ମୃତ ସମ୍ବଲପୁରୀ ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ଭଏସ୍ ମେସେଜ୍ ଭାଇରାଲ୍

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଗୁରୁବାର ସମ୍ବଲପୁରର ଗୋଇରା ମଠ ନିକଟସ୍ଥ ମହାନଦୀ ପୋଲ ତଳୁ ସମ୍ବଲପୁରୀ ଆଲ୍‌ବମ୍ ଅଭିନେତ୍ରୀ ସିମ୍‌ରନ୍‌ ସିଂହଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କର ଏକ ଭଏସ୍ ମେସେଜ୍ ଏବେ ଭାଇରାଲ୍ ହେଉଛି। ମୃତ୍ୟୁ ପୂର୍ବରୁ ସେ ତାଙ୍କର ଜଣେ ବନ୍ଧୁଙ୍କ ପାଖକୁ ଏହି ଭଏସ୍ ମେସେଜ୍ ପଠାଇଥିବା ଜଣାପଡ଼ିଛି। ଏଥିରେ ସିମରନ୍ କହିଛନ୍ତି- ନିଜକୁ ଛାଡ଼ି, ପରିବାରକୁ ଛାଡ଼ି ଦୂରକୁ ଚାଲି ଯାଉଛି। ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ମଧ୍ୟ ଏହି […]

Sambalpur

Sambalpur

Jitendra Garnayak
  • Published: Friday, 04 January 2019
  • Updated: 04 January 2019, 09:57 PM IST

Sports

Latest News

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଗୁରୁବାର ସମ୍ବଲପୁରର ଗୋଇରା ମଠ ନିକଟସ୍ଥ ମହାନଦୀ ପୋଲ ତଳୁ ସମ୍ବଲପୁରୀ ଆଲ୍‌ବମ୍ ଅଭିନେତ୍ରୀ ସିମ୍‌ରନ୍‌ ସିଂହଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କର ଏକ ଭଏସ୍ ମେସେଜ୍ ଏବେ ଭାଇରାଲ୍ ହେଉଛି। ମୃତ୍ୟୁ ପୂର୍ବରୁ ସେ ତାଙ୍କର ଜଣେ ବନ୍ଧୁଙ୍କ ପାଖକୁ ଏହି ଭଏସ୍ ମେସେଜ୍ ପଠାଇଥିବା ଜଣାପଡ଼ିଛି।

ଏଥିରେ ସିମରନ୍ କହିଛନ୍ତି- ନିଜକୁ ଛାଡ଼ି, ପରିବାରକୁ ଛାଡ଼ି ଦୂରକୁ ଚାଲି ଯାଉଛି। ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ମଧ୍ୟ ଏହି ଭଏସ୍ ମେସେଜରେ କହିଛନ୍ତି।

ସେ ଆହୁରି କହିଛନ୍ତି, ମୁଁ ନାଟକ କରୁନି। ତୁମେ ଭାବନି ନାଟକ ବୋଲି। ମୁଁ ଭାଙ୍ଗି ଯାଇଛି। ଆଉ ସହି ହେଉ ନାହିଁ। ପୂର୍ବରୁ କହିଥିଲେ, ମୁଁ ସବୁ ଛାଡ଼ିକି ପଳାଇଯାଇଥାନ୍ତି। ବିଶ୍ୱାସ କର ମୁଁ ତୁମର ନାଁ ୟୁଗ ଲେଖିଛି। ଆମ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥାନ୍ତ। ମୁଁ ଯାଉଛି ନିଜ ପରିବାର ଓ ତୁମଠୁ ଦୂରକୁ।

ଟ୍ରେନ୍‌ରେ ଯାଉଥିବା ବେଳେ ଏହି ମେସେଜ୍ ରେକର୍ଡିଂ ହୋଇଥିବା ଅନୁମାନ କରାଯାଉଛି।

ଗତକାଲି ଯେତେବେଳେ ମୃତଦେହ ଉଦ୍ଧାର କରାଯାଇଥିଲା ସିମ୍‌ରନ୍‌ ଜିନ୍ସ ପ୍ୟାଣ୍ଟ ଓ ଜ୍ୟାକେଟ୍‌ ପିନ୍ଧିଥିଲେ। ତାଙ୍କର ମୃତଦେହ ପାଖରେ ଏକ ଲେଦର ବ୍ୟାଗ୍‌ ପଡ଼ିଥିଲା। ମୁଣ୍ଡ ଫାଟି ଯାଇଥିଲା। ଶରୀରର ଅନ୍ୟ ସ୍ଥାନରେ ବି କ୍ଷତଚିହ୍ନ ଥିଲା। ବୁର୍ଲା ଥାନା ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

simranbodyସିମରନ୍‌ ବହୁ ଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍‌ ‘ସେଲ୍ଫି ବେବୋ’ ଜରିଆରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ। ଏହା ବ୍ୟତୀତ ତାଙ୍କ ଆଉ ଗୋଟିଏ ଲୋକପ୍ରିୟ ଆଲବମ୍‌ ହେଉଛି ‘ରିକ୍ସାବାଲା ରିଟର୍ଣ୍ଣ’।

ତେବେ କେବେ ଓ କେଉଁ ପରିସ୍ଥିତିରେ ସିମରନ୍‌ଙ୍କ ମୃତ୍ୟ ହୋଇଛି ତାହାକୁ ନେଇ କୌଣସି ସଠିକ୍‌ ସୂଚନା ମିଳିପାରି ନାହିଁ। ପ୍ରେମ କିମ୍ବା ବ୍ୟବସାୟିକ କାରଣ ଯୋଗୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି।

https://youtu.be/D1n1ibO-Xn8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos