ନବାଗତ ବିଧାୟକଙ୍କୁ ହେଭିୱେଟ୍ ବିଭାଗ କାହିଁକି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟମାନେ କ୍ରମାଗତ ପଞ୍ଚମଥର ପାଇଁ ରାଜ୍ୟର ଶାସନ ଡୋରି ସମ୍ଭାଳିଛନ୍ତି। ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସମ୍ପୂର୍ଣ୍ଣ ନୂଆମୁହଁ ଓ ନବାଗତ ବିଧାୟକମାନଙ୍କୁ ହେଭିୱେଟ୍ ତଥା ଦୁହାଁଳିଆ ବିଭାଗ ଆବଣ୍ଟନ କରାଯିବାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିବାବେଳେ ବିଜେଡି ମହଲରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଆଜି ନବୀନଙ୍କ ମନ୍ତ୍ରିମଣ୍ଡଳରେ ୧୧ଜଣ କ୍ୟାବିନେଟ୍ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ […]

What-explains-why-important-portfolios-were-awarded-to-freshers

What-explains-why-important-portfolios-were-awarded-to-freshers

Manoranjan Sial
  • Published: Wednesday, 29 May 2019
  • Updated: 29 May 2019, 10:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟମାନେ କ୍ରମାଗତ ପଞ୍ଚମଥର ପାଇଁ ରାଜ୍ୟର ଶାସନ ଡୋରି ସମ୍ଭାଳିଛନ୍ତି। ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସମ୍ପୂର୍ଣ୍ଣ ନୂଆମୁହଁ ଓ ନବାଗତ ବିଧାୟକମାନଙ୍କୁ ହେଭିୱେଟ୍ ତଥା ଦୁହାଁଳିଆ ବିଭାଗ ଆବଣ୍ଟନ କରାଯିବାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିବାବେଳେ ବିଜେଡି ମହଲରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି।

ଆଜି ନବୀନଙ୍କ ମନ୍ତ୍ରିମଣ୍ଡଳରେ ୧୧ଜଣ କ୍ୟାବିନେଟ୍ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବା ସହ ସମସ୍ତଙ୍କୁ ବିଭାଗ ଆବଣ୍ଟିତ ହୋଇଛି। ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ୩ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ମିଳିଥିବାବେଳେ ବିଲକୁଲ ମନ୍ତ୍ରୀ ହୋଇନଥିବା ଅନ୍ୟ ୭ଜଣଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିଛି। ଏଥିରେ ପ୍ରଥମଥର ମନ୍ତ୍ରୀ ପଦ ପାଇଥିବା ଟୁକୁନି ସାହୁ ଓ ନବ ଦାସଙ୍କୁ ସିଧାସଳଖ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି।

ପ୍ରଥମଥର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପଦ ପାଇଥିବା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଶକ୍ତି, ଶିଳ୍ପ ଓ ଏମଏସଏମଇ ଭଳି ଦୁହାଁଳିଆ ବିଭାଗ ମିଳିଛି। ସେହିପରି ପ୍ରଥମଥର ବିଧାନସଭାକୁ ଆସିଥିବା ରଘୁନନ୍ଦନ ଦାସଙ୍କୁ ଜଳସମ୍ପଦ ବିଭାଗ ମିଳିଛି। ଅତିରିକ୍ତ ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦୀର୍ଘବର୍ଷ ଧରି ରହିଥିବା ଜଳସମ୍ପଦ ଭଳି ଦୁହାଁଳିଆ ବିଭାଗକୁ ନବାଗତ ରଘୁନନ୍ଦନଙ୍କୁ ମିଳିଛି । ଯାହା ସମସ୍ତଙ୍କ ଭୃକୁଞ୍ଚନ ସୃଷ୍ଟି କରିଛି । ସେହିପରି ସମ୍ପୂର୍ଣ୍ଣ ନବାଗତ ବିଧାୟକ ତୁଷାରକାନ୍ତି ବେହେରାଙ୍କୁ ପ୍ରଥମଥରରେ କ୍ରୀଡ଼ା ଓ ଯୁବବ୍ୟାପାର, ଆଇଟି ବିଭାଗର ମନ୍ତ୍ରୀ ପଦ ମିଳିଛି। ସେହିପରି ବିଧାୟକ ଭାଇଙ୍କ ବଳରେ ଟିକେଟ୍ ପାଇ ଜିତିଥିବା ପଦ୍ମିନୀ ଦିୟାନ୍ ପ୍ରଥମଥରରେ ମନ୍ତ୍ରୀ ପଦ ପାଇଛନ୍ତି। ହସ୍ତଶିଳ୍ପ ଓ ହସ୍ତତନ୍ତ ଭଳି ବିଭାଗରେ ସେ ସ୍ୱାଧୀନ ଦାୟିତ୍ୱ ତୁଲାଇବେ। ଏସବୁ ମନ୍ତ୍ରୀମାନଙ୍କୁ କିଭଳି ଏପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଗଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ଯେଉଁ ନେତାମାନଙ୍କର ସାଂଗଠନିକ ଦକ୍ଷତା ଓ ନିଜସ୍ୱ ‘ଭିଜନ୍’ ନାହିଁ ସେମାନେ କିଭଳି ମନ୍ତ୍ରୀ ଭାବେ ରାଜ୍ୟର ବିକାଶ କରିବେ ତାହା ଏବେ କୋଟିଏ ପ୍ରଶ୍ନ ପାଲଟିଛି।

ସେହିପରି ଗତ ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟ ବିଭାଗ ଓ ଆଇନ ବିଭାଗ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ‘ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର’ ବିବାଦରେ ବିବାଦୀୟ ହୋଇଥିବା ପ୍ରତାପ ଜେନାଙ୍କୁ ଏଥର ସର୍ବାଧିକ ଦୁହାଁଳିଆ ବିଭାଗ ମିଳିଛି। ପଞ୍ଚାୟତିରାଜ, ନଗର ଉନ୍ନୟନ ଓ ଆଇନ ବିଭାଗ ପୁଣିଥରେ ଦିଆଯାଇଛି। ପ୍ରଥମଥର ମନ୍ତ୍ରୀ ପଦ ପାଇଥିବା ନବ ଦାସଙ୍କୁ ଦୁହାଁଳିଆ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଦାୟିତ୍ୱ ମିଳିଛି। ସୁଶାନ୍ତ ସିଂଙ୍କୁ ଗତଥର ଶକ୍ତି ଭଳି ଦୁହାଁଳିଆ ବିଭାଗ ମିଳିଥିବାବେଳେ ଏଥର ଗ୍ରାମ୍ୟ ଉନ୍ନୟନ ବିଭାଗ ଦିଆଯାଇଛି। ଯାହାକିଏହି ମନ୍ତ୍ରୀମାନଙ୍କୁ ଏଭଳି ଦୁହାଁଳିଆ ବିଭାଗ ଆବଣ୍ଟନ ପଛରେ ବଡ଼ଧରଣର ‘କିକବ୍ୟାକ୍ ’ ଅବା ‘ଲବି ’ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଚର୍ଚ୍ଚା ହେଉଛି, ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ଗୃହ ବିଭାଗର ଦାୟିତ୍ୱକୁ ନିଜ ହାତରୁ ଖସାଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଫୁଲ୍ଲ ମଲ୍ଲିକଙ୍କ ଭଳି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦେଇ କେବଳ ତାଙ୍କୁ ‘ମୋହରା’ କରାଯିବାକୁ ରଣନୀତି ପ୍ରସ୍ତୁତ ହୋଇଛି। ରାଜ୍ୟରେ ଆଇନଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିବାରୁ ବଡ଼ ମୁଣ୍ଡ ଭାବେ ଶ୍ରୀ ମଲ୍ଲିକଙ୍କୁ ବଳି ପକାଇବାକୁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନବୀନଙ୍କ ସାମୟିକ ଅନୁପସ୍ଥିତିରେ ଶ୍ରୀ ମଲ୍ଲିକଙ୍କ ମାଧ୍ୟମରେ ରାଜ୍ୟ ଶାସନର ଡୋରିକୁ ତୃତୀୟ ମହଲା ନିଜ ହାତରେ ରଖିବାକୁ ପ୍ରୟାସ କରିପାରିବ ବୋଲି ଜଣାପଡ଼ିଛି। ଚର୍ଚ୍ଚା ହେଉଛି, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରି ଏଭଳି ଏକ ଦିଶାହୀନ ମନ୍ତ୍ରିମଣ୍ଡଳ ପ୍ରସ୍ତୁତ ହୋଇଛି। ଯେଉଁଥିରେ ତୃତୀୟ ମହଲାର ବାବୁମାନେ ପୂର୍ବଭଳି ପ୍ରଭାବଶାଳୀ ରହିବେ ଓ ଏହି ମନ୍ତ୍ରୀମାନେ ‘ୟସ୍ ବସ୍’ ନୀତି ଆପଣାଇବାକୁ ବାଧ୍ୟ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos