ମଦ ବେପାରୀଙ୍କୁ ଚପଲରେ ପିଟିଲେ, ଆଣିଥିବା ମଦ ପିଆଇଲେ

କେନ୍ଦୁଝର (ପ୍ରଣୟ କୁମାର ପାଣି): ମଦ ବେପାରୀଙ୍କୁ ପେଟେଣ୍ଟ ମେଡିସିନ୍‌! ମହିଳାଙ୍କ ବାରଣ ସତ୍ତ୍ୱେ ଆଣିଥିଲେ ମଦ। ଏହା ଦେଖି ତାତିଥିଲେ ମହିଳା। ମଦ ଆଣିଥିବା ବେପାରୀଙ୍କୁ ଚପଲରେ ନିର୍ଦ୍ଧୁମ ପିଟିଥିଲେ। ଯିଏ ଯେମିତି ପାରିଲା ପିଟିଲା। ପରେ ମଦ ଆଣିଥିବା ବେପାରୀଙ୍କୁ ଜବରଦସ୍ତ ପିଆଇଥିଲେ ମଦ। ମହିଳାଙ୍କଠାରୁ ପେଟେଣ୍ଟ ମେଡିସିନ୍‌ ଖାଇବା ପରେ ଦୁଇ ମଦ ବେପାରୀ ବାଧ୍ୟ ହୋଇ ମଦ ପିଇଥିଲେ। ଏ ଭଳି ଚିତ୍ର କେନ୍ଦୁଝର ଜିଲ୍ଲା ସଦର ଥାନା ଅଞ୍ଚଳରେ ଘଟିଛି। ବାଉରିପଦା […]

Kendujhar

Kendujhar

Manoranjan Sial
  • Published: Sunday, 24 April 2022
  • Updated: 24 April 2022, 06:23 PM IST

Sports

Latest News

କେନ୍ଦୁଝର (ପ୍ରଣୟ କୁମାର ପାଣି): ମଦ ବେପାରୀଙ୍କୁ ପେଟେଣ୍ଟ ମେଡିସିନ୍‌! ମହିଳାଙ୍କ ବାରଣ ସତ୍ତ୍ୱେ ଆଣିଥିଲେ ମଦ। ଏହା ଦେଖି ତାତିଥିଲେ ମହିଳା। ମଦ ଆଣିଥିବା ବେପାରୀଙ୍କୁ ଚପଲରେ ନିର୍ଦ୍ଧୁମ ପିଟିଥିଲେ। ଯିଏ ଯେମିତି ପାରିଲା ପିଟିଲା। ପରେ ମଦ ଆଣିଥିବା ବେପାରୀଙ୍କୁ ଜବରଦସ୍ତ ପିଆଇଥିଲେ ମଦ। ମହିଳାଙ୍କଠାରୁ ପେଟେଣ୍ଟ ମେଡିସିନ୍‌ ଖାଇବା ପରେ ଦୁଇ ମଦ ବେପାରୀ ବାଧ୍ୟ ହୋଇ ମଦ ପିଇଥିଲେ। ଏ ଭଳି ଚିତ୍ର କେନ୍ଦୁଝର ଜିଲ୍ଲା ସଦର ଥାନା ଅଞ୍ଚଳରେ ଘଟିଛି।

ବାଉରିପଦା ପଞ୍ଚାୟତର ବିଶ୍ଵନାଥପୁର ଗାଁରେ ଚୋରାମଦ ବେପାର ରୋକିବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଣ୍ଟା ଭିଡ଼ିଛନ୍ତି। ମଦ ବେପାର ନକରିବାକୁ ଚେତାବନୀ ଦେଇଥିଲେ। ଏହା ସତ୍ତ୍ୱେ ମଦ ବେପାରୀମାନେ ଗାଁରେ ମଦ ବିକୁଥିଲେ। ହେଲେ ମଦ ବେପାରୀମାନେ ଚେତୁନଥିଲେ। ତେବେ ମଦ ବେପାରରେ ଫୁଲ୍‌ଷ୍ଟପ୍‌ ପକାଇବା ପାଇଁ ବିଶ୍ୱନାଥପୁରର ଗାଁ କଲ୍ୟାଣ ସମିତି ଓ ମହିଳା ଗୋଷ୍ଠୀ ସଦସ୍ୟମାନେ ଯୋଜନା ପ୍ରସ୍ତୁତ କଲେ। ଚୋରା ମଦ ବେପାରୀକୁ ଧରିବା ପାଇଁ ଯୋଜନା ବାହାର କଲେ।

ଶୁକ୍ରବାର ଦୁଇ ମଦ ବେପାରୀ ବାଇକ୍‌ରେ ମଦ ଧରି ଗାଁକୁ ଆସିଥିଲେ। ଏ ସମ୍ପର୍କରେ ଗାଁର ମହିଳାମାନେ ଜାଣିପାରି ସେମାନଙ୍କୁ ଧରିଥିଲେ। ପରେ ନିର୍ଦ୍ଧୁମ ଛେଚିଥିଲେ। ଚପଲରେ ମନଇଚ୍ଛା ପିଟି ଥିଲେ। ଶେଷରେ ମଦ ଧରି ଆସିଥିବା ମଦ ବେପାରୀଙ୍କୁ ଜବରଦସ୍ତି ମଦ ପିଆଇ ଥିଲେ। ଖବର ପାଇ ପୁଲିସ୍ ଉକ୍ତ ଗାଁରେ ପହଞ୍ଚି ମଦ ବେପାରୀଙ୍କୁ ମହିଳାଙ୍କ କବଳରୁ ଉଦ୍ଧାର କରି ଗିରଫ କରିଥିଲା।

ଗିରଫ ଦୁଇ ଅଭିଯୁକ୍ତ ହେଲେ ଝାରସୁଗୁଡ଼ା ଜିଲ୍ଲା ଅତାବିରା ଗାଁର ପ୍ରତାପ ସିଂହଦେଓ  ଓ ଝାଡ଼ଖଣ୍ଡର ଅରବିନ୍ଦ ସିଂ। ମଦ ବେପାରୀଙ୍କୁ ଉଦ୍ଧାର କରିବା ପାଇଁ କେତେକ ଅସାମାଜିକ ଲୋକ ଏକ ବୋଲେରୋ(ଓଡି-୧୬ଇ-୭୫୬୮)ରେ ଆସିଥିଲେ। ଏହି ଗାଡ଼ିରେ ଠେଙ୍ଗା ବାଡ଼ି ସହ ବିଭିନ୍ନ ମାରଣାସ୍ତ୍ର, ବିପୁଳ ଲୁଣ ପ୍ୟାକେଟ୍‌ ଓ କିରାସିନି ଥିବା ଦେଖିବାକୁ ମିଳିଥିଲା।

ମହିଳାଙ୍କ ଚପଲ ପିଟା ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଗୁଡ଼ିକ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story