ସୂତାଖିଅରେ ବିଜୟଙ୍କ ଭାଗ୍ୟ, ପାଟକୁରାରେ ବିଜେପିର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସକୁ ପଛରେ ପକାଇ ବିଜେଡି ସହ କଡ଼ା ଟକ୍କର ଦେଇ ବିଜେପି ପ୍ରଥମଥର ପାଇଁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ପାଲଟିଛି। କିନ୍ତୁ ସାଧାରଣ ନିର୍ବାଚନ ସରିବାର ମାତ୍ର ଦେଢ଼ ମାସ ମଧ୍ୟରେ ବିଭିନ୍ନ ରାଜନୀତିକ ଘଟଣାକ୍ରମ ଏବେ ବିଜେଡି ଓ ବିଜେପିକୁ ଅତ୍ୟନ୍ତ ନିକଟ କରାଇଥିବାବେଳେ ପାଟକୁରା ନିର୍ବାଚନରେ ଦୁଇ ଦଳର ଆଭିମୁଖ୍ୟ କ’ଣ ରହିବ, ତାକୁ ନେଇ ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଅନିଶ୍ଚିତତା ଲାଗି ରହିଛି। ଏପରିକି ୨୦୦୦ […]

bijay-mohapatra

bijay-mohapatra

Manoranjan Sial
  • Published: Saturday, 22 June 2019
  • Updated: 22 June 2019, 08:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସକୁ ପଛରେ ପକାଇ ବିଜେଡି ସହ କଡ଼ା ଟକ୍କର ଦେଇ ବିଜେପି ପ୍ରଥମଥର ପାଇଁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ପାଲଟିଛି। କିନ୍ତୁ ସାଧାରଣ ନିର୍ବାଚନ ସରିବାର ମାତ୍ର ଦେଢ଼ ମାସ ମଧ୍ୟରେ ବିଭିନ୍ନ ରାଜନୀତିକ ଘଟଣାକ୍ରମ ଏବେ ବିଜେଡି ଓ ବିଜେପିକୁ ଅତ୍ୟନ୍ତ ନିକଟ କରାଇଥିବାବେଳେ ପାଟକୁରା ନିର୍ବାଚନରେ ଦୁଇ ଦଳର ଆଭିମୁଖ୍ୟ କ’ଣ ରହିବ, ତାକୁ ନେଇ ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଅନିଶ୍ଚିତତା ଲାଗି ରହିଛି। ଏପରିକି ୨୦୦୦ ମସିହାରୁ ରାଜ୍ୟ ବିଧାନସଭାକୁ ଆସିବା ପାଇଁ କ୍ରମାଗତ ପ୍ରୟାସ କରୁଥିବା ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପାଇଁ ମଧ୍ୟ ଦ୍ରୁତଗତିରେ ବଦଳୁଥିବା ରାଜନୀତିକ ସମୀକରଣ ମୁଖ୍ୟ ପ୍ରତିବନ୍ଧକ ସାଜିବ ବୋଲି ଆଶଙ୍କା କରାଯାଉଛି।

ସୂଚନା ଅନୁସାରେ, କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୁଣିଥରେ ସରକାର ଗଠନ ହେବାପରଠୁ ବିଜେପି ଶୀର୍ଷ ନେତୃତ୍ୱଙ୍କ ନିକଟତର ହେବାକୁ ନବୀନ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ସପ୍ତାହକ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ମୋଦିଙ୍କୁ ୩ଥର ସାକ୍ଷାତ କରିବା, ମୋଦିଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ଆୟୁଷ୍ମାନ ଭାରତ’କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ଓ ଶେଷରେ ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେଡିର ଖୋଲା ସମର୍ଥନ ନବୀନଙ୍କ 'ଉପରେ ପଡ଼ି ପ୍ରେମ’ର ପ୍ରମାଣ ଦେଉଛି। ବିଜେପି ସହ ସମ୍ପର୍କ ଯୋଡ଼ିବାକୁ ନବୀନ ଏତେ ବ୍ୟାକୁଳ ଯେ, ୩ଟି ଯାକ ରାଜ୍ୟସଭା ଆସନକୁ ସହଜରେ ଅକ୍ତିଆର କରିବାର ସୁଯୋଗ ଥିଲେ ମଧ୍ୟ ନବୀନ ଗୋଟିଏ ଆସନକୁ ବିଜେପିକୁ ଟେକି ଦେଇଛନ୍ତି। ମାତ୍ର ଦେଢ଼ମାସ ତଳେ ବିଜେପି ସହ ଲଢ଼ୁଥିବା ନବୀନ କିଭଳି ଏତେ ଶୀଘ୍ର ବିଜେପି ପାଖରେ ନିଜକୁ ଆତ୍ମସମର୍ପଣ କଲେ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ପାଟକୁରାରେ ବିଜେଡିର ଦୁର୍ବଳ ପ୍ରାର୍ଥୀଙ୍କ ପ୍ରତି ବଢ଼ୁଥିବା ଅସନ୍ତୋଷ ଯୋଗୁ ବିଜୟ ମହାପାତ୍ରଙ୍କ ଜିତିବା ଏକରକମ ସ୍ପଷ୍ଟ ହେଉଥିବାବେଳେ ନବୀନଙ୍କର ବିଜେପି ସହ ଏଭଳି ଡିଲ୍ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ବିଜେପି ପ୍ରାର୍ଥୀ ଶ୍ରୀ ମହାପାତ୍ର ପାଟକୁରାରେ ଶାସକ ବିଜେଡି ସହ ଲଢ଼େଇ କରିବାକୁ ଅବତୀର୍ଣ୍ଣ ହୋଇ ନିଶ୍ଚିତ ବିଜୟ ଅଭିମୁଖେ ଅଗ୍ରସର ହେଉଥିବାବେଳେ ନବୀନଙ୍କ ରାଜ୍ୟସଭା ଡିଲ୍ ତାଙ୍କର ବିଜୟ ମାର୍ଗରେ ପ୍ରତିବନ୍ଧକ ହେବାର ଆଶଙ୍କା ରହିଛି। ବିଜେପିରେ ଥିବା ଗୋଷ୍ଠୀକନ୍ଦଳର ଫାଇଦା ବିଜେଡିକୁ ମିଳିବା ସହ ବିଜୟଙ୍କୁ ଚେକ୍ ଦେବାରେ ନବୀନ ସକ୍ଷମ ହେବେ ବୋଲି ଚର୍ଚ୍ଚା ହେଉଛି। ମାତ୍ର ପାଟକୁରାରେ ଏବେ ବିଜୟଙ୍କ ପ୍ରତି ବଢ଼ୁଥିବା ସମର୍ଥନକୁ ଭେଦ କରିବା ବିଜେପି କିମ୍ବା ନବୀନଙ୍କ ପାଇଁ ଏତେ ସହଜ ହେବନି ବୋଲି ରାଜନୀତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି।

ସେହିପରି ନିଜର ରାଜନୀତିକ ବିରୋଧୀଙ୍କୁ ମାତ୍ ଦେବା ଓ ନିଜକୁ ସୁରକ୍ଷିତ ରଖିବା ପାଇଁ ନବୀନ ଯେକୌଣସି ସ୍ତରକୁ ଯାଇ ସାଲିସ୍ କରିବାର ନଜିର ରହିଛି। ମୋଦିଙ୍କ ପ୍ରଥମ ପାଳି କାର୍ଯ୍ୟକାଳରେ ସବୁ ପ୍ରସଙ୍ଗରେ ବିଜେପି ସରକାରକୁ ଅଯାଚିତ ସମର୍ଥନ ହେଉ ଅବା ବିଜୟ ମହାପାତ୍ରଙ୍କୁ ଚେକ୍ ଦେବା ପାଇଁ ଶରଦ ପାୱାରଙ୍କ ଏନସିପି ସହ ମେଣ୍ଟ, ଏସବୁ ମାଧ୍ୟମରେ ନିଜର ରାଜନୀତିକ ଚାଲକୁ ଚରିତାର୍ଥ କରିପାରିଛନ୍ତି। ତେଣୁ ଏପଟେ ନବୀନଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇ କାଳକ୍ରମେ ବିଜେଡି ଛାଡ଼ିଥିବା ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା, ଦିଲ୍ଲୀପ ରାୟ, ଡାକ୍ତର ଦାମୋଦର ରାଉତ, ରଘୁନାଥ ମହାନ୍ତି, ଅର୍ଜୁନ ସେଠୀଙ୍କ ଭଳି ବରିଷ୍ଠ ନେତାମାନେ ଏବେ ପରିବର୍ତ୍ତିତ ରାଜନୀତିକ ସମୀକରଣକୁ ନେଇ ଆଶଙ୍କାରେ ରହିବା ସ୍ୱାଭାବିକ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ବ୍ୟକ୍ତ କରିଛନ୍ତି। ଏହି ବିଜୁ-ବିଜେପି ନେତାମାନେ ଆଗାମୀ ଦିନରେ କେଉଁଭଳି ଆଭିମୁଖ୍ୟ ପୋଷଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story