ ଆସ୍ଥା ତୁଟାଇ ଶେଷରେ ପୀଡ଼ିତା ମହିଳାଜଣଙ୍କ ଆଜି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୀଡ଼ିତା ମହିଳାଜଣକ ହେଲେ ସହରର ଉତ୍ତରବାହିନୀ ଗ୍ରାମର ଶକୁନ୍ତଳା ନାଥ।

ଶକୁନ୍ତଳାଙ୍କ ଅଭିଯୋଗ ଅନୁଯାୟୀ, ସେହି ଗ୍ରାମର ଦୁଇ ଜଣ ଯୁବକ ତାଙ୍କୁ  ମାରପିଟ ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଛନ୍ତି। ଫଳରେ ସେ ଭୟଭୀତ ଅବସ୍ଥାରେ ରହୁଥିବା ବେଳେ ଗାଁ ଦାଣ୍ଡରେ ଚାଲିବା କଷ୍ଟକର ହୋଇପଡ଼ୁଛି।

ଏନେଇ ଗତ ୬ ତାରିଖରେ ଶକୁନ୍ତଳା ପୁରୁଣା ବଜାର ଥାନା ଯାଇ ଲିଖିତ ଭାବେ ଅଭିଯୋଗ କରିଥିଲେ। କିନ୍ତୁ ଥାନା ଅଧିକାରୀ ତାଙ୍କ ଲିଖିତ ଅଭିଯୋଗକୁ ରଖି ନ ଥିଲେ । ପରେ ଥାନା ଅଧିକାରୀଙ୍କ କହିବା ଅନୁଯାୟୀ ଆଉ ଏକ ଏତଲା ଲେଖି ଥାନାରେ ଦେଇଥିଲେ। ତଥାପି ପଦକ୍ଷେପ ଶୂନ ।

ଥାନା ଅଧିକାରୀ କୌଣସି ପଦକ୍ଷେପ ନେଉ ନ ଥିବା ବେଳେ ସେପଟେ ଅଭିଯୁକ୍ତ ଦୁଇ ଯୁବକ ପୁନର୍ବାର ଧମକ ଚମକ ସହ ଗାଳି ଗୁଲଜ କରିବାକୁ ପଛାଉ ନାହାନ୍ତି। ଫଳରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।  ଶେଷରେ ନ୍ୟାୟ ପାଇଁ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଶକୁନ୍ତଳା। ଘଟଣାର ତଦନ୍ତ ଦାବି କରି ତାଙ୍କୁ ନ୍ୟାୟ ଦେବାକୁ ଏସପିଙ୍କୁ ନିବେଦନ କରିଛନ୍ତି ଶକୁନ୍ତଳା ।  ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ନ୍ୟାୟ ନ ମିଳିଲେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ଶକୁନ୍ତଳା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos