ଲାଞ୍ଚ ନେଇ ଧରା ପଡିଲେ କନିଷ୍ଠ ଯନ୍ତ୍ରୀ

ନୂଆପଡ଼ା(ମାୟାଧର ସରାଫ): ଉଠା ଜଳସେଚନ ପଏଣ୍ଟକୁ ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଡା ସଦର ୱେସ୍କୋ କନିଷ୍ଠ ଯନ୍ତ୍ରୀ। ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛନ୍ତି। ପରେ ତାଙ୍କ ଭଡ଼ା ଘର ଓ ପୈତୃକ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି। ନୂଆପଡା ସଦର ବ୍ଲକ୍‌ ଝିଲମିଲା ଗାଁର ଲାଲୁ ସାହୁଙ୍କ ସ୍ତ୍ରୀଙ୍କ ନାଁରେ ଏକ ଉଠା ଜଳସେଚନ […]

nuapada

nuapada

Manoranjan Sial
  • Published: Wednesday, 15 July 2020
  • Updated: 15 July 2020, 05:12 PM IST

Sports

Latest News

ନୂଆପଡ଼ା(ମାୟାଧର ସରାଫ): ଉଠା ଜଳସେଚନ ପଏଣ୍ଟକୁ ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଡା ସଦର ୱେସ୍କୋ କନିଷ୍ଠ ଯନ୍ତ୍ରୀ। ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛନ୍ତି। ପରେ ତାଙ୍କ ଭଡ଼ା ଘର ଓ ପୈତୃକ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି।

ନୂଆପଡା ସଦର ବ୍ଲକ୍‌ ଝିଲମିଲା ଗାଁର ଲାଲୁ ସାହୁଙ୍କ ସ୍ତ୍ରୀଙ୍କ ନାଁରେ ଏକ ଉଠା ଜଳସେଚନ ପଏଣ୍ଟ ଅଛି। ସେଠାକୁ ନୂତନ ବିଦ୍ୟୁତ ସଂଯୋଗ ପାଇଁ ସେ ୱେସ୍କୋରେ ଅବେଦନ କରିଥିଲେ। ଏଥିପାଇଁ କନିଷ୍ଠ ଯନ୍ତ୍ରୀ ରାଜ କିଶୋର ସାହୁ ୧୦ ହଜାର ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା। ଏନେଇ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଆଜି ଲାଲୁ ସାହୁ ଲାଞ୍ଚ ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍‌ର ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ପରେ କନିଷ୍ଠ ଯନ୍ତ୍ରୀ ରାଜ କିଶୋର ସାହୁଙ୍କ ନୂଆପଡା ଭଡାଘର ଓ ଜଗତସିଂପୁର ପୌତୃକ ଘରେ ଚଢଉ କରାଯାଇଥିଲା। ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏହି ଚଢଉ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos