ରାଉରକେଲା-ବଲାଙ୍ଗିରରେ ପାନୀୟ ଜଳ ସମସ୍ୟା ଉତ୍କଟ

ରାଉରକେଲା/ବଲାଙ୍ଗିର: ତାତି ବଢ଼ିବା ସାଙ୍ଗକୁ ବଢ଼ି ଚାଲିଛି ଜଳକଷ୍ଟ। ଗାଁ କଥା ଛାଡ଼ନ୍ତୁ, ସହରରେ ବି ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ରାଜ୍ୟର ଅଧିକାଂଶ ସହରାଞ୍ଚଳରେ ପିଇବା ପାଣିର ଗୁରୁତର ସଙ୍କଟ ସୃଷ୍ଟି ହୋଇଛି। ଷ୍ଟିଲ୍‌ସିଟି ଭାବେ ଜଣାଶୁଣା ରାଉରକେଲାର ୱାର୍ଡ ନମ୍ୱର ୧୧ର ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଛି। କେଉଁଠି ନଳକୂଅ  ଅଚଳ ହୋଇ ପଡ଼ିଛି ତ ଅନ୍ୟ କେଉଁଠି ଷ୍ଟାଣ୍ଡପୋଷ୍ଟରେ ପାଣି ଆସୁ ନାହିଁ। କୂଅ ଶୁଖିଯିବା ଉପରେ ରହିଛି। […]

rkl

rkl

Rakesh Mallick
  • Published: Monday, 28 March 2016
  • Updated: 28 March 2016, 03:43 PM IST

Sports

Latest News

waterରାଉରକେଲା/ବଲାଙ୍ଗିର: ତାତି ବଢ଼ିବା ସାଙ୍ଗକୁ ବଢ଼ି ଚାଲିଛି ଜଳକଷ୍ଟ। ଗାଁ କଥା ଛାଡ଼ନ୍ତୁ, ସହରରେ ବି ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ରାଜ୍ୟର ଅଧିକାଂଶ ସହରାଞ୍ଚଳରେ ପିଇବା ପାଣିର ଗୁରୁତର ସଙ୍କଟ ସୃଷ୍ଟି ହୋଇଛି।

ଷ୍ଟିଲ୍‌ସିଟି ଭାବେ ଜଣାଶୁଣା ରାଉରକେଲାର ୱାର୍ଡ ନମ୍ୱର ୧୧ର ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଛି। କେଉଁଠି ନଳକୂଅ  ଅଚଳ ହୋଇ ପଡ଼ିଛି ତ ଅନ୍ୟ କେଉଁଠି ଷ୍ଟାଣ୍ଡପୋଷ୍ଟରେ ପାଣି ଆସୁ ନାହିଁ। କୂଅ ଶୁଖିଯିବା ଉପରେ ରହିଛି। ଯେତିକି ପାଣି ଅଛି ତାକୁ କାଢ଼ିବା ଲାଗି ଲମ୍ୱା ଧାଡ଼ି ଲାଗୁଛି। ପାଣି ଟୋପାଏ ପାଇଁ ଲୋକଙ୍କ ଭିତରେ ପ୍ରତିଯୋଗିତା ଲାଗୁଛି।

ରାଉରକେଲା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ଜଣେ ମହିଳା ଅଭିଯୋଗ କରିଛନ୍ତି,“ଏଠି ପିଇବା ପାଣି ମିଳୁ ନାହିଁ। ଏଠାରେ ଥିବା ଗୋଟିଏ ବନ୍ଧର ଗୋଳିଆ ପାଣି ବ୍ୟବହାର କରିବାକୁ ପଡୁଛି। ଏହି ଦୂଷିତ ପାଣି ବ୍ୟବହାର କରି ସ୍ଥାନୀୟ ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଅନ୍ୟପକ୍ଷରେ ଏଠି ଥିବା ଗୋଟିଏ କୂଅ ପାଖରେ ଦିନ ରାତି ସବୁବେଳେ ଲୋକଙ୍କ ଭିଡ଼ ଲଗୁଛି। ହେଲେ ବି ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣର ପାଣି ମିଳୁନାହିଁ ।”

ବଲାଙ୍ଗିର  ସହରରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି। ସହରର ୨୧ଟି ୱାର୍ଡରୁ ଅନେକ ୱାର୍ଡରେ ପାଣିର ଅଭାବ ଦେଖାଦେଇଥିବା ବେଳେ ୮ ନମ୍ୱର ୱାର୍ଡର ସ୍ଥିତି ସବୁଠୁ ଖରାପ। ଏଠାକାର ଅଧିକାଂଶ କୂଅ ଶୁଖି ଯାଇଥିବା ବେଳେ ଏଠାରେ ୧୫ ଦିନ ହେଲା ପାଇପ୍‌ ପାଣି ଯୋଗାଣ ବନ୍ଦ ରହିଛି। ସହରରେ ଥିବା ପୋଖରୀ ହିଁ ଲୋକଙ୍କର ଏକମାତ୍ର ଭରସା ପାଲଟିଛି।

ଗାନ୍ଧିନଗରପଡ଼ା ବାସିନ୍ଦା ଲକ୍ଷ୍ମୀ ସେଠ୍ ଅଭିଯୋଗ କରିଛନ୍ତି,“ସହର ଭିତରେ ରହି ମଧ୍ୟ ଆମେ ପିଇବା ପାଣି ପାଉ ନାହୁଁ। ସବୁବେଳେ ପାଣି ପାଇଁ ନାନା ଅସୁବିଧା ଭୋଗିବାକୁ ପଡୁଛି। ଜିଲ୍ଲା ପ୍ରଶାସନକୁ ବାରମ୍ୱାର ଜଣାଇଥିଲେ ମଧ୍ୟ କେହି ଶୁଣୁ ନାହାଁନ୍ତି।”

ଯେଉଁ ଜାଗାରେ ଷ୍ଟାଣ୍ଡପୋଷ୍ଟ ସବୁ ଅଚଳ ହୋଇ ପଡ଼ିଛି ତାହାର ମରାମତି କାମ ଆରମ୍ଭ ହୋଇଗଲାଣି। ଅଧିକ ଟ୍ୟାଙ୍କର୍, ନଳକୂପ ଓ ଟାଙ୍କି ଯୋଗାଇ ଦିଆଯାଉଛି ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି।

ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ତପନ କୁମାର ପ୍ରଧାନ କିନ୍ତୁ ଜଳ କଷ୍ଟ ପାଇଁ ଭିନ୍ନ ଏକ କରଣ ଦର୍ଶାଇଛନ୍ତି। ସେ କହିଛନ୍ତି,“ ଏଠାରେ ଅନେକ ଲୋକ ଟେମ୍ପରିଂ କରିବା ସହ କେତେକ ଲୋକ ଚାଷ ମଧ୍ୟ କରୁଛନ୍ତି। ଯେତିକି ପାଣି ସିପତାଲା ପ୍ରକଳ୍ପରେ ଗ୍ରହଣ କରିବା କଥା ଆମେ ସେତିକି ପାଣି ଗ୍ରହଣ କରିପାରୁ ନାହୁଁ। ଯେଉଁଥିପାଇଁ ବଲାଙ୍ଗିର ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଉଛି।”

ଅନ୍ୟପକ୍ଷରେ ଗତବର୍ଷ ଅନାବୃଷ୍ଟି ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ କୂଅ ପୋଖରୀ ଶୁଖିଲା ପଡ଼ିଛି। ସେହିପରି ପାଇପ୍‌ ପାଣି ଯୋଗାଣ ପ୍ରକଳ୍ପକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story