ଅଢ଼େଇ ବର୍ଷ ବିତିଲା: ଶୁଣିଲାନି ପ୍ରଶାସନ, ଗ୍ରାମବାସୀ କଲେ କାଠ ପୋଲ

କଲ୍ୟାଣସିଂହପୁର(ମାଉଡ଼ି ବାରିକ୍‌):ପ୍ରଳୟଙ୍କରୀ ବନ୍ୟାର ଅଢ଼େଇ ବର୍ଷ ପରେ ବି ନିର୍ମାଣ ହେଇପାରିଲାନି ଭାସିଯାଇଥିବା ଝୋଲାପୋଲ। ଶେଷରେ ଗ୍ରାମବାସୀ ନିର୍ମାଣ କଲେ କାଠ ପୋଲ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବିନିସପୁର ଗାଁରେ ଏମିତି ଚିତ୍ର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ବ୍ଲକ ସଦର ମହକୁମା କଲ୍ୟାଣସିଂହପୁରକୁ ଆସିବାକୁ ହେଲେ ୩ କିଲୋମିଟର ପରିବର୍ତ୍ତେ ୪୦ କିଲୋମିଟର ବୁଲି ଯିବାକୁ ପଡ଼େ। ଗର୍ଭବତୀ ମହିଳା ହୁଅନ୍ତୁ କି ରୋଗୀ, ଛାତ୍ରଛାତ୍ରୀ ହୁଅନ୍ତୁ କି ଅତ୍ୟାବଶ୍ୟକ ସାମଗ୍ରୀ ହେଉ […]

4678

4678

Tapas Behera
  • Published: Saturday, 23 November 2019
  • Updated: 23 November 2019, 06:47 PM IST

Sports

Latest News

କଲ୍ୟାଣସିଂହପୁର(ମାଉଡ଼ି ବାରିକ୍‌):ପ୍ରଳୟଙ୍କରୀ ବନ୍ୟାର ଅଢ଼େଇ ବର୍ଷ ପରେ ବି ନିର୍ମାଣ ହେଇପାରିଲାନି ଭାସିଯାଇଥିବା ଝୋଲାପୋଲ। ଶେଷରେ ଗ୍ରାମବାସୀ ନିର୍ମାଣ କଲେ କାଠ ପୋଲ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବିନିସପୁର ଗାଁରେ ଏମିତି ଚିତ୍ର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ବ୍ଲକ ସଦର ମହକୁମା କଲ୍ୟାଣସିଂହପୁରକୁ ଆସିବାକୁ ହେଲେ ୩ କିଲୋମିଟର ପରିବର୍ତ୍ତେ ୪୦ କିଲୋମିଟର ବୁଲି ଯିବାକୁ ପଡ଼େ।

ଗର୍ଭବତୀ ମହିଳା ହୁଅନ୍ତୁ କି ରୋଗୀ, ଛାତ୍ରଛାତ୍ରୀ ହୁଅନ୍ତୁ କି ଅତ୍ୟାବଶ୍ୟକ ସାମଗ୍ରୀ ହେଉ ସବୁକିଛି ପାଇଁ କଲ୍ୟାଣସିଂହପୁର ଉପରେ ନିର୍ଭର କରିବାକୁ ପଡ଼ିଥାଏ। ନାଗାବଳୀ ନଈ ଆରପଟ ୫ଟି ପଞ୍ଚାୟତର ପ୍ରାୟ ୩୦୦୦ଲୋକେ ଏହି ପୋଲଦେଇ ଯାତାୟତ କରିଥାନ୍ତି। ଅଢେଇ ବର୍ଷ ପୂର୍ବେ ଅର୍ଥାତ୍ ୧୬ ଜୁଲାଇ ୨୦୧୭ରେ ନାଗାବଳୀ ନଈର ପ୍ରଳୟଙ୍କରୀ ବନ୍ୟା ଆସିବା ପରେ ଅନେକ ପୋଲ ଧୋଇଯାଇଥିଲା। ସେଥିମଧ୍ୟରେ ୨୦୧୪ ମସିହାରେ ପୋଲିସ ବିଭାଗର ହାଉସିଂ ବୋର୍ଡ ଦ୍ୱାରା ବିନିଷପୁର ନଦୀ ଘାଟରେ ଉକ୍ତ ପୋଲ ବି ଥିଲା।

ବନ୍ୟାରେ ଏହି ପୋଲ ଧୋଇ ଯିବା ପରେ ଲୋକେ ଗମନାଗମନ ପାଇଁ ନାହିଁ ନଥିବା ହଇରାଣ ହେଉଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ଜିଲ୍ଲାପାଳ, ବିଧାୟକ ଓ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ସେମାନଙ୍କୁ କୌଣସି ସୁଫଳ ମିଳି ନଥିଲା। ପରେ ଗ୍ରାମବାସୀମାନେ ଏକାଠି ହୋଇ ନିଜ ଅର୍ଥରେ ଶ୍ରମଦାନ କରି ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଛନ୍ତି। ତେବେ ଏହି ସମସ୍ୟା ପ୍ରତି ସ୍ଥାନୀୟ ବିଡିଓ ଅନୁପ କୁମାର ପଣ୍ଡା ଅବଗତ ଅଛନ୍ତି।

ସେଠାରେ ସ୍ଥାୟୀ ପୋଲ ନିର୍ମାଣ ନିମନ୍ତେ ଆରଡି ବିଭାଗ ଦ୍ୱାରା ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ନୂତନ ପୋଲ ନିର୍ମାଣ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos