କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ଉ

କୁଚିଣ୍ଡା(ଦେବେନ୍ଦ୍ର ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ କେଶେଇବାହାଲ ଜୁନିୟର କଲେଜ ଅଧ୍ୟକ୍ଷ ଜୟ ପ୍ରକାଶ ପଟେଲଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଜୟପ୍ରକାଶଙ୍କ ଘରେ ଥିବା କାଗଜପତ୍ର ସହିତ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯାଇଛି।  ସମ୍ୱଲପୁର ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ସୁନ୍ଦରଗଡ଼, ରାଉରକେଲା, ସମ୍ୱଲପୁର ଓ ଝାରସୁଗୁଡ଼ା ଭିଜିଲାନ୍ସ ଟିମ୍‌ ସାମିଲ ହୋଇଛନ୍ତି। ସମ୍ୱଲପୁର ଭିଜିଲାନ୍ସ ଡିଏସ୍‌ପି ପରମେଶ୍ୱର […]

vigilance

vigilance

Jyoshna Pradhan
  • Published: Tuesday, 19 November 2019
  • Updated: 19 November 2019, 03:05 PM IST

Sports

Latest News

କୁଚିଣ୍ଡା(ଦେବେନ୍ଦ୍ର ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ କେଶେଇବାହାଲ ଜୁନିୟର କଲେଜ ଅଧ୍ୟକ୍ଷ ଜୟ ପ୍ରକାଶ ପଟେଲଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି।

ଜୟପ୍ରକାଶଙ୍କ ଘରେ ଥିବା କାଗଜପତ୍ର ସହିତ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯାଇଛି।  ସମ୍ୱଲପୁର ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ସୁନ୍ଦରଗଡ଼, ରାଉରକେଲା, ସମ୍ୱଲପୁର ଓ ଝାରସୁଗୁଡ଼ା ଭିଜିଲାନ୍ସ ଟିମ୍‌ ସାମିଲ ହୋଇଛନ୍ତି।

ସମ୍ୱଲପୁର ଭିଜିଲାନ୍ସ ଡିଏସ୍‌ପି ପରମେଶ୍ୱର କିସାନ କହିଛନ୍ତି,“ ୱାରେଣ୍ଟ ବଳରେ ସମ୍ୱଲପୁର ଭିଜିଲାନ୍ସ ଡିପାର୍ଟମେଣ୍ଟର ସ୍ପେଶାଲ ଜଜ୍‌ଙ୍କ ନେତୃତ୍ୱରେ ୩ଟି ଟିମ୍‌  କେଶେଇବାହାଲ ଜୁନିୟର କଲେଜ ଅଧ୍ୟକ୍ଷ ଜୟପ୍ରକାଶ ପଟେଲଙ୍କ ଘରେ  ଚଢ଼ଉ କରିଛି। ଏହାବ୍ୟତୀତ କଲେଜରେ ଗୋଟିଏ ଟିମ୍‌ ଚଢ଼ଉ କରିଛି। ତାଙ୍କ ଘରୁ ଅନେକ କାଗଜପତ୍ର ବାହାରିଛି। ସେଗୁଡ଼ିକୁ ଆମେ ସମୀକ୍ଷା କରୁଛୁ। କେଶେଇବାହାଲସ୍ଥିତ  ଜୟପ୍ରକାଶଙ୍କ ଘରକୁ ଟେକ୍ନିକାଲ ଟିମ୍ ଆସି  ତଦନ୍ତ ଚଳାଇଛନ୍ତି। ଏହାପରେ ତାଙ୍କର କେତେ ଟଙ୍କାର ସମ୍ପତ୍ତି ରହିଛି ଜଣାପଡ଼ିବ। ”

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos