ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ସାମିଲ ହେଲେ ୧୫ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ଆର ଆଣ୍ଡ ବି ଡିଭିଜନ-୫ ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି। ଏକକାଳୀନ ୫ଟି ସ୍ଥାନରେ ଏହି ଚଢ଼ାଉ ଚାଲିଥିବା ଜଣାଯାଇଛି। ଭୁବନେଶ୍ୱର ଗଙ୍ଗନଗରରେ ଥିବା ୩ ମହଲା କୋଠା, ଗଞ୍ଜାମ ବଡ଼ଗଡ଼ରେ ଥିବା ପୈତୃକ ଘର, ସୋରଡ଼ାରେ ଥିବା ଶ୍ୱଶୁର ଘର, ଗଞ୍ଜାମ ବଡ଼ଗଡ଼ରେ ଥିବା ଅନ୍ୟ ଏକ ଘର, ଭୁବନେଶ୍ୱରରେ ଥିବା ଅଫିସରେ ଏକକାଳୀନ ଚଢ଼ାଉ […]

vigilance

vigilance

Niharika Rout
  • Published: Wednesday, 21 October 2020
  • Updated: 21 October 2020, 11:01 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ଆର ଆଣ୍ଡ ବି ଡିଭିଜନ-୫ ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି। ଏକକାଳୀନ ୫ଟି ସ୍ଥାନରେ ଏହି ଚଢ଼ାଉ ଚାଲିଥିବା ଜଣାଯାଇଛି।

ଭୁବନେଶ୍ୱର ଗଙ୍ଗନଗରରେ ଥିବା ୩ ମହଲା କୋଠା, ଗଞ୍ଜାମ ବଡ଼ଗଡ଼ରେ ଥିବା ପୈତୃକ ଘର, ସୋରଡ଼ାରେ ଥିବା ଶ୍ୱଶୁର ଘର, ଗଞ୍ଜାମ ବଡ଼ଗଡ଼ରେ ଥିବା ଅନ୍ୟ ଏକ ଘର, ଭୁବନେଶ୍ୱରରେ ଥିବା ଅଫିସରେ ଏକକାଳୀନ ଚଢ଼ାଉ ଚାଲିଛି ।

ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ କୋର୍ଟରେ ଥିବା କେସ୍ ଆଧାରରେ ଏହି ଚଢାଉ କରାଯାଉଛି । ଭିଜିଲାନ୍ସର ୧୫ଟି ଟିମ୍‌  ଏହି ରେଡ୍‌ରେ ସାମିଲ ହୋଇଛନ୍ତି । ତେବେ ଚଢାଉ ବେଳେ କେତେ ଆୟବହିର୍ଭୃତ ସଂପତ୍ତି ଜବତ ହୋଇଛି ସେ ନେଇ ସୂଚନା ମିଳିପାରିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos