ରାଜ୍ୟ ବଜେଟକୁ ନେଇ କିଏ କ’ଣ କହିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଉପସ୍ଥାପିତ ହୋଇଛି ୨୦୧୯-୨୦୨୦ ବର୍ଷ ପାଇଁ ପୂର୍ଣ୍ଣଙ୍ଗ ବଜେଟ୍‌। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ବିଜେଡି ଏହାକୁ ଲୋକାଭିମୁଖୀ ବଜେଟ୍‌ କହୁଥିବା ବେଳେ ବିଜେପି ଓ କଂଗ୍ରେସ ନୈରାଶ୍ୟଜନକ ବଜେଟ ବୋଲି କହିଛନ୍ତି। ବଜେଟ ଲୋକାଭିମୁଖୀ : ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷା ଏହି ବଜେଟରେ ପ୍ରତିଫଳିତ ହୋଇଛି। ବଜେଟରେ ଆମର ୨ଟି ବଡ଼ ନିର୍ବାଚନ ପ୍ରତିଶ୍ରୁତିକୁ […]

budget.jpg123

budget.jpg123

Manoranjan Sial
  • Published: Friday, 28 June 2019
  • Updated: 28 June 2019, 10:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଉପସ୍ଥାପିତ ହୋଇଛି ୨୦୧୯-୨୦୨୦ ବର୍ଷ ପାଇଁ ପୂର୍ଣ୍ଣଙ୍ଗ ବଜେଟ୍‌। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ବିଜେଡି ଏହାକୁ ଲୋକାଭିମୁଖୀ ବଜେଟ୍‌ କହୁଥିବା ବେଳେ ବିଜେପି ଓ କଂଗ୍ରେସ ନୈରାଶ୍ୟଜନକ ବଜେଟ ବୋଲି କହିଛନ୍ତି।

ବଜେଟ ଲୋକାଭିମୁଖୀ : ବିଜେଡି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷା ଏହି ବଜେଟରେ ପ୍ରତିଫଳିତ ହୋଇଛି। ବଜେଟରେ ଆମର ୨ଟି ବଡ଼ ନିର୍ବାଚନ ପ୍ରତିଶ୍ରୁତିକୁ ପୂରଣ କରାଯାଇଛି। 'କାଳିଆ' ଯୋଜନାର ସଂପ୍ରସାରଣ କରାଯାଇଛି। 'ଫୋନି' ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ, ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ବ୍ୟୟବରାଦ ହୋଇଛି। ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ 'ଜାଗା ମିଶନ' ନିମନ୍ତେ ଶହେ କୋଟିର ବ୍ୟୟବରାଦ ହୋଇଛି। ବଜେଟ ଚାଷୀ, ମହିଳା ଓ ଗରିବଙ୍କ ବିକାଶରେ ସହାୟକ ହେବ।”

ଚଳିତ ରାଜ୍ୟ ବଜେଟ୍ ଲୋକାଭିମୁଖୀ ଏବଂ ସାମଗ୍ରିକ ଉନ୍ନତି ତ୍ୱରାନ୍ୱିତକାରୀ। ଓଡ଼ିଶାର ପ୍ରଗତି ନିମନ୍ତେ ଯେଉଁସବୁ ମୌଳିକ କ୍ଷେତ୍ର ରହିଛି, ତାକୁ ଅଗ୍ରାଧିକାର ଦେବା ପାଇଁ ବଜେଟରେ ବିଶେଷ ବ୍ୟବସ୍ଥା କରାଯାଇଛି ବୋଲି ବିଜେଡି କହିଛି। ସାଧାରଣ ବଜେଟ ଉପରେ ଦଳ ପକ୍ଷରୁ ଜାରି ବିବୃତିରେ ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ କହିଛନ୍ତି ଯେ, କୃଷି କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧିକୁ ଯେଭଳି ଭାବରେ ପ୍ରାଧାନ୍ୟ ଦିଆଯାଇଛି ଏବଂ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଯେଭଳି ବଜେଟରେ ବ୍ୟବସ୍ଥା କରାଯାଇଛି, ତାହା ନିଶ୍ଚିତ ରୂପେ ଓଡ଼ିଶାର କୃଷି କ୍ଷେତ୍ରକୁ ଏକ ନୂତନ ପର୍ଯ୍ୟାୟରେ ପହଞ୍ଚାଇବ। ଏହାସହିତ ମହିଳା ସଶକ୍ତିକରଣକୁ ସରକାର ମୂଳମନ୍ତ୍ର ଭାବେ ଗ୍ରହଣ କରି ଅଗ୍ରାଧିକାର ଦେଇ ଯେଉଁସବୁ କାର୍ଯ୍ୟ କରିଛନ୍ତି ଏବଂ ଆଗକୁ ଘୋଷଣା କରିଛନ୍ତି, ତା’ର ପରିପୂରଣ ନିମନ୍ତେ ବଜେଟରେ ବ୍ୟବସ୍ଥା ରହିଛି। ମୋଟାମୋଟି ଭାବରେ ଚଳିତ ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ମିଶନ ଶକ୍ତି, ସଡ଼କ, ସେତୁ, ରେଳ, ବନୀକରଣ ଓ ପର୍ଯ୍ୟଟନ, କୃଷି କ୍ଷେତ୍ରର ଉନ୍ନତି, କର୍ମ ନିଯୁକ୍ତି ସୃଷ୍ଟି, ଜଳସେଚନ, ସାମାଜିକ କ୍ଷେତ୍ର ଓ ପ୍ରଗତିର ବିଭିନ୍ନ କ୍ଷେତ୍ରକୁ ସକାରାତ୍ମକ ଢଙ୍ଗରେ ପ୍ରଭାବିତ କଲା ଭଳି ବିଭିନ୍ନ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଜନସାଧାରଣଙ୍କୁ ନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତିର କାର୍ଯ୍ୟକାରିତା ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ଶ୍ରୀ ନାୟକ କହିଛନ୍ତି।

କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ : ବିଜେପି

୨୦୧୯-୨୦ ଆର୍ଥିକ ବର୍ଷର ବଜେଟରେ କିଛି ନୂତନତ୍ୱ ନାହିଁ। ଏହା ଏକ ନୈରାଶ୍ୟଜନକ ବଜେଟ୍ ଓ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ ବଜେଟ୍ ବୋଲି ବିଜେପି କହିଛି। ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ବଜେଟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବଜେଟ ଯେତେବେଳେ ଆସେ ସେତେବେଳେ ସାଧାରଣ ଲୋକମାନଙ୍କର ଗୋଟିଏ ଉଦବେଗ ଥାଏ ଯେ ବଜେଟରେ ନୂଆ କ’ଣ ଥିବ। କିନ୍ତୁ ସେଭଳି କିଛି ନାହିଁ। ବିଶେଷକରି ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ନିଯୁକ୍ତି ଓ ଆତ୍ମନିଯୁକ୍ତି ସୃଷ୍ଟି କରିବା, ନୂଆ ଶିଳ୍ପ ଉଦ୍ୟୋଗୀ ତିଆରି କରିବା, ଜନଜାତି ବର୍ଗର ବିକାଶ, କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ, କୃଷି ଆଧାରିତ ଶିଳ୍ପ ପ୍ରତିଷ୍ଠା ଆଦି କ୍ଷେତ୍ରରେ ବଜେଟରେ କିଛି ନାହିଁ। ଲୋକମାନଙ୍କୁ ଭ୍ରମିତ କରିବା ପାଇଁ ଏହି ବଜେଟରେ ଭରପୂର ପ୍ରୟାସ କରାଯାଇଛି। ଚଳିତ ବଜେଟ ହେଉଛି ଏକ କେନ୍ଦ୍ରୀୟ ଯୋଜନା ଆଧାରିତ ଓ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ ବଜେଟ। ରାଜ୍ୟର ବଜେଟ ପରିମାଣ ସମୁଦାୟ ୧,୩୯,୦୦୦ କୋଟି ହୋଇଥିଲାବେଳେ ସେଥିରୁ କେନ୍ଦ୍ରୀୟ ଅନୁଦାନ ଓ ଟିକସର ପରିମାଣ ହେଉଛି ହେଉଛି ୬୯,୭୬୬ କୋଟି ଯାହା ହେଉଛି ବଜେଟର ପ୍ରାୟ ୫୦ ପ୍ରତିଶତ। ରାଜ୍ୟର ନିଜସ୍ୱ ଆୟ ହେଉଛି ୪୫,୫୦୦ କୋଟି ଯାହା କେନ୍ଦ୍ରୀୟ ଅନୁଦାନ ଠାରୁ ୨୪,୨୬୬ କୋଟି କମ୍।

ଶ୍ରୀ ମହାନ୍ତି କହିଛନ୍ତି, "ଖାଲି ସେତିକି ନୁହେଁ, ରାଜ୍ୟର ନିଜସ୍ୱ ଆୟ ଯାହା ଅଛି ତାହା ସରକାରଙ୍କର ଦରମା ଓ ପେନସନକୁ ବି ନିଅଣ୍ଟ। ଦରମା ପେନସନ ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ୫୭,୩୧୦ କୋଟି ଟଙ୍କା। ଯେଉଁ ସରକାର କର୍ମଚାରୀଙ୍କ ଦରମା ଓ ପେନସନ ବାବଦ ଖର୍ଚ୍ଚ ବି ନିଜସ୍ୱ ଆୟରୁ ଭରଣା କରିବାରେ ଅସମର୍ଥ ସେ ସରକାର ରାଜ୍ୟରେ କିପରି ବିକାଶ କରିବ ? ଚଳିତ ୨୦୧୯-୨୦ ବଜେଟରେ ରାଜ୍ୟ ସରକାର ଋଣ କରିବେ ୨୩,୭୩୪ କୋଟି ଟଙ୍କା। ଏବେ ରାଜ୍ୟର ମୋଟ ଋଣ ଭାର ୧ ଲକ୍ଷ କୋଟି ଟଙ୍କା ଛୁଇଁଗଲାଣି। ଋଣର ପରିମାଣ ଦିନକୁ ଦିନ ବଢିବାରେ ଲାଗିଛି। ଓଡ଼ିଶା ଏବେ ବଡ଼ ଆର୍ଥିକ ସ୍ଥିତି ଅସମ୍ଭାଳ ପରିସ୍ଥିତି ଆଡ଼େ ମୁହାଁଉଛି।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ଯୋଜନା ବ୍ୟୟର ବୃଦ୍ଧି ହାର କମିଛି। ୨୦୧୮-୧୯ ରେ ଯୋଜନା ବ୍ୟୟ ଥିଲା ୬୭ ହଜାର କୋଟି। ୨୦୧୯-୨୦ରେ ଏହା ମାତ୍ର ୨,୭୬୬ କୋଟି ଟଙ୍କା ବଢ଼ି ୭୦,୬୦୦ କୋଟିରେ ପହଞ୍ଚିଛି। ୨୦୧୮-୧୯ର ମୋଟ ବଜେଟ ଅପେକ୍ଷା ୨୦୧୯-୨୦ର ମୋଟ ବଜେଟରେ ୧୫% ବୃଦ୍ଧି ହୋଇଛି। ସେହି ଅନୁସାରେ ଯୋଜନା ବ୍ୟୟ ମଧ୍ୟ ୧୫% ବୃଦ୍ଧି ପାଇବା କଥା। ହେଲେ ଆଶ୍ଚର୍ଯ୍ୟର ବିଷୟ, ଏହା ବଢ଼ିଛି ମାତ୍ର ୪%। ରାଜ୍ୟର ଭିତ୍ତିଭୁମି ବିକାଶଠାରୁ ଆରମ୍ଭ କରି ସମସ୍ତ ଜନକଲ୍ୟାଣ ଯୋଜନା ସବୁ ଯୋଜନା ବ୍ୟୟରୁ ହିଁ ହୋଇଥାଏ। ହେଲେ ଏହି ଯୋଜନା ବ୍ୟୟକୁ ବୃଦ୍ଧି କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଋଣ କରିବେ ନହେଲେ କେନ୍ଦ୍ରଠୁ ଆଣିବେ : କଂଗ୍ରେସ

କଂଗ୍ରେସର ବରିଷ୍ଠ ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ରାଜ୍ୟ ସରକାରଙ୍କ ପାଖରେ ପଇସା ନାହିଁ। କିନ୍ତୁ ବଜେଟ୍‌ ଅଟକଳ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା ହୋଇଛି। ଦେଖିବାକୁ ଗଲେ, ରାଜ୍ୟ ସରକାରଙ୍କ ନିଜସ୍ୱ ଆୟ ହେଉଛି ମାତ୍ର ୪୫ ହଜାର କୋଟି ଟଙ୍କା। ଅନ୍ୟ ଅର୍ଥ ପାଇଁ କେନ୍ଦ୍ର ସରକାର ଉପରେ ନିର୍ଭର କରିବେ କିମ୍ୱା ଋଣ କରିବେ। ଏଥିରୁ ରାଜ୍ୟ ସରକାରଙ୍କ ଚରମ ବିଫଳତା ସ୍ପଷ୍ଟ ପ୍ରମାଣିତ ହେଉଛି। ଗରିବ, ଖଟିଖିଆ ଓ କୃଷକଙ୍କ ପାଇଁ ଏହି ବଜେଟ୍‌ ନୈରାଶ୍ୟଜନକ। ଚାଷୀଙ୍କୁ ଚକ୍‌ଲେଟ୍‌ ନେଇ ଭୋଟ୍‌ ନେଲେ। ବଜେଟ ପ୍ରମାଣିତ କରୁଛି ଯେ, ଯେଉଁ ଆର୍ଥିକ ସହାଯ୍ୟ ଚାଷୀମାନଙ୍କୁ ଦିଆଯିବ, ତାହା ଦ୍ୱାରା ତାଙ୍କର କିଛି ଲାଭ ହେବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story