ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ପୂର୍ତ୍ତ ବିଭାଗ ଷ୍ଟେନୋଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗର ଷ୍ଟେନୋ ଉମାରାଣୀ ମାଇତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଉମାରାଣୀଙ୍କ ଅଫିସ୍, ଗୋପାଳ ଗାଁ ଘର, ରାଧାକାନ୍ତପୁରରେ ଥିବା ଶାଶୁ ଘରେ ଏକକାଳୀନ ଚଢ଼ାଉ ଚାଲିଛି। ଉମାରାଣୀ ଆୟ ଠାରୁ ବହୁ ଅଧିକ ଟଙ୍କାର ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି। ଉମାରାଣୀଙ୍କ ବ୍ୟାଙ୍କ୍ ଖାତା, ଫିକ୍ସ ଡ଼ିପୋଜିଟ୍, ଜମିଜମା ସମ୍ପର୍କିତ ନଥିପତ୍ର, […]

vigilance

Rakesh Mallick
  • Published: Monday, 08 May 2017
  • , Updated: 08 May 2017, 09:41 PM IST

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗର ଷ୍ଟେନୋ ଉମାରାଣୀ ମାଇତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଉମାରାଣୀଙ୍କ ଅଫିସ୍, ଗୋପାଳ ଗାଁ ଘର, ରାଧାକାନ୍ତପୁରରେ ଥିବା ଶାଶୁ ଘରେ ଏକକାଳୀନ ଚଢ଼ାଉ ଚାଲିଛି।

ଉମାରାଣୀ ଆୟ ଠାରୁ ବହୁ ଅଧିକ ଟଙ୍କାର ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି। ଉମାରାଣୀଙ୍କ ବ୍ୟାଙ୍କ୍ ଖାତା, ଫିକ୍ସ ଡ଼ିପୋଜିଟ୍, ଜମିଜମା ସମ୍ପର୍କିତ ନଥିପତ୍ର, ଗାଡ଼ି ଓ ସୁନାଗହଣା ଜବତ କରାଯାଇଛି।

Related story