ଦେଖି ନପାରି ବି ସେ ସ୍ୱପ୍ନର ସୌଦାଗର, ସ୍ନାକ୍ସ ବିକି ପଢୁଛନ୍ତି ପାଠ

ଅନୁଗୁଳ/କଟକ(ବିରଜା ଦାଶ/ ରମାକାନ୍ତ ମହାପାତ୍ର): କୁହାଯାଏ, ଦୃଢ଼ ଇଛା ଶକ୍ତି ହିଁ ମଣିଷକୁ ସଫଳ କରାଏ। ସେଥିପାଇଁ ବୋଧହୁଏ, ସଫଳ ଆଉ ପ୍ରେରଣାଦାୟୀ ହୋଇଛନ୍ତି ଅନୁଗୁଳ ଜିଲ୍ଲାର ସୁନୀଲ୍ କୁମାର ସାହୁ । ଯିଏ ଗରିବ ପରିବାରରେ ଜନ୍ମ ନେଇ ଏବଂ ଦୃଷ୍ଟିବାଧିତ ହୋଇ ବି କେମିତି ଆତ୍ମନିର୍ଭରଶୀଳ କରି ବଞ୍ଚିହୁଏ, ତାର ବାର୍ତ୍ତା ଦେଇଛନ୍ତି ସମସ୍ତଙ୍କୁ । ସେ କେବେ ଦେଖିନାହାଁନ୍ତି ସୁନୀଳ ଆକାଶକୁ । ଧରାପୃଷ୍ଠର ରଙ୍ଗ କହିଲେ ତାଙ୍କ ପାଇଁ କେବଳ କିଟିକିଟି […]

cm-9

cm-9

Tapas Behera
  • Published: Sunday, 01 March 2020
  • Updated: 02 March 2020, 07:24 AM IST

Sports

Latest News

ଅନୁଗୁଳ/କଟକ(ବିରଜା ଦାଶ/ ରମାକାନ୍ତ ମହାପାତ୍ର): କୁହାଯାଏ, ଦୃଢ଼ ଇଛା ଶକ୍ତି ହିଁ ମଣିଷକୁ ସଫଳ କରାଏ। ସେଥିପାଇଁ ବୋଧହୁଏ, ସଫଳ ଆଉ ପ୍ରେରଣାଦାୟୀ ହୋଇଛନ୍ତି ଅନୁଗୁଳ ଜିଲ୍ଲାର ସୁନୀଲ୍ କୁମାର ସାହୁ । ଯିଏ ଗରିବ ପରିବାରରେ ଜନ୍ମ ନେଇ ଏବଂ ଦୃଷ୍ଟିବାଧିତ ହୋଇ ବି କେମିତି ଆତ୍ମନିର୍ଭରଶୀଳ କରି ବଞ୍ଚିହୁଏ, ତାର ବାର୍ତ୍ତା ଦେଇଛନ୍ତି ସମସ୍ତଙ୍କୁ ।

ସେ କେବେ ଦେଖିନାହାଁନ୍ତି ସୁନୀଳ ଆକାଶକୁ । ଧରାପୃଷ୍ଠର ରଙ୍ଗ କହିଲେ ତାଙ୍କ ପାଇଁ କେବଳ କିଟିକିଟି ଅନ୍ଧାରଟିଏ । କାରଣ ସେ ଦୃଷ୍ଟିବାଧିତ । ତା’ରି ଭିତରେ ବି ଅଜସ୍ର ସ୍ୱପ୍ନକୁ ସାଉଁଟି ସେ ବାଟଚାଲୁଛନ୍ତି।  ଯାହାଙ୍କ ନାଁ ସୁନୀଲ କୁମାର ସାହୁ। ରେଭେନ୍ସା ଓଡ଼ିଆ ବିଭାଗର ପିଜି ଛାତ୍ର ହେଉଛନ୍ତି ସୁନୀଲ। ପାଠ ପଢ଼ି ବଡ଼ ମଣିଷଟିଏ ହେବାକୁ ଇଛା। କିନ୍ତୁ ସବୁବେଳେ ବାଟ ଓଗାଳୁଛି ଗରିବିର ଦାଉ। ତଥାପି ପାଠପଢ଼ା ଖର୍ଚ୍ଚ ବହନ ପାଇଁ ଠେଲାରେ କିଛି ସ୍ନାକ୍ସ ଧରି ରେଭେନ୍ସା ଗେଟ୍ ସାମ୍ନାକୁ ବାହାରିଯାଆନ୍ତି ବିକ୍ରି ପାଇଁ ।

ସୁନୀଲ୍ ପହଞ୍ଚିବା କ୍ଷଣି ଗ୍ରାହକ ବି ପହଞ୍ଚିଯାଆନ୍ତି। ୩ ଘଣ୍ଟା ଭିତରେ ଯାହା ଆୟ ହୁଏ। ସେତିକି ଧରି ସୁନୀଲ ପୁଣି ସଂଧ୍ୟା ୬ରେ ବାହୁଡ଼ି ଆସନ୍ତି ହଷ୍ଟେଲକୁ। ପଚାରିଲେ କୁହନ୍ତି ଲାଜ ଆଉ ଭୟକୁ ଛାଡ଼ିଲେ ହିଁ ଲାଭ। ଆଉ ବିଜୟ ସମ୍ଭବ। ସୁନୀଲଙ୍କ ଗାଁ ଅନୁଗୁଳ ଜିଲ୍ଲା ନତଡ଼ା ଗାଁରେ। ଜନ୍ମରୁ ସୁନୀଲ୍ ଦୃଷ୍ଟିବାଧିତ ବୋଲି ଜାଣିବା ପରେ ଭାଙ୍ଗିପଡ଼ିଥିଲେ ବାପା, ମା।

କିନ୍ତୁ ପୁଅକୁ ଦି ଅକ୍ଷର ପଢ଼ାଇବା ପାଇଁ ପଣ କରିଥିଲେ।  ଚାଷବାସ କରି ଚଳୁଥିବା ବାପା,ମା । ଆଉ ସେହି ନିଷ୍ପତ୍ତି ପରଠୁ ସୁନୀଲଙ୍କ ପାଢ଼ପଢ଼ା ଆଗ୍ରହ ଏବଂ ବୌଦ୍ଧିକ ଶକ୍ତିର ବିକାଶ ଦେଖି ଉଚ୍ଚଶିକ୍ଷା ପାଇଁ ବାପା, ମା ଲକ୍ଷ୍ୟ ରଖିଥିଲେ । କିନ୍ତୁ ଆର୍ଥିକ ବୋଝ ଯୋଗୁ ସମ୍ଭବ ନହେବାରୁ ବିଇଡି ପରେ ବର୍ତ୍ତମାନ ସ୍ୱାବଲମ୍ବୀ ହୋଇ ରେଭେନ୍ସାରେ ପିଜି କରୁଛନ୍ତି ସୁନୀଲ୍। ଆଉ  ସୁନୀଲଙ୍କ ଏଭଳି ଅଧ୍ୟବସାୟ ଓ ସାଧନାକୁ ଦେଖି ବାପା, ମା ଯେତିକି ଖୁସି ସେତିକି ଗର୍ବିତ ତାଙ୍କ ଅଧ୍ୟାପକ ।

ସୁନୀଲ ଯେ ସ୍ୱାବଲମ୍ବୀ ହୋଇଛନ୍ତି ତାନୁହେଁ । ଜଣେ ପରୋପକାରୀ ମଧ୍ୟ । ଇତିମଧ୍ୟରେ ସେ ୧୮ ଥର ରକ୍ତଦାନ ବି କରିଛନ୍ତି। ତେବେ ଦୃଷ୍ଟିବାଧିତ ହୋଇ ବି ଅନୁଭବର ଅଭିଜ୍ଞତା ଆଜି ସୁନୀଲଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ସମସ୍ତଙ୍କ ପାଇଁ ସେ ପ୍ରେରଣା ସାଜିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos