ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ତରଫରୁ ଅନଲକ୍-୫ ପାଇଁ ଗାଇଡଲାଇନ୍ ଜାରି ହୋଇସାରିଛି। ଏହି ଗାଇଡଲାଇନରେ କେନ୍ଦ୍ର ସରକାର ୫୦ ପ୍ରତିଶତ ଦର୍ଶକଙ୍କ କ୍ଷମତାରେ ସିନେମା ହଲ୍ ଓ ଥିଏଟର ଖୋଲିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଗତକାଲି ଯେଉଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି, ସେଥିରେ ନିରାଶ ହୋଇଛନ୍ତି ସିନେମା ହଲ୍ ମାଲିକ।
କେବଳ ହଲ୍ ମାଲିକ ନୁହନ୍ତି, ସିନେ ଶିଳ୍ପ ସହ ଜଡ଼ିତ ସମସ୍ତ ଲୋକ ନିରାଶ ହୋଇଛନ୍ତି। କରୋନା ପାଇଁ ମାର୍ଚ୍ଚରୁ ସିନେମା ହଲ୍ ଖୋଲି ନାହିଁ। ତେବେ ସିନେମା ହଲ୍ ଓ ଥିଏଟର କେବେ ଖୋଲିବ, ସେ ଖବର ବି କାହା ପାଖରେ ନାହିଁ।
ଅନଲକ୍ ୫ରେ ଅକ୍ଟୋବର ୧୫ରୁ କଟକଣା ସହ ସିନେମା ହଲ୍ ଖୋଲିବାକୁ କେନ୍ଦ୍ରର ଅନୁମତି ପରେ ମାଲିକ କର୍ମଚାରୀଙ୍କ ଆଶା ଥିଲା ଯେ ରାଜ୍ୟ ସରକାର ମଧ୍ୟ ଏଥିରେ ହଁ କରିବେ। ହେଲେ ରାଜ୍ୟ ସରକାରଙ୍କ ଅକ୍ଟୋବର ଗାଇଡ୍ ଲାଇନ୍ ଯୋଗୁଁ ପୂଜା ବଜାର ବି ମା଼ଡ଼ ଖାଇବ। ସବୁ ଖୋଲୁଥିଲା ବେଳେ ୫୦ ପ୍ରତିଶତ କ୍ଷମତାରେ ହଲ୍ ଖୋଲିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ସିନେମା ହଲ୍ ମାଲିକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆଜି ଉଦଯାପିତ ହେବ ପ୍ରବାସୀ ଭାରତୀୟ ସମ୍ମେଳନ, ସାମିଲ ହେବେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ସମ୍ମେଳନରେ ସାମିଲ ହେବା ଲାଗି ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗ ଦେବେ ମହାମହିମ।
Politics
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ଥାନାରେ ଅଟକ, କହିଲେ- ଏପରି ଗଣତନ୍ତ୍ର ଚଳିବ ନାହିଁ
ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ ।ପୁଲିସର କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଲ ଦାସ ।
Accident
ବ୍ରିଜ ତଳକୁ ଖସିଲା ବସ୍, ଭିତରେ ଥିଲେ ୪୫ ଯାତ୍ରୀ
ପ୍ରାୟ ୪୦ରୁ ୪୫ ଜଣ ଯାତ୍ରୀ ଗତ ରାତିରେ ଏକ ବସ୍ ଯୋଗେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଗୁଣ୍ଠୁଣି ଗ୍ରାମରୁ ବାହାରିଥିଲେ। ସେମାନେ କାଳୀଜାଇ ଦେଖିବା ପାଇଁ ଯାଉଥିଲେ।
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।